ପିଲାର ଜୀବନକୁ ବିପଦରେ ପକାଇ ନିଜେ ମଜାରେ ବସି ଯାଉଛନ୍ତି ବାପା ମାଆ, ଚିତ୍ର ଦେଖି ରାଗିଲେ ଲୋକେ

ଆପଣ ପ୍ରାୟତଃ ଇଣ୍ଟରନେଟରେ ଦେଖି ବି ଥିବେ ଯେ ବାପା ମାଆଙ୍କର ତାଙ୍କ ପିଲାମାନଙ୍କ ପ୍ରତି ପ୍ରେମ । କିନ୍ତୁ ନିକଟରେ ଏକ ଏମିତି ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ । ଆପଣ ବି କହିବେ ଏମାନେ କେଉଁ ଭଳି ବାପା ମାଆ?

ବାପା ମାଆ ପିଲାମାନଙ୍କୁ ନିଜ ଜୀବନ ଠାରୁ ବି ଅଧିକ ଯତ୍ନର ସହ ଲାଳନ ପାଳନ କରି ବଢ଼ାଇଥାନ୍ତି । ଆପଣ ପ୍ରାୟତଃ ଇଣ୍ଟରନେଟରେ ଦେଖି ବି ଥିବେ ଯେ ବାପା ମାଆଙ୍କର ତାଙ୍କ ପିଲାମାନଙ୍କ ପ୍ରତି ପ୍ରେମ । କିନ୍ତୁ ନିକଟରେ ଏକ ଏମିତି ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ । ଆପଣ ବି କହିବେ ଏମାନେ କେଉଁ ଭଳି ବାପା ମାଆ?

ଭିଡିଓରେ ଆପଣ ଦେଖିପାରିବେ ଜଣେ ମହିଳା ନିଜ ପିଲାର ଜୀବନକୁ ମରଣ ମୁହଁରେ ଠେଲି କେମିିତି ମଜାରେ ନିଜେ ବସି ଟ୍ରାଭେଲ କରୁଥିବା ନଜର ଆସୁଛି । ଭାଇରାଲ ହେଉଥିବା ଏହି ଭିଡିଓକୁ ଦେଖି ଲୋକମାନେ ନିଜ କ୍ରୋଧ ପ୍ରକାଶ କରିଛନ୍ତି ।

ତେବେ କୁହାଯାଉଛି ଯେ ଭାଇରାଲ ହେଉଥିବା ଏହି ଭିଡିଓ ବେଙ୍ଗାଲୁରୁର । ଯେଉଁଥିରେ ଜଣେ ବାପା ମାଆ ସ୍କୁଟି ଉପରେ ବସି ଯାଉଥିବାର ନଜର ଆସୁଛନ୍ତି । ଆଉ ତାଙ୍କ ଛୋଟ ପିଲାଟି ଅତି ବିପଦପୂର୍ଣ୍ଣ ଭାବେ ଫୁଟରେଷ୍ଟରେ ଛିଡା ହୋଇ ଯାତ୍ରା କରୁଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ଭିଡିଓକୁ ସେୟାର କରାଯାଇଛି । ଯାହାକୁ ଦେଖି ଲୋକମାନେ ତ ଏକଦମ୍‌ ଗାଳି ବର୍ଷଣ କରିବାରେ ଲାଗିଛନ୍ତି । ଭିଡିଓରେ ଦେଖିପାରିବେ ଯେ କେମିତି ପିଲାଟି ଚଳନ୍ତା ସ୍କୁଟିର ଲେଗଗାର୍ଡରେ ଛିଡା ହୋଇଛି ।

ତେବେ ଏହି ଭିଡିଓକୁ ସୋସିଆଲ ମିଡିଆରେ ବର୍ତ୍ତମାନ ଦୁଇ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ଭିଡିଓ ଦେଖିସାରିଥିବା ବାପା ମାଆଙ୍କୁ ଲୋକମାନେ କହୁଛନ୍ତି ଯେ ଏ କେମିତିକା ବାପା ମା, ଯିଏ କି ଏମିତି ନିଜ ଛୁଆର ଜୀବନକୁ ବିପଦରେ ପକାଇଛନ୍ତି । ଥରେ ଚିନ୍ତା କରନ୍ତୁ ଗୋଟେ ହମ୍ପସ୍‌ ଆସିଲେ ଏ ଛୁଆର ଅବସ୍ଥା କଣ ହେବ ।

ସତରେ ବାପା ମାଆ ନିଜ ପିଲା ସହିତ ଏମିତି କରିବା ଆଦୌ ବି ଉଚିତ ନୁହେଁ, କାହିଁକିନା ଏହାଦ୍ୱାରା ପିଲାଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.