ଆଜି ଭାରତ ବନ୍ଦ, ଆନ୍ଦୋଳନକୁ ଓହ୍ଲାଇଛନ୍ତି ୪୦ ହଜାର ବ୍ୟବସାୟୀ ସଂଘ

ନୂଆଦିଲ୍ଲୀ : ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଦେଶରେ ବସ୍ତୁ ଏବଂ ସେବା କର ଅର୍ଥାତ ଜିଏସଟିର ବିଭିନ୍ନ ସଂଶୋଧିତ ନିୟମକୁ ବିରୋଧ କରି ବ୍ୟବସାୟୀମାନେ ବନ୍ଦ ଡାକରା ଦେଇଛନ୍ତି। କନଫେଡେରେସନ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ ଡାକରାକୁ ଏବେ ଅଲ ଇଣ୍ଡିଆ ଟ୍ରାନ୍ସପୋଟର୍ସ ୱେଲଫେୟାର ଆସୋସିଏସନର ମଧ୍ୟ ସର୍ମଥନ ମିଳିଛି। ଏହି ବନ୍ଦ ପାଳନକୁ ୪୦,୦୦୦ ବ୍ୟବସାୟୀ ସଂଘ ସମର୍ଥନ କରୁଛନ୍ତି। ଏହାସହ ୮ କୋଟିରୁ ଅଧିକ ବ୍ୟବସାୟୀ ବନ୍ଦକୁ ସମର୍ଥନ କରିବେ ବୋଲି ସିଏଆଇଟି ପକ୍ଷରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.