ଇଣ୍ଟ୍ରାନାଜାଲ ବୁଷ୍ଟର ଡୋଜ୍ ଟ୍ରାଏଲକୁ ଅନୁମତି ଦେଲା DCGI, ଭାରତ ବାୟୋଟେକ୍ କରିବ ଟ୍ରାଏଲ

ନୂଆଦିଲ୍ଲୀ : ଭାରତ ବାୟୋଟେକର ନାଜାଲ୍ ବୁଷ୍ଟର ଡୋଜ ଟ୍ରାଏଲକୁ ମିଳିଲା ଅନୁମତି । ଇଣ୍ଟ୍ରାନାଜାଲ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଅନୁମତି ଦେଇଛି ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ ବା DCGI । ନାକରେ ଦିଆଯିବାକୁ ଥିବା ଏହି ବୁଷ୍ଟର ଡୋଜର ପରୀକ୍ଷଣ ସାରା ଦେଶରେ ୯ଟି ସ୍ଥାନରେ କରାଯିବ ।

ଭାରତ ବାୟୋଟେକ କୋଭିକ୍ସିନ ଓ କୋଭିସିଲ୍ଡ ନେଇଥିବା ୫ହଜାର ବ୍ୟକ୍ତିଙ୍କୁ ନେଇ ଏହି ଟ୍ରାଏଲ କରିବାକୁ ଯୋଜନା କରିଛି । ଦ୍ୱିତୀୟ ଡୋଜରୁ ବୁଷ୍ଟର ଡୋଜ୍ ମଧ୍ୟରେ ୬ ମାସ ବ୍ୟବଧାନ ରହିବା ଆବଶ୍ୟକ ।

ତିନି ସପ୍ତାହ ପୂର୍ବରୁ ଭାରତ ବାୟୋଟେକ୍ DCGIର ସବଜେକ୍ଟ ଏକ୍ସପର୍ଟ କମିଟିରେ ଟ୍ରାଏଲ୍ ପାଇଁ ତଥ୍ୟ ଉପସ୍ଥାପନ କରିଥିଲା । ଓମିକ୍ରନ୍ ବିରୋଧୀ ଲଢ଼େଇରେ ଭାରତ ବାୟୋଟେକର ଇଣ୍ଟ୍ରାନାଜାଲ ବୁଷ୍ଟର ଡୋଜ୍ରୁ ସଫଳତା ମିଳିବ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.