ଲୋକସଭା ନିର୍ବାଚନ ପୂର୍ବରୁ ଭାରତ ଯୋଡୋ ଯାତ୍ରା ପାର୍ଟ-୨, ପୂର୍ବରୁ ପଶ୍ଚିମ ଭାରତ ଯାଏ ପଦଯାତ୍ରା କରିବେ ରାହୁଲ ଗାନ୍ଧି

ଖୁବଶୀଘ୍ର ଲୋକସଭା ନିର୍ବାଚନ ପୂର୍ବରୁ ଭାରତ ଯୋଡୋ ଯାତ୍ରା ପାର୍ଟ ଟୁ ଆରମ୍ଭ କରିବେ । ଏଥର ପୂର୍ବରୁ ପଶ୍ଚିମ ଭାରତ ଯାଏ ପଦଯାତ୍ରା କରିବେ ରାହୁଲ ଗାନ୍ଧି । ଏନେଇ ସଙ୍କେତ ଦେଇଛନ୍ତି କଂଗ୍ରେସ ନେତା କେ. ସି ବେଣୁଗୋପାଳ ।

ନୂଆଦିଲ୍ଲୀ(କେନ୍ୟୁଜ୍) : ଖୁବଶୀଘ୍ର ଲୋକସଭା ନିର୍ବାଚନ ପୂର୍ବରୁ ଭାରତ ଯୋଡୋ ଯାତ୍ରା ପାର୍ଟ ଟୁ ଆରମ୍ଭ କରିବେ । ଏଥର ପୂର୍ବରୁ ପଶ୍ଚିମ ଭାରତ ଯାଏ ପଦଯାତ୍ରା କରିବେ ରାହୁଲ ଗାନ୍ଧି । ଏନେଇ ସଙ୍କେତ ଦେଇଛନ୍ତି କଂଗ୍ରେସ ନେତା କେ. ସି ବେଣୁଗୋପାଳ ।

ସେ କହିଛନ୍ତି, ରାହୁଲଙ୍କୁ ପୁଣି ଥରେ ପଦଯାତ୍ରା କରିବା ପାଇଁ ଦଳୀୟ ନେତା ଓ କର୍ମକର୍ତ୍ତା ଅନୁରୋଧ କରିଛନ୍ତି । ଏନେଇ ଖୁବଶୀଘ୍ର ଫୈସଲା ନିଆଯିବ । ରାହୁଲ ଗାନ୍ଧିଙ୍କ ପ୍ରଥମ ଭାରତ ଯୋଡୋ ଯାତ୍ରା ଦକ୍ଷିଣ ଭାରତରୁ ଆରମ୍ଭ ହୋଇଥିଲା । ଉତ୍ତର ଭାରତରେ ଶେଷ ହୋଇଥିଲା ପଦଯାତ୍ରା । ଏବେ ପୂର୍ବ ଭାରତରୁ ଆରମ୍ଭ ହୋଇ ପଶ୍ଚିମରେ ସାରିବାକୁ ଯୋଜନା ରହିଛି । ପୂର୍ବ ଭାରତରେ ରହିଛି ଓଡ଼ିଶା ।

ଆସନ୍ତାବର୍ଷ ଲୋକସଭା ନିର୍ବାଚନ ସହ ଓଡ଼ିଶାରେ ବିଧାନସଭା ନିର୍ବାଚନ ବି ରହିଛି । ଭାରତ ଯୋଡୋ ଯାତ୍ରାର ପାର୍ଟ ଟୁ ଆରମ୍ଭ କଲେ ରାହୁଲ ଗାନ୍ଧି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପଦଯାତ୍ରା କରିପାରନ୍ତି । ଗତ ୨୦ ତାରିଖରେ ରାଜ୍ୟର ବରିଷ୍ଠ କଂଗ୍ରେସ ନେତାମାନେ ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ରାହୁଲ ଗାନ୍ଧିଙ୍କୁ ଭେଟି ଆଲୋଚନା କରିଛନ୍ତି ।

ଆଗାମୀ ନିର୍ବାଚମନ ରଣନୀତି ନେଇ ଆଲୋଚନା କରିବା ସହ ରାହୁଲ ଓ ପ୍ରିୟଙ୍କାଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଛନ୍ତି । ଗତବର୍ଷ ସେପ୍ଟେମ୍ବର ୨୨ରୁ କନ୍ୟାକୁମାରୀରୁ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିଥିଲେ ରାହୁଲ ଗାନ୍ଧି । ଚଳିତବର୍ଷ ଜାନୁଆରୀ ୩୦ ତାରିଖରେ ଶ୍ରୀନଗରରେ ଶେଷ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.