ଆଜିଠୁ ଶ୍ରାବଣ ଆରମ୍ଭ; ହରିଦ୍ୱାରରେ ରାସ୍ତାକଡ଼ରେ ଖୋଲାଯାଇ ପାରିବନି ମଦ-ମାଂସ ଦୋକାନ, ନିର୍ଦ୍ଦେଶ ଦେଲେ ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ : ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ଶ୍ରାବଣ ମାସ । ଏହି ଅବସରରେ ଶିବ ଭକ୍ତଙ୍କ ଭିଡ଼ ସବୁ ମନ୍ଦିରରେ ଦେଖାଯିବ। ଶିବଙ୍କର ଉପାସନା ପାଇଁ କାଉଡିଆମାନେ ଆଜି ଠାରୁ ଜଳଭାର ନେଇ ଶିବମନ୍ଦିର ଅଭିମୁଖେ ବାହାରିବେ । ଆସନ୍ତା ସୋମବାର ଦିନ କାଉଡିଆମାନେ ଚଳିତ ବର୍ଷ ପ୍ରଥମ ଥର ଶିବଲିଙ୍ଗରେ ଜଳାଭିଷେକ କରିବେ । ତେଣୁ କାଉଡିଆମାନଙ୍କ ମନରେ ଏକ ବଡ଼ଧରଣର ଆଧ୍ୟାତ୍ମିକ ମନୋଭାବ ସୃଷ୍ଟି ହୋଇପାରିଛି ।

ଶ୍ରାବଣକୁ ବର୍ଷର ଅନ୍ୟତମ ଶ୍ରେଷ୍ଠ ମାସ ହିସାବରେ ଗଣତି କରାଯାଇ ଥାଏ । ଶ୍ରାବଣରେ କାଉଡିଆମାନେ ପାଦରେ ଚାଲିଚାଲି ଶହ ଶହ କିଲୋମିଟର ଯିବାକୁ ମଧ୍ୟ ପଛାଇ ନଥାନ୍ତି । କାଉଡିଆଙ୍କ ଯାତ୍ରାକୁ ନେଇ ହରିଦ୍ୱାର ପ୍ରଶାସନ ଏକ ବଡ଼ ପଦକ୍ଷେପ ନେଇଛି । କାଉଡିଆଙ୍କ ଯାତ୍ରା ବିଷୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ପଷ୍ଟ ଭାବେ କହିଛନ୍ତି ଯେ କାଉଡିଆଙ୍କ ଯିବା ମାର୍ଗରେ କୌଣସି ମଦ ଓ ମାଂସ ଦୋକାନ ଖୋଲା ଯିବ ନାହିଁ।

ସିଏମ୍‌ଙ୍କ ନିର୍ଦ୍ଦେଶ ଅନୁଯାୟୀ ଉତ୍ତରପ୍ରଦେଶ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମେରୁଟରେ କାଉଡିଆଙ୍କ ମାର୍ଗରେ ପଡୁଥିବା ମଦ ଦୋକାନକୁ ସାମୟିକ ଭାବେ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳ ସୁହାସ ଏଲଭାଇ ଅଧିକାରୀମାନଙ୍କୁ ଜୁଲାଇ ୧୪ରୁ ୨୬ ତାରିଖ ଯାଏଁ କାଉଡିଆ ଯାତ୍ରାଙ୍କ ରାସ୍ତାରେ ଥିବା ମାଂସ ଓ ମଦଦୋକାନକୁ ବନ୍ଦ କରିବାକୁ ଆଦେଶ ଦେଇଛନ୍ତି । କାଉଡିଆ ଯାତ୍ରା ମାର୍ଗକୁ ଅନ୍ତିମ ରୂପ ଦିଆଯାଉଛି । ପୋଲିସ ଏହାରି ଉପରେ ନଜର ରଖିଛି । ଏଥି ସହିତ ମେରୁଟରେ ମଦ ଦୋକାନକୁ ଆଚ୍ଛାଦନ କରିବା କାର୍ଯ୍ୟ ଆରମ୍ଭ ହୋଇଛି। କେବଳ ଏତିକି ନୁହେଁ, ରାସ୍ତାରେ ଆଲୋକ, ପରିଷ୍କାର ପରିଚ୍ଛନ୍ନତା ଏବଂ ପ୍ରାଥମିକ ଚିକିତ୍ସା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

କରୋନା କାରଣରୁ, ୨ ବର୍ଷ ପରେ କାଉଡିଆ ଯାତ୍ରା ପାଇଁ ଅନୁମତି ଦିଆଯାଇଛି। ତେବେ ଶିବ ଭକ୍ତମାନଙ୍କ ମଧ୍ୟରେ ଅଧିକ ଉତ୍ସାହ ଦେଖାଯାଇଛି। ଭିଡ଼କୁ ଦୃଷ୍ଟିରେ ରଖି ଟ୍ରାଫିକରେ ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ପ୍ରଶାସନ ଆକଳନ କରିଛି ଯେ ପୂର୍ବ ଅପେକ୍ଷା ଅଧିକ ସଂଖ୍ୟକ ଶିବ ଭକ୍ତ ଜଳାଭାର ଆଣିବେ। ଅଧିକାରୀମାନେ ଶ୍ରାବଣ ମାସ ଆରମ୍ଭ ହେବା ପୂର୍ବରୁ କାଉଡିଆ ଯାତ୍ରା ନେଇ ବୈଠକ କରିଛନ୍ତି । ଏହା ପରେ ପର୍ବ ସମୟରେ କୌଣସି ପ୍ରକାରର ଅପ୍ରୀତିକର ଘଟଣା ଯେଭଳି ନ ଘଟେ, ସେଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଯାଞ୍ଚ କରିବାକୁ ନିଷ୍ପତ୍ତି ନିଆଯାଇଛି । ଚେକିଂ ସମୟରେ ସାଧାରଣ ନାଗରିକଙ୍କୁ ହଇରାଣ କରା ନଯାଉ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.