ସବୁଠୁ ଲମ୍ବା ଏଫଆଇଆର, ଯାହାର ଲେଖା ପାଇଁ ୩ ଦିନ ବିତିଯାଇଥିଲେ ମଧ୍ୟ ସରୁନାହିଁ ଲେଖା

ଏଫଆଇଆର ସାଧାରଣତଃ ଗୋଟେ ବା ଦୁଇ ପୃଷ୍ଠାର ହୋଇଥାଏ । କିନ୍ତୁ ଗୋଟେ ଏଫଆଇଆର ଲେଖିବା ପାଇଁ ଯେ ୬ ରୁ ୭ ଦିନ ଲାଗିବ ହୁଏତ ଆପଣ ଶୁଣି ତାହା ବିଶ୍ୱାସ କରିବେନାହିଁ । କିନ୍ତୁ ଏପରି ଘଟଣା ଘଟିଛି ଉତ୍ତରାଖଣ୍ଡ ରାଜ୍ୟରେ । ଏହି ରାଜ୍ୟ ଅନ୍ତର୍ଗତ କାଶୀପୁରରେ ଥିବା କୋଟବାଲି ଥାନାରେ ବୋଧହୁଏ ଇତିହାସର ସବୁଠୁ ବଡ ଏଫଆଇଆର ଲେଖାଯାଉଛି । ଏହାକୁ ଲେଖୁ ଲେଖୁ ୪ ଦିନ ବିତି ଯାଇଥିବା ବେଳେ ଏହାକୁ ଶେଷ ହେବା ପାଇଁ ଆହୁରି ୨ ରୁ ୩ ଦିନ ସମୟ ଲାଗିଯାଇପାରେ । ଅଟଳ ଆୟୁଷ୍ମାନ ଯୋଜନାରେ ହୋଇଥିବା ଏକ ଦୁର୍ନୀତି ଅଭିଯୋଗରେ ଅଂଚଳର ୨ଟି ହସ୍ପିଟାଲ ବିରୋଧରେ ରୁଜୁ ହୋଇଥିବା ଏଫଆଇଆର ପୋଲିସ ପାଇଁ ଏକ ପ୍ରକାର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଉଭୟ ହିନ୍ଦୀ ଓ ଇଂରାଜୀ ଭାଷାରେ ପଠାଯାଇଥିବା ଏଫଆଇଆର ଲେଖୁ ଥିବା ବ୍ୟକ୍ତିଙ୍କର ମଧ୍ୟ ଝାଳ ବୋହିଲାଣି ।

ସୂଚନା ଥାଉକି, କିଛି ଦିନ ଆଗରୁ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ  ଏମପି ହସ୍ପିଟାଲ ଓ  ଦେବକୀ ନନ୍ଦନ ହସ୍ପିଟାଲରେ ହୋଇଥିବା ଏକ ବଡ ଧରରଣର ଦୁର୍ନୀତି ଧରିଥିଲେ । ଯାଞ୍ଚ ବେଳେ ହସ୍ପିଟାଲର ସଂଚାଳକଙ୍କ ରୋଗୀଙ୍କ ଠାରୁ ଫରଜି ଉପଚାର ବିଲ ଆଦାୟ କରୁଥିବା ନେଇ ଜଣା ପଡିଥିଲା । ଏମପି ହସ୍ପିଟାଲରୁ ରୋଗୀ ଅଳ୍ପ ଦିନରେ ଡିସଚାର୍ଜ ହୋଇଯାଇଥିଲେ ମଧ୍ୟ ହସ୍ପିଟାଲ ବିଲରେ ରୋଗୀ ଅଧିକ ଦିନ ଥିବାର ଦର୍ଶାଯାଇଥିଲା । ବିଲରେ ଏଠାକାର ଆଇସିୟୁରେ କ୍ଷମତା ଠାରୁ ଅଧିକ ରୋଗୀ ଥିବା ଦର୍ଶା ଯାଇଥିଲା । ଅତି ଜଟିଳ ରୋଗୀଙ୍କ ଡାୟଲିସିସ ଏମବିବିଏସ ଡାକ୍ତରଙ୍କ ଦ୍ୱାରା କରାଯାଇଥିବା ଅଭଯୋଗ ମଧ୍ୟ ଆସିଛି । ଯାହାକି ସମ୍ପୂର୍ଣ ରୂପେ ନିୟମ ବିରୋଧୀ ।

ଏହା ସହ ପଢନ୍ତୁ:

ଅପମିଶ୍ରଣର ଶିକାର ହେଲେ ଖୋଦ୍ ଖାଦ୍ୟଯୋଗାଣ ମନ୍ତ୍ରୀ ରାମ ବିଲାଶ ପାଶୱାନ ,  ଦେଲେ କାର୍ଯ୍ୟାନୁଷ୍ଠାନର ନିର୍ଦ୍ଦେଶ

ଏମିତିକି କେତେ ଗୁଡିଏ ବିଲରେ ହସ୍ପିଟାଲରେ କୌଣସି ଚିକିତ୍ସା ହୋଇନଥିଲେ ହସ୍ପିଟାଲ ତରଫରୁ ଜାଲ ବିଲ ପ୍ରସ୍ତୁତ କରାଯାଇଛି । ଉତ୍ତରାଖଣ୍ଡର ଅଟଳ ଆୟୁଷ୍ମାନ ଯୋଜନାର କାର୍ଯ୍ୟରତ ଅଧିକାରୀ ଧନେସ ଚନ୍ଦ୍ରଙ୍କ ତରଫରୁ ଏହି ଦୁଇ ହସ୍ପିଟାଲ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି । ଗୋଟେ ଦସ୍ତାବିଜ ୬୪ ପୃଷ୍ଠାର ହୋଇଥିବା ବେଳେ ଅନ୍ୟଟି ୨୪ ପୃଷ୍ଠା ବିଶିଷ୍ଠ । ଦସ୍ତାବିଜ ଗୁଡିକରେ ଅତ୍ୟଧିକ ତଥ୍ୟ ଥିବାରୁ ହସ୍ପିଟାଲ ବିରୋଧରେ ଅନଲାଇନରେ ମାମଲା ରୁଜୁ କରାଯାଇପାରିନଥିଲା ।ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏଫଆଇଆର ରୁଜୁରେ ଡେରି ହେଉଥିବା ଦେଖି କୋଟବଲ ଥାନା ଅଧିକାରୀଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ ।

ଯଥା ଶୀଘ୍ର ଆସନ୍ତା ୨ ଦିନ ଭିତରେ ଏଫଆଇଆର ଟିକୁ ପୂରଣ କରିବାକୁ ସେ ନିର୍ଦେଶ ଦେଇଛନ୍ତି ।  ଏଫଆଇଆର ଦର୍ଜ ହେଲା ପରେ ଏହାର ଉପରେ ଯାଞ୍ଚ  କରିବାରେ ମଧ୍ୟ ପୋଲିସ କୁ ବହୁ କଷ୍ଟ କରିବାକୁ ପଡିପାରେ । ତଦନ୍ତ ଅଧିକାରୀ ମାନେ ଯେତେବେଳେ ଯାଞ୍ଚ ଆରମ୍ଭ କରିବେ ତେବେ ହୁଏତ ତାଙ୍କୁ ଚିଠା ପ୍ରସ୍ତୁତ କରିବାକୁ ୧୦ ରୁ ୧୫ ଦିନ ଲାଗିଯିବ । ଏହା ପରେ ମୋକଦ୍ଦମା ଟିର କାର୍ଯ୍ୟ କାରିତା ଆଗକୁ ବଢି ପାରିବ। ଯେତେ ଚେଷ୍ଟା କଲେ ବି ଏହି ମାମଲାର ସମାଧାନ ପାଇଁ ୩ ମାସରୁ କମ ସମୟ ଲାଗିବନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.