ଗ୍ରାଜୁଏଟ୍‌ମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, LIC ରେ ନିଯୁକ୍ତି ପାଇଁ କରନ୍ତୁ ଆବେଦନ

LIC ରେ ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ ସମୁଦାୟ ୮୦୦୦ରୁ ଅଦିକ ପଦବୀରେ ନିଯୁକ୍ତି କରାଯିବ। ଆବେଦନ କରିବା ପାଇଁ ଶେଷ ତାରିଖ ୧ ଅକ୍ଟୋବର ନିର୍ଦ୍ଧାରିତ କରାଯାଇଛି।

ଶିକ୍ଷାଗତ ଯୋଗ୍ୟତା:

ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କୌଣସି ଷ୍ଟ୍ରିମ୍‌ରେ ବ୍ୟାଚଲର ଡିଗ୍ରୀ ହାସଲ କରିଥିବେ।

ବୟସ ସୀମା:

ଆଶାୟୀପାର୍ଥୀମାନଙ୍କ ପାଇଁ ନ୍ୟୁନତମ ବୟସ ସୀମା ୧୮ ବର୍ଷ ଏବଂ ଅଧିକତମ ବୟସ ସୀମା ୩୦ ବର୍ଷ ନିର୍ଦ୍ଧାରଣ କରାଯାଇଛି।

ଆବେଦନ ଶୁଳ୍କ:

ଜେନେରାଲ /ଓବିସି/ଇଡବ୍ଲ୍ୟୁଏସ ବର୍ଗଙ୍କ ପାଇଁ- ୫୧୦ ଟଙ୍କା

ଏସସି/ଏସଟି/ପିଏଚ୍‌ ବର୍ଗଙ୍କ ପାଇଁ- ୮୫ ଟଙ୍କା

ଏପରି କରନ୍ତୁ ଆବେଦନ:

ଇଛୁକ ବ୍ୟକ୍ତିମାନେ LIC ର ୱେବସାଇଡ୍‌ ଫର୍ମ https://www.licindia.in ମାଧ୍ୟମରେ ୧୭.୦୯.୨୦୧୯ ଠାରୁ ୦୧.୧୦.୨୦୧୯ ପଯ୍ୟର୍ନ୍ତ ଅନଲାଇନରେ ଆବେଦନ କରିପାରିବେ।

jobଚାକିରୀ ସ୍ଥାନ:

ଏହି ପଦବୀରେ ଇଛୁକ ବ୍ୟକ୍ତିମାନଙ୍କୁ ମଧ୍ୟପ୍ରଦେଶ, ହରିୟାଣା, ହିମାଚଳପ୍ରଦେଶ, ଚଣ୍ଡିଗଢ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ତାମିଲନାଡୁ, କେରଳ, ଛତିଶଶଡ, ୱେଷ୍ଟବେଙ୍ଗଲ, ସିକ୍କମ୍‌, ଆସାମ, ମିଜୋରାମ, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ମେଘାଳୟ, ମଣିପୁର, ଆଣ୍ଡାମାନ ଏବଂ ନିକୋବର, ବିହାର, ଝାଡଖଣ୍ଡ, ଓଡିଶା, ଦିଲ୍ଲୀ, ରାଜସ୍ଥାନ, ଜମ୍ମୁ ଏବଂ କଶ୍ମୀର, ପଞ୍ଜାବ, ପଣ୍ଡିଚେରୀ ଏବଂ କର୍ଣ୍ଣାଟକରେ ନିଯୁକ୍ତି କରାଯିବ।

ଚୟନ ପକ୍ରିୟା:

ପ୍ରାରମ୍ଭିକ ଅନଲାଇନ୍‌ ପରୀକ୍ଷା ଏବଂ ମୁଖ୍ୟ ଅନଲାଇନ୍‌ ପରୀକ୍ଷା ମାଧ୍ୟମରେ ପାର୍ଥୀମାନଙ୍କୁ ଚୟନ କରାଯିବ।

ଏପରି କରନ୍ତୁ ଆବେଦନ:

ଆଶାୟୀପାର୍ଥୀମାନେ ପରୀକ୍ଷା ଶୁଳ୍କ ଦେବା ପାଇଁ କ୍ରେଡିଟ କାର୍ଡ/ ଡେବିଟ କାର୍ଡ/ ନେଟ୍‌ ବ୍ୟାକିଂଙ୍ଗ ମାଧ୍ୟମରେ ଜମା କରିପାରିବେ।

ଏହାସହ ପଢନ୍ତୁ: ପ୍ରଫେସର ପଦବୀ ପାଇଁ ଓୟୁଏଟି ପ୍ରାର୍ଥୀ ଆବଶ୍ୟକ କରୁଛି, ଏମିତି କରନ୍ତୁ ଆବେଦନ

ମହତ୍ୱପୂର୍ଣ୍ଣ ତାରିଖ:

ଅନଲାଇନ ଆବେଦନ ପତ୍ର ଜମା କରିବା ତାରଖ- ୧୭ ସେପ୍ଟେମ୍ବର ୨୦୧୯

ଅନଲାଇନ ଆବେଦନ ପତ୍ର ଜମା କରିବାର ଶେଷ ତାରିଖ- ୦୧ ଅକ୍ଟୋବର ୨୦୧୯

ଟଙ୍କା ଜମା କରିବାର ଶେଷ ତାରିଖ- ୦୧ ଅକ୍ଟୋବର ୨୦୧୯

ଅନଲାଇନ୍‌ ପରୀକ୍ଷା ତାରିଖ- ୨୧ ଏବଂ ୨୨ ଅକ୍ଟୋବର ୨୦୧୯