ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିପ୍ଳବ କୁମାର ଦେବ

ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ନିଜ ପଦରୁ ଇସ୍ତଫା ପତ୍ର ଦାଖଲ କରିଛନ୍ତି । ଶ୍ରୀ ଦେବ ଆଜି ନିଜ ଇସ୍ତଫା ପତ୍ର ରାଜ୍ୟପାଳଙ୍କ ନିକଟରେ ଦାଖଲ କରିଛନ୍ତି । ସୂଚନା ମିଳିଥିବା ଅନୁଯାୟୀ ଶ୍ରୀ ଦେବ ଶୁକ୍ରବାର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଥିଲେ । କିନ୍ତୁ ଆଜି ତାଙ୍କ ଇସ୍ତଫା ଖବର ସମସ୍ତଙ୍କୁ ଚକିତ କରିଛି । ତ୍ରିପୁରାରେ ଅନେକ ଭାଜପା ବିଧାୟକ ବିପ୍ଳବଙ୍କ ଉପରେ ଅସନ୍ତୁଷ୍ଟ ଥିଲେ । ଆଉ ଏହି ଖବର ହାଇକମାଣ୍ଡଙ୍କ ପର୍ଯ୍ୟନ୍ତ ବି ପହଞ୍ଚିଥିଲା ।

ଇସ୍ତଫା ଦେବା ପରେ ଶ୍ରୀ ଦେବ ନିଜ ବୟାନରେ କହିଛନ୍ତିକି, ପିଏମ ମୋଦିଙ୍କ ସହିତ ମୋର ଆଲୋଚନା ହୋଇଛି । ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି କଥାବାର୍ତ୍ତା ମଧ୍ୟ କରିଥିଲେ । ଉପରୁ ସେମିତି କିଛି ନିର୍ଦ୍ଦେଶ ପାଇବା ପରେ ହିଁ ସେ ଏମିତି ଏକ ପଦକ୍ଷେପ ନେଇଥିବା କହିଛନ୍ତି । ଆଗକୁ ବିଧାନସଭା ନିର୍ବାଚନ ଥିବାବେଳେ ସେନେଇ ପ୍ରସ୍ତୁତି ଖୁବଶୀଘ୍ର ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯିବ । ଜଣେ ଭାଜପା କର୍ମକର୍ତ୍ତା ହିସାବରେ ଦଳକୁ ଅଧିକରୁ ଅଧିକ ମଜବୁତ କରିବା ହେଉଛି ମୋର ପ୍ରଧାନ କାମ ।

କେନ୍ଦ୍ରୀୟ ମନ୍ତ୍ରୀ ତଥା ଭାଜପା ନେତା ଭୁପେନ୍ଦ୍ର ଯାଦବ ଓ ଭାଜପାର ରାଷ୍ଟ୍ରୀୟ ମହାସଚିବ ବିନୋଦ ତାବଡ଼େ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ ତ୍ରିପୁରାରେ ଅଛନ୍ତି । ବିପ୍ଳବ ପରେ କିଏ ମୁଖ୍ୟମନ୍ତ୍ରୀ ଗାଦିରେ ବସିବେ ସେନେଇ ଆଜି ସନ୍ଧ୍ୟାରେ ଘୋଷଣା କରାଯିବ ବୋଲି ଜଣାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.