ଚାର୍ଜରୁ କାଢ଼ିବା ସମୟରେ ମୋବାଇଲ ଫାଟି ବିଜେପି ନେତାଙ୍କ ମୃତ୍ୟୁ

ବାଙ୍ଗାଲୁରୁ(କେନ୍ୟୁଜ): କର୍ଣ୍ଣାଟକର ଆଜି ଏକ ଅଘଟଣ ଘଟିଛି । ଜଣେ ବିଜେପି ନେତାର ମୋବାଇଲ ବ୍ଲାଷ୍ଟ ସମୟରେ ମୃତ୍ୟୁ ହୋଇଥିବା ସୁଚନା ମିଳିଛି । ସୁଚନା ଯେ ବିଜେପି ନେତା ନାଗପ୍ରକାଶ ପ୍ରତିଦିନ ରାତିରେ ନିଜ ମୋବାଇଲ ଚାର୍ଜ ବସାଇ ସକାଳ ସମୟରେ ଚାର୍ଜରୁ କାଢିଦିଅନ୍ତି । ତେବେ ଏଭଳି ପ୍ରତିଦିନ ସେ କରୁଥିବା ସୁଚନା ମିଳିଛି । ତେବେ ଗତକାଲି ରାତିରେ ସେ ପ୍ରତିଦିନ ଭଳି ନିଜ ମୋବାଇଲ ଚାର୍ଜ ବସାଇଥିଲେ । କିନ୍ତୁ ଆଜି ସକାଳେ ମୋବାଇଲ ଚାର୍ଜରୁ ଖୋଲିବା ସମୟରେ ମୋବାଇଲ ବ୍ଲାଷ୍ଟ ହୋଇଥିଲା । ଫଳରେ ସେ ଗୁରୁତର ହୋଇପଡିଥିଲେ । ପରେ ତାଙ୍କୁ ସ୍ଥାନୀୟ ମେଡିକାଲକୁ ନିଆଯାଇଥିଲା । କିନ୍ତୁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଏଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପକାଇଛି । ତେବେ ସମସ୍ତଙ୍କୁ ସୁଚନା ଯେ ମୋବାଇଲରେ ଆବଶ୍ୟକ ପରିମାଣର ଚାର୍ଜ କରିବା ସହ ଅଧିକ ସମୟ ଚାର୍ଜ କରିବା ଅନୁଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.