ସଂକଳ୍ପ ପତ୍ର ଘୋଷଣା କଲା ବିଜେପି, ଆସନ୍ତା ୫ ବର୍ଷ ଯାଏଁ ମିଳିବ ମାଗଣା ରାସନ

ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂକଳ୍ପ ପତ୍ର ଉନ୍ମୋଚନ କରିଛନ୍ତି । ନିର୍ବାଚନୀ ଇସ୍ତାହାର କମିଟିର ମୁଖ୍ୟ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ସଂକଳ୍ପ ପତ୍ର ଜାରି କରାଯାଇଛି ।

ସାଧାରଣ ନିର୍ବାଚନ ପାଇଁ ସଂକଳ୍ପ ପତ୍ର ଘୋଷଣା କଲା ବିଜେପି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣାପତ୍ର ଜାରି କରିଛନ୍ତି । ବିଜେପି ନିଜ ଘୋଷଣା ପତ୍ରରେ ବିକଶିତ ଭାରତ ସଂକଳ୍ପକୁ ଦେହାରାଇଛି । ଘୋଷଣାପତ୍ରରେ ଗରିବ, ଯୁବକ, ମହିଳା ଓ ଅନ୍ନଦାତା ଫୋକସରେ ରହିଛନ୍ତି । ବିଜେପିର ସଂକଳ୍ପ ପତ୍ରରେ ବିକାଶର ୧୪ ଗ୍ୟାରେଣ୍ଟି ସ୍ଥାନ ପାଇଛି ।

ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉନ୍ମୋଚନ କରିଛନ୍ତି । ନିର୍ବାଚନୀ ଇସ୍ତାହାର କମିଟିର ମୁଖ୍ୟ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ସଂକଳ୍ପ ପତ୍ର ଜାରି କରାଯାଇଛି ।

ସଂକଳ୍ପ ପତ୍ର ଉନ୍ମୋଚନ ଅବସରରେ ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆସନ୍ତା ୫ ବର୍ଷ ଯାଏଁ ମାଗଣା ରାସନ ଜାରି ରହିବ । ଦେଶରେ ଜନ ଔଷଧି କେନ୍ଦ୍ରର ବିସ୍ତାର ହେବ । ୭୦ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ କରାଯିବ । ପାଇପ ଯୋଗେ ଘରେ ଘରେ ଶସ୍ତାରେ ଗ୍ୟାସ ପହଞ୍ଚାଯିବ । ମୁଦ୍ରା ଯୋଜନାରେ ୨୦ ଲକ୍ଷ ପର୍ଯ୍ୟନ୍ତ ଋଣ ବୃଦ୍ଧି କରାଯିବ ।

ଗରିବଙ୍କ ପାଇଁ ଆହୁରି ୩ କୋଟି ଆବାସ ନିର୍ମାଣ ହେବ ବୋଲି କହିଛନ୍ତି ମୋଦି । ସୋସିଆଲ ମିଡିଆ କ୍ୟାମ୍ପେନ୍ ଏବଂ ସାରା ଦେଶରୁ ମିଳିଥିବା ୧୫ ଲକ୍ଷରୁ ଅଧିକ ପରାମର୍ଶକୁ ଆଧାର କରି ସଂକଳ୍ପ ପତ୍ର ପ୍ରସ୍ତୁତ ହୋଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନେତୃତ୍ବରେ ଗଠିତ ଘୋଷଣାପତ୍ର କମିଟି ସଂକଳ୍ପ ପତ୍ର ପ୍ରସ୍ତୁତ କରିଛି। ୨୦୪୭ ସୁଦ୍ଧା ଭାରତକୁ ବିକଶତ ରାଷ୍ଟ୍ରରେ ପରିଣତ କରିବାକୁ ସଂକଳ୍ପ କରିଛି ବିଜେପି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.