ପଞ୍ଜାବରେ ଏକା ଲଢିବ ବିଜେପି, ଶିରୋମଣି ଅକାଳି ଦଳ ସହିତ ହେବ ନାହିଁ ମେଣ୍ଟ

ପଞ୍ଜାବରେ ଶିରୋମଣି ଅକାଳି ଦଳ (SAD) ସହିତ ମେଣ୍ଟ କରିବ ନାହିଁ ବିଜେପି। ପଞ୍ଜାବ ବିଜେପି ସଭାପତି ସୁନୀଲ ଜାଖଡ଼ ଏହି ଘୋଷଣା କରିଛନ୍ତି । ଏବେ ରାଜ୍ୟରେ ଅକାଳି ଏବଂ ବିଜେପି ଗଠବନ୍ଧନ ହେବ ନାହିଁ ବୋଲି ସେ କହିଛନ୍ତି ।

ପଞ୍ଜାବରେ ବିଜେପି ଏକାକୀ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବ । ଶିରୋମଣି ଅକାଳି ଦଳ (SAD) ସହିତ ମେଣ୍ଟ କରିବ ନାହିଁ ବିଜେପି। ପଞ୍ଜାବ ବିଜେପି ସଭାପତି ସୁନୀଲ ଜାଖଡ଼ ଏହି ଘୋଷଣା କରିଛନ୍ତି । ଏବେ ରାଜ୍ୟରେ ଅକାଳି ଏବଂ ବିଜେପି ଗଠବନ୍ଧନ ହେବ ନାହିଁ ବୋଲି ସେ କହିଛନ୍ତି ।

ଏଥର ଲୋକସଭା ନିର୍ବାଚନ ପାଇଁ ବିଜେପି ଓ ଶିରୋମଣି ଅକାଳି ଦଳ ମଧ୍ୟରେ ମେଣ୍ଟ ହେବ ବୋଲି ଗତ ସପ୍ତାହରେ ଖବର ଆସିଥିଲା । ମେଣ୍ଟ ପାଇଁ ଶିରୋମଣି ଅକାଳି ଦଳ ଅଧିକ ଆଗ୍ରହୀ ଥିଲା । କିନ୍ତୁ ଏବେ ମେଣ୍ଟ ହେବ ନାହିଁ ବୋଲି ଜଣାପଡିଛି ।
ଶିରୋମଣି ଅକାଳି ଦଳ ବିଜେପିର ଅନ୍ୟତମ ସହଯୋଗୀ ଦଳ । ଶିରୋମଣି ଅକାଳି ଦଳ ଏନ୍ଡିଏରେ ଥିଲା । ଅକାଳି ଦଳ ୧୯୯୭ରୁ ଆରମ୍ଭ କରି ୨୦୨୦ ପର୍ଯ୍ୟନ୍ତ ବିଜେପି ସହିତ ଥିଲା ଅକାଳି ଦଳ । ତେବେ ୨୦୨୦ରେ ଏହା ଏନ୍ଡିଏରୁ ଅଲଗା ହୋଇଥିଲା । ପଞ୍ଜାବରେ ୧୩ଟି ଲୋକସଭା ଆସନ ଥିବା ବେଳେ ଜୁନ୍ ୧ ତାରିଖରେ ଏଠାରେ ଭୋଟ୍ ଗ୍ରହଣ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.