ଗୋପାଳପୁର ପୋର୍ଟକୁ କିଣିଲା ଆଦାନୀ ଗ୍ରୁପ୍ ,୩୦୮୦ କୋଟି ଟଙ୍କାରେ ଚୁକ୍ତି ସ୍ୱାକ୍ଷରିତ

ଆଦାନୀ ପୋର୍ଟ ଓ ସ୍ପେଶାଲ ଇକୋନୋମିକ ଜୋନ ଓଡ଼ିଶାର ଗୋପାଳପୁର ବନ୍ଦରର ୯୫ ପ୍ରତିଶତ ଅଂଶଧନ ହାସଲ କରିଛି । ଗୋପାଳପୁର ବନ୍ଦରରେ ୧୩ ଶହ ୪୯ କୋଟି ବିନିଯୋଗ କରି ଆଦାନୀ ଗ୍ରୁପ ପୂର୍ବ ଉପକୂଳରେ ନିଜର ଉପସ୍ଥିତି ଜାହିର କରିବାକୁ ଯାଉଛି ।

(କେନ୍ୟୁଜ): ଆଦାନୀ ପୋର୍ଟ ଓ ସ୍ପେଶାଲ ଇକୋନୋମିକ ଜୋନ ଓଡ଼ିଶାର ଗୋପାଳପୁର ବନ୍ଦରର ୯୫ ପ୍ରତିଶତ ଅଂଶଧନ ହାସଲ କରିଛି । ଗୋପାଳପୁର ବନ୍ଦରରେ ୧୩ ଶହ ୪୯ କୋଟି ବିନିଯୋଗ କରି ଆଦାନୀ ଗ୍ରୁପ ପୂର୍ବ ଉପକୂଳରେ ନିଜର ଉପସ୍ଥିତି ଜାହିର କରିବାକୁ ଯାଉଛି । ଆଦାନୀ ଗ୍ରୁପ ଏସପି ଗ୍ରୁପର ୫୬ ପ୍ରତିଶତ ଅଂଶଧନ ଓ ଓଡିଶା ଷ୍ଟିଭେଡ଼ର୍ସର ୩୯ ପ୍ରତିଶତ ଅଂଶଧନ କିଣିବାର ଚୂଡାନ୍ତ ହୋଇଛି। ୩ ହଜାର ୮୦ କୋଟି ଟଙ୍କାରେ ଅଂଶଧନ କିଣୁଥିବା ଜଣାଯାଇଛି।

ଗୋପାଳପୁର ବନ୍ଦର ଲୁହାପଥର, କୋଇଲା, ଚୂନ ପଥର, ଆଲୁମିନା ଭଳି ମାଲ ପରିବହନର ନିୟନ୍ତ୍ରଣ କରିଥାଏ। ଆଦାନୀ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ କିରଣ ଆଦାନୀ କହିଛନ୍ତି ଗୋପାଳପୁର ବନ୍ଦର ଏବେ ପାନ ଇଣ୍ଡିଆ ପୋର୍ଟ ନେଟୱାର୍କ ସହିତ ଯୋଡ଼ି ହେବ। ଆଦାନୀ ପୋର୍ଟ ପକ୍ଷରୁ ୨୦୨୩ -୨୪ ଆର୍ଥିକ ବର୍ଷରେ ୭.୪ ମିଲିୟନ ମେଟ୍ରିକ ଟନ କାରଗୋ ପରିଚାଳନା କରିଥିଲା। ଚଳିତ ଆର୍ଥିକ ବର୍ଷରେ ଆଦାନୀ ପୋର୍ଟ ୧୧.୩ ମିଲିୟନ ମେଟ୍ରିକ ଟନ କାରଗୋ ପରିଚାଳନା କରିବାର ଲକ୍ଷ୍ୟ ରଖିଛି। ଏହାଦ୍ବାରା ଆଦାନୀ ପୋର୍ଟ ୫୨୦ କୋଟିର ରାଜସ୍ବ ଲାଭ କରିବ ବୋଲି ଆଶା ରଖିଛି। ଗୋପାଳପୁର ପୋର୍ଟ ଓଡ଼ିଶାର ଖଣିଜ ସମ୍ପଦ ସହିତ ପଡୋଶୀ ରାଜ୍ୟର ଖଣିଜ ସଂଗ୍ରହରେ ଆଦାନୀ ପୋର୍ଟକୁ ସହାୟତା ହେବ ବୋଲି ଆଦାନୀ ପକ୍ଷରୁ କୁହାଯାଇଛି। ଆଦାନୀ ପୋର୍ଟ ଏବଂ ସ୍ପେଶାଲ ଇକୋନୋମିକ ଜୋନ ଭାରତର ପୂର୍ବ ଓ ପଶ୍ଚିମ ଉପକୂଳରେ ୧୨ ଟି ବନ୍ଦର ପରିଚାଳନା କରିବାର କ୍ଷମତାରେ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.