Below header

ପାଟନା ବିମାନବନ୍ଦରକୁ ବୋମାରେ ଉଡ଼ାଇଦେବାକୁ ଧମକ, ଗୁଜବ ସୃଷ୍ଟିକାରୀ ନିଶାଡ଼ିଙ୍କୁ ଗିରଫ କଲା ପୋଲିସ

ବିହାରର ପାଟନା ବିମାନବନ୍ଦରରେ ବୋମା। ଖବର ମିଳିବା କ୍ଷଣି ଭୟର ବାତାବରଣ ଖେଳି ଯାଇଥିଲା। ସଙ୍ଗେ ସଙ୍ଗେ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ଯାଞ୍ଚରେ ଲାଗି ପଡ଼ିଥିଲେ। କିନ୍ତୁ ଅନେକ ଖୋଜାଖୋଜି ସତ୍ତ୍ୱେ ସେଠାରୁ କିଛି ମିଳି ନ ଥିଲା।

ବିହାରର ପାଟନା ବିମାନବନ୍ଦରରେ ବୋମା। ଖବର ମିଳିବା କ୍ଷଣି ଭୟର ବାତାବରଣ ଖେଳି ଯାଇଥିଲା। ସଙ୍ଗେ ସଙ୍ଗେ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ଯାଞ୍ଚରେ ଲାଗି ପଡ଼ିଥିଲେ। କିନ୍ତୁ ଅନେକ ଖୋଜାଖୋଜି ପରେ ସେଠାରୁ କିଛି ମିଳି ନ ଥିଲା। ଏବେ ପାଟନା ଏସ୍‌ଏସ୍‌ପି ସ୍ପଷ୍ଟ କରିଛନ୍ତି ଯେ ସମସ୍ତିପୁରରୁ ଜଣେ ନିଶାଡ଼ି କଲ୍‌ କରି ଏପରି ଧମକ ଦେଇଥିଲେ। କଲ୍‌ ଯାଞ୍ଚ କରାଯିବା ପରେ ପୋଲିସ ମିଥ୍ୟା ସୂଚନା ପ୍ରଚାରକାରୀଙ୍କୁ ସମସ୍ତିପୁରରୁ ଗିରଫ କରିଛି।

କହି ରଖୁଛୁ ଯେ ବିହାରର ପାଟନାସ୍ଥିତ ଜୟପ୍ରକାଶ ନାରାୟଣ ଅନ୍ତର୍ଜାତୀୟ ବିମାନବନ୍ଦର କମ୍ପ୍ଲେକ୍ସରେ ଏକ ବୋମା ରଖାଯାଇଥିବା ନେଇ ବୁଧବାର ମିଥ୍ୟା କଲ୍‌ ଆସିଥିଲା। ଖବର ମିଳିବା ପରେ ସୁରକ୍ଷା କର୍ମୀଙ୍କ ନିଦ ହଜିଯାଇଥିଲା। ଆଜି ସକାଳେ ଲ୍ୟାଣ୍ଡଲାଇନ ନମ୍ବରରେ କଲ ଆସିବା ପରେ ବିମାନବନ୍ଦରରେ ସୁରକ୍ଷାକୁ ବଢ଼ାଇ ଦିଆଯାଇଥିଲା ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସେପଟେ ପାଟନା ବିମାନବନ୍ଦରରେ ବୋମା ଆତଙ୍କକୁ ରୋକିବା ପାଇଁ ସୁରକ୍ଷା କର୍ମଚାରୀମାନେ ମକ୍‌ ଡ୍ରିଲ୍‌ ଆରମ୍ଭ କରିଛନ୍ତି ଏବଂ ପରିସରକୁ ତନ୍ନ ତନ୍ନ ଯାଞ୍ଚ କରାଯାଉଛି। ସମସ୍ତ ବିମାନ ନିଜର ନିର୍ଦ୍ଧାରିତ ସମୟରେ ଗମନାଗମନ କରୁଛନ୍ତି। ତେବେ ପୋଲିସ ଗୁଜବ ସୃଷ୍ଟିକାରୀ ବ୍ୟକ୍ତିଙ୍କର ମୋବାଇଲ ଫୋନ୍‌ ଜବତ କରି ନେଇଛି। ଉକ୍ତ ମୋବାଇଲରୁ କେଉଁ କେଉଁ ଜାଗାକୁ ଫୋନ୍‌ କରାଯାଇଛି, ତାହାର ତଥ୍ୟ ସଂଗ୍ରହ କରାଯାଉଛି। ପୋଲିସ ମାମଲାର ଅଧିକ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.