ଗୋଟିଏ ଦିନରେ ବେଙ୍ଗାଲୁରୁର ୧୩ଟି ସ୍କୁଲକୁ ମିଳିଲା ବୋମା ଧମକ, ଟିକିନିକି ଯାଞ୍ଚ କରୁଛି ପୋଲିସ

ଗୋଟିଏ ଦିନରେ ୧୩ଟି ସ୍କୁଲକୁ ମିଳିଛି ବୋମା ଧମକ। ଶୁକ୍ରବାର ସକାଳୁ ଏଭଳି ଧମକପୂର୍ଣ୍ଣ ଇମେଲ୍‌ ମିଳିବା ପରେ ବେଙ୍ଗାଲୁରୁ ପୋଲିସର ନିଦ ହଜିଯାଇଛି। ଇମେଲ୍‌ ମାଧ୍ୟମରେ କୁହାଯାଇଛି ଯେ ସ୍କୁଲ କ୍ୟାମ୍ପସ୍‌ଗୁଡ଼ିକରେ ବୋମା ରଖାଯାଇଛି।

ଗୋଟିଏ ଦିନରେ ୧୩ଟି ସ୍କୁଲକୁ ମିଳିଛି ବୋମା ଧମକ। ଶୁକ୍ରବାର ସକାଳୁ ଏଭଳି ଧମକପୂର୍ଣ୍ଣ ଇମେଲ୍‌ ମିଳିବା ପରେ ବେଙ୍ଗାଲୁରୁ ପୋଲିସର ନିଦ ହଜିଯାଇଛି। ଇମେଲ୍‌ ମାଧ୍ୟମରେ କୁହାଯାଇଛି ଯେ ସ୍କୁଲ କ୍ୟାମ୍ପସ୍‌ଗୁଡ଼ିକରେ ବୋମା ରଖାଯାଇଛି। ଏହି ଘଟଣାକୁ ନେଇ ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଛି। ବୋମା ଧମକ ପରେ ପୋଲିସ ଲଗାତାର ବିଦ୍ୟାଳୟରେ ସର୍ଚ୍ଚ ଅପରେସନ ଜାରି ରଖିଛି।

ବେଙ୍ଗାଲୁରୁର ପାଖାପାଖି ୧୩ଟି ସ୍କୁଲକୁ ଏହି ଧମକପୂର୍ଣ୍ଣ ଇମେଲ ଆସିଥିବା ପୋଲିସ ସୂଚନା ଦେଇଛି। ଇମେଲରେ ୧୩ଟି ସ୍କୁଲକୁ ଟାର୍ଗେଟ୍‌ କରାଯାଇଛି, ଯାହାପରେ ପ୍ରଶାସନ କୌଣସି ବଡ଼ ଘଟଣା ଘଟିବା ଆଶଙ୍କାରେ ଭୟଭୀତ ହୋଇ ଏ ନେଇ ତୁରନ୍ତ ପୋଲିସକୁ ଖବର ଦେଇଥିଲା। ଘଟଣାର ଗମ୍ଭୀରତାକୁ ଅନୁଭବ କରି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସ୍କୁଲଗୁଡ଼ିକରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା।

ଧମକପୂର୍ଣ୍ଣ ଇମେଲ ପରେ ଛାତ୍ରଛାତ୍ରୀମାନଙ୍କୁ ବାହାର କରାଯାଇ ସମସ୍ତ ସ୍କୁଲକୁ ପୋଲିସ ତନ୍ନତନ୍ନ କରି ଯାଞ୍ଚ କରୁଛି। କିନ୍ତୁ ସର୍ଚ୍ଚ ଅପରେସନରେ ଏ ପର୍ଯ୍ୟନ୍ତ କିଛି ମିଳିନାହିଁ। ଏହା ଫେକ୍‌ କଲ୍‌ ବୋଲି ପୋଲିସ ଅନୁମାନ କରିଛି। ତଥାପି ସୁରକ୍ଷା ଦୃଷ୍ଟିରୁ ପୋଲିସ ଖୋଜାଖୋଜି ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.