Below header

ଉପାନ୍ତ ଅଂଚଳରେ ମିଳିବ ଇଂଟରନେଟ ସେବା, ସବୁଠାରୁ ଭାରି ଉପଗ୍ରହ ଜି-ସାଟ୍-୧୧କୁ ଉତକ୍ଷେପଣ କଲା ଭାରତ

ଦକ୍ଷିଣ ଆମେରିକା: ସବୁଠାରୁ ଭାରି ଉପଗ୍ରହ ଜି-ସାଟ୍-୧୧କୁ ଉତକ୍ଷେପଣ କରିଛି ଭାରତ । ଆଜି ଦକ୍ଷିଣ ଆମେରିକା ସ୍ଥିତ ଫ୍ରେଞ୍ଚ୍ ଗୟାନାର ୟୁରୋପିଆନ ସ୍ପେଶ ଏଜେନ୍ସିର ରକେଟ ଜରିଆରେ ଏହାକୁ ମହାକାଶକୁ ପଠାଯାଇଛି । ଏହି କୃତ୍ରିମ ଉପଗ୍ରହ ଏବେ ଭାରତର ଇଂଟରନେଟ ସେବାକୁ ଉନ୍ନତମାନର କରିବ । ଯାହା ଭାରତର ଟେଲିକମ୍ୟୁନିକେସନ ପାଇଁ ବରଦାନ ସାବ୍ୟସ୍ତ ହେବା ସହ ଉପାନ୍ତ ଓ ଦୁର୍ଗମ ଅଂଚଳରେ ଇଂଟରନେଟ ସେବା ସହଜରେ ପହଞ୍ଚାଇ ପାରିବ ।

a8ଏହା ପ୍ରତି ସେକେଣ୍ଡରେ ୧୪ ଗିଗାବାଇଟ୍ ଡାଟା ଟ୍ରାନ୍ସଫର କ୍ଷମତା ରଖିଛି । ଇସ୍ରୋର ସୂଚନା ମୁତାବକ ଜି-ସାଟ୍-୧୧ର ଓଜନ ୫ ହଜାର ୮୦୦ କିଲୋଗ୍ରାମ । ଏହା ଦେଶରେ ବ୍ରଡବ୍ରାଣ୍ଡ ସେବା ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ । ଭୂପୃଷ୍ଠରୁ ୩୬ ହଜାର କିଲୋମିଟର ଦୂରତା କକ୍ଷ ପଥରେ ଜି-ସାଟ-୧୧କୁ ଅବସ୍ଥାପିତ କରାଯିବାର ସୂଚନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.