କୋଟି କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ ଓ ଅବକାରୀ ବିଭାଗ

ଗଜପତି(କେନ୍ୟୁଜ୍) : ଗଜପତି ଜିଲ୍ଲାରେ କୋଟି କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ ଓ ଅବକାରୀ ବିଭାଗ। ଜିଲ୍ଲାର ଅଡବା ଥାନା ଅନ୍ତର୍ଗତ କାପିଲିପାଜୁ ଓ ଡରିଙ୍ଗଗୁଡା ଗାଁ ନିକଟ ଜଙ୍ଗଲରେ ବେଆଇନ ଭାବେ ଗଞ୍ଜେଇ ଚାଷ ହୋଇଥିଲା। ପ୍ରାୟ ୫୪ ଏକର ଅଂଚଳରେ ଚାଷ ହୋଇଥିଲା। ନଷ୍ଟ କରାଯାଇଥିବା ଗଛର ଆନୁମାନିକ ମୂଲ୍ୟ ୧୦କୋଟିରୁ ଅଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହି ଅଭିଯାନରେ ଉଭୟ ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀ ସାମିଲ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.