ଏ କ’ଣ! ମଗାଇଥିଲେ ୫୩ ହଜାର ଟଙ୍କାର iPad, ଆସିଲା ୯୩ ଟଙ୍କାର ବିସ୍କୁଟ; ଜାଣନ୍ତୁ ଏହାପରେ କ’ଣ କଲେ ଗ୍ରାହକ

ଅନଲାଇନ ସପିଂ ସହ ଜଡ଼ିତ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ଅନଲାଇନ ସପିଂ ସାଇଟ୍‌ ଆମାଜନରୁ ପାଖାପାଖି ୫୩ ହଜାର ଟଙ୍କାର ଏକ iPad ମଗାଇଥିଲେ। କିନ୍ତୁ ତାଙ୍କୁ ମାତ୍ର ୯୩ ଟଙ୍କାର କ୍ୟାଡ୍‌ବରୀ କୁକିଜ୍‌ ଡେଲିଭର କରି ଦିଆଯାଇଥିଲା। ଡେଲିଭରି ବୟଙ୍କଠାରୁ ପାର୍ସଲ ହାତରେ ନେବା ବେଳେ ୪୩ ବର୍ଷୀୟ କାର୍ଲ ହାର୍ପର ନାମକ ବ୍ୟକ୍ତିଙ୍କୁ ଜିନିଷ ବହୁତ ହାଲୁକା ଲାଗିଥିଲା। ସେ ଯେତେବେଳେ ପାର୍ସଲ ଖୋଲିକି ଦେଖିଥିଲେ, ତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାହିଁକି ନା, ପାର୍ସଲରେ iPad ଜାଗାରେ ଥିଲା ଛୋଟିଆ ବିସ୍କୁଟ ପ୍ୟାକେଟ୍‌।

ମାମଲା ବ୍ରିଟେନର ବୋଲି ଜଣାପଡ଼ିଛି। ପାର୍ସଲ ଫେରାଇବା ପାଇଁ କାର୍ଲ ଯେତେବେଳେ ଦୌଡ଼ିକି ବାହାରକୁ ଯାଇଥିଲେ, ତ ସେତେବେଳକୁ ଡେଲିଭରି ବୟ ସେଠାରୁ ଯାଇ ସାରିଥିଲା। କାର୍ଲ iPad ପାଇଁ ପାଖାପାଖି ୧୦,୬୦୦ ଟଙ୍କାର ୫ କିସ୍ତି ଭରି ସାରିଥିଲେ। ଏବେ ଏହି ଘଟଣା ପରେ ବି ତାଙ୍କୁ ବାକି ପଇସା ଭରିବା ପାଇଁ କମ୍ପାନୀ ତରଫରୁ କୁହାଯାଉଛି।

କାର୍ଲ ଯଦିଓ ଏ ନେଇ ଅଭିଯୋଗ କରିଥିଲେ, କିନ୍ତୁ ରେସ୍‌ପନ୍ସ ମିଳିବାରେ ବିଳମ୍ବ ଯୋଗୁ ସେ ବିରକ୍ତି ପ୍ରକାଶ କରିଥିଲେ। ଏହାପରେ ସେ ନିକଟସ୍ଥ ଏକ ଷ୍ଟୋର୍‌ରୁ ଆଉ ଏକ ଟ୍ୟାବ୍‌ଲେଟ କିଣି ନେଇଥିଲେ। କାର୍ଲ କହିଥିଲେ କି, iPadର ଦାମ୍‌ ଏକ ନିର୍ଦ୍ଦିଷ୍ଟ ରାଶିଠାରୁ ଡେର୍‌ ଅଧିକ ଥିଲା। ଏଥିପାଇଁ ଡେଲିଭରି ସମୟରେ ଡେଲିଭରି ବୟଙ୍କୁ ମୋତେ ଏକ ପାସ୍‌କୋଡ ଦେବାର ଥିଲା। ମୁଁ ତାଙ୍କୁ ପାସ୍‌କୋଡ ଦେଇଥିଲି ଏବଂ ସେ ଛୋଟିଆ ପାର୍ସଲ ଦେଇ ଗାଏବ ହୋଇଯାଇଥିଲେ।

କାର୍ଲ ଏ ନେଇ ଆମାଜନ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ ସେ କହିଥିଲେ କି, ଏହି ମାମଲାରେ ଆମାଜନର ରେସ୍‌ପନ୍ସ ବହୁତ ଖରାପ ଥିଲା। କିଛି ଉପାୟ ନ ପାଇ ଶେଷରେ ସେ ପାଖ ଷ୍ଟୋରରୁ iPad Air କିଣିଥିଲେ। ତାଙ୍କୁ ଉଭୟ ପ୍ରଡକ୍ଟ ପାଇଁ ଖର୍ଚ୍ଚାନ୍ତ ହେବାକୁ ପଡ଼ିଛି। ଅପରପକ୍ଷେ ଯେତେବେଳେ କାର୍ଲଙ୍କ ସହିତ ଘଟିଥିବା ଏଭଳି ଘଟଣା ଚର୍ଚ୍ଚା ପରିସରକୁ ଆସିଥିଲା, ତ ଆମାଜନ କାର୍ଲଙ୍କୁ ଏକ ସପ୍ତାହ ଭିତରେ ରିଫଣ୍ଡ୍‌ ଦେବା କଥା କହିଛି। କମ୍ପାନୀର ଜଣେ ପ୍ରବକ୍ତା କହିଛନ୍ତି, ଆମେ ଗ୍ରାହକଙ୍କ ସହିତ ସିଧା ଯୋଗାଯୋଗରେ ରହିଛୁ ଏବଂ ନିଜ ଭୁଲ୍‌କୁ ସୁଧାରୁଛୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.