କରୋନା ଟିକାକୁ ନେଇ ମଜାକ୍ ଉଡାଇଲେ ବ୍ରାଜିଲର ରାଷ୍ଟ୍ରପତି, କହିଲେ ଟିକା ନେଲେ ମହିଳାଙ୍କର ଉଠିପାରେ ଦାଢ଼ି, ପୁରୁଷ ହୋଇ ପାରନ୍ତି କୁମ୍ଭୀର

ଦୀର୍ଘ ଦିନ ଧରି କରୋନା ଭାଇରସ ସହିତ ଲଢୁଥିବା ବିଶ୍ବ କରୋନା ଟିକାକୁ ନେଇ ଚାହିଁବସିଛି। ଟିକା ଆସିଲେ ହୁଏତ କରୋନା ଦୂର ହେବ। ଏହାକୁ ନେଇ ଅନେକ ସ୍ଥାନରେ ଟିକାକରଣ ମଧ୍ୟ ଆରମ୍ଭ ହୋଇଛି। ଅନେକ ଟିକା ପରୀକ୍ଷା ଚାଲିଛି। ଏହି ସମୟରେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ କରୋନା ଟିକାକୁ ଏକ ଖାମଖିଆଲି ବିବୃତ୍ତି ଦେଇଛନ୍ତି। ବୋଲସନାରୋ କହିଛନ୍ତି, ଯେକୌଣସି କମ୍ପାନୀ ଟିକାକରଣର ପାର୍ଶ୍ୱ ପ୍ରତିକ୍ରିୟା ରହିବ ନାହିଁ ବୋଲି ଗ୍ୟାରେଣ୍ଟି ଦେଉନାହାଁନ୍ତି। ତେଣୁ ବୋଲସନାରୋ ଫାଇଜର ଏବଂ ବାୟୋଏଣ୍ଟେକ୍ ର କୋଭିଡ -୧୯ ଟିକା ଉପରେ ନିର୍ଭର ନକରିବାକୁ ନିଷ୍ପତ୍ତି ନେଇଛନ୍ତି।

ବୋଲସନାରୋ ଏହି ଟିକାକୁ ପରିହାସ କରି କହିଛନ୍ତି ଯେ, ଫାଇଜର ଏବଂ ବାୟୋଟେକ୍ ଟିକା ଲୋକଙ୍କୁ କୁମ୍ଭୀର କରିପାରେ, ଯାହାର ପ୍ରଭାବ ମହିଳାଙ୍କ ଦାଢି ମଧ୍ୟ ଉଠିପାରେ କିମ୍ବା ପୁରୁଷମାନଙ୍କୁ ମହିଳାଙ୍କ ଭଳି ଶବ୍ଦ କରିବାକୁ ପଡ଼ିପାରେ। ବୋଲସନାରୋ COVID-19 କୁ କେବଳ ସାମାନ୍ୟ ଜ୍ୱର ବୋଲି ବିବେଚନା କରନ୍ତି । ସେମାନେ କହିଛନ୍ତି ଯେ, ଟିକା ଉପରେ ବିଶ୍ୱାସ କରିବା ଉଚିତ୍ ନୁହେଁ। ସେ ନିଜେ ମଧ୍ୟ କୋଭିଡ -୧୯ ଟିକା ନେବେ ନାହିଁ । ଆହୁରି ମଧ୍ୟ ବୋଲସନାରୋ କହିଛନ୍ତି, ‘ଫାଇଫାଇଜର ଚୁକ୍ତିରେ ଏହା ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ ସେମାନେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ପାଇଁ ଦାୟୀ ରହିବେ ନାହିଁ। ଏପରି ପରିସ୍ଥିତିରେ, ଯଦି ତୁମେ ଟିକା ନେଇ କୁମ୍ଭୀର ହୋଇଯାଅ, ତେବେ ଏହା ତୁମର ସମସ୍ୟା ।

brazil

ବୋଲସନାରୋଙ୍କ ଏପରି ବିବୃତ୍ତି ଲୋକଙ୍କ ମନରେ ଭୟ ସ୍‌ଷ୍ଟି କରିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବୋଲସନାରୋ ଗତ ସପ୍ତାହରେ ବ୍ରାଜିଲରେ ବହୁ ପରିମାଣରେ ମାଗଣା ଟିକାକରଣ ବିଷୟରେ କହିଥିଲେ। ସୂଚନାଯୋଗ୍ଯ, ବ୍ରାଜିଲରେ ଏପର୍ଯ୍ୟନ୍ତ ୭୧ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ହୋଇଥିବା ରିପୋର୍ଟ ହୋଇଛି, ସେଥିମଧ୍ୟରୁ ୧ ଲକ୍ଷ ୮୫ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.