ଲାଇଭ୍‌ ପରଫର୍ମାନ୍ସ ବେଳେ ସିଙ୍ଗର୍‌ଙ୍କୁ ଆସିଲା ହାର୍ଟ ଆଟାକ୍‌, ଗାଉ ଗାଉ ଷ୍ଟେଜ୍‌ ଉପରେ ଟଳିପଡ଼ିଲେ

ବ୍ରାଜିଲର ଜଣେ ସିଙ୍ଗର୍‌ ପେଡ୍ରୋ ହେନରିକ୍‌ଙ୍କର ଲାଇଭ୍‌ କନ୍‌ସର୍ଟରେ ମୃତ୍ୟୁ ହୋଇଛି। ୩୦ ବର୍ଷୀୟ ପେଡ୍ରୋ ବ୍ରାଜିଲ୍‌ର ଏକ ଧାର୍ମିକ ଇଭେଣ୍ଟ୍‌ରେ ପରଫର୍ମାନ୍ସ କରୁଥିଲେ। ହେଲେ ଏହି ପରଫର୍ମାନ୍ସ ବେଳେ ପେଡ୍ରୋ ହଠାତ୍‌ ପଛପଟକୁ ବେଣ୍ଟ୍‌ ହୋଇଯାଇଥିଲେ ଏବଂ ତଳେ ପଡ଼ିଯାଇଥିଲେ।

ବ୍ରାଜିଲର ଜଣେ ସିଙ୍ଗର୍‌ ପେଡ୍ରୋ ହେନରିକ୍‌ଙ୍କର ଲାଇଭ୍‌ କନ୍‌ସର୍ଟରେ ମୃତ୍ୟୁ ହୋଇଛି। ୩୦ ବର୍ଷୀୟ ପେଡ୍ରୋ ବ୍ରାଜିଲ୍‌ର ଏକ ଧାର୍ମିକ ଇଭେଣ୍ଟ୍‌ରେ ପରଫର୍ମାନ୍ସ କରୁଥିଲେ। ଲୋକେ ତାଙ୍କ ପରଫର୍ମାନ୍ସକୁ ବେଶ୍‌ ଉପଭୋଗ କରୁଥିଲେ। ଏପରି କି, ସିଙ୍ଗର୍‌ ମଧ୍ୟ ନିଜେ ସମ୍ପୂର୍ଣ୍ଣ ସୁସ୍ଥ ଲାଗୁଥିଲେ।

ହେଲେ ଏହି ପରଫର୍ମାନ୍ସ ବେଳେ ପେଡ୍ରୋ ହଠାତ୍‌ ପଛପଟକୁ ବେଣ୍ଟ୍‌ ହୋଇଯାଇଥିଲେ ଏବଂ ତଳେ ପଡ଼ିଯାଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା କ୍ୟାମେରାରେ କଏଦ ହୋଇଥିବା ବେଳେ ଭିଡିଓ ଏବେ ଭାଇରାଲ ହେଉଛି।

ଏଥିରେ ପେଡ୍ରୋଙ୍କୁ ଷ୍ଟେଜ୍‌ ଉପରେ ଛିଡ଼ା ହୋଇ ଗୀତ ଗାଉଥିବାର ଦେଖିବାକୁ ମିଳୁଛି। ସେ ଦର୍ଶକଙ୍କ ସହିତ ମସ୍ତି ମଧ୍ୟ କରୁଛନ୍ତି। ଭିଡିଓରେ ସିଙ୍ଗର୍‌ Vai Ser Tao Lindo ନାମକ ଚର୍ଚ୍ଚିତ ଗୀତ ଗାଉଛନ୍ତି। କିନ୍ତୁ ଏହି ସମୟରେ ଷ୍ଟେଜ୍‌ ଉପରେ ଏମିତି କିଛି ଘଟୁଛି, ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ରହିଛି। ପେଡ୍ରୋ ତଳେ ପଡ଼ିଯିବା ପରେ ତାଙ୍କୁ ତୁରନ୍ତ ପାଖ କ୍ଲିନିକ୍‌କୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ରିପୋର୍ଟ ଅନୁସାରେ, ଷ୍ଟେଜ୍‌ ଉପରେ ପରଫର୍ମାନ୍ସ ଆରମ୍ଭ କରିବା ପୂର୍ବରୁ ପେଡ୍ରୋ ନିଜର ଜଣେ ସାଙ୍ଗଙ୍କୁ କହିଥିଲେ କି, ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଲାଗୁନାହିଁ। ସେ ବହୁତ ଥକି ଯାଇଛନ୍ତି। ସେପଟେ ପେଡ୍ରୋଙ୍କ ରେକର୍ଡ ଲେବଲ୍‌ Todah Music ମଧ୍ୟ ସିଙ୍ଗର୍‌ଙ୍କ ମୃତ୍ୟୁ ସମ୍ପର୍କରେ ବୟାନ ଜାରି କରିଛି। ଏହା କହିଛି ଯେ ପେଡ୍ରୋଙ୍କୁ ଅତି ଭୟଙ୍କର ହୃଦ୍‌ଘାତ ଆସିଥିଲା, ଯେଉଁଥିରେ ତାଙ୍କ ଜୀବନ ଚାଲିଯାଇଛି। ସେ ଜଣେ ଖୁସି ମିଜାଜ୍‌ର ମଣିଷ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.