ଜାଣନ୍ତୁ ୯ ମୁଖୀ ରୁଦ୍ରାକ୍ଷର ମହତ୍ତ୍ୱ, ମୃତ୍ୟୁ ଭୟ ଥିଲେ ଏହାକୁ ଧାରଣ କରନ୍ତୁ

ରୁଦ୍ରାକ୍ଷର ନଅ ମୁଖ ରୂପ କୁ ଦେବୀ ଦୁର୍ଗାଙ୍କ ରୂପ ବୋଲି କୁହାଯାଏ । ଯଦି ଏହି ରୁଦ୍ରାକ୍ଷକୁ ଧାରଣ କରାଯାଏ ତେବେ ଏହାକୁ ପିନ୍ଧିଥିବା ବ୍ୟକ୍ତିଙ୍କର ମୃତ୍ୟୁ ଭୟ ରୁହେ ନାହିଁ । ଏହି ରୁଦ୍ରାକ୍ଷକୁ ପିନ୍ଧିଥିବା ବ୍ୟକ୍ତିଙ୍କଠାରୁ ଶତ୍ରୁମାନେ ମଧ୍ୟ ଦୂରେଇ ଯାଆନ୍ତି ଅର୍ଥାତ୍ ଶତ୍ରୁତା ଶେଷ ହୋଇଯାଏ ।

୯ ମୁଖୀ ରୁଦ୍ରାକ୍ଷର ମହତ୍ତ୍ୱ ଭିନ୍ନ । ଏହାକୁ ଧାରଣ କରିଲେ ଆପଣଙ୍କ ଜୀବନରେ ଏପରି ଚମତ୍କାର ଜିନିଷ ଘଟିବ ଯାହା ବିଷୟରେ ଆପଣ କେବେ ମଧ୍ୟ କଳ୍ପନା କରି ନଥିବେ । ଏହାକୁ ଧାରଣ କରିବା ଦ୍ୱାରା ନକରାତ୍ମକତା ଦୂର ହେବା ସହ ଅନେକ ଲାଭ ମିଳିଥାଏ । କହି ରଖିବାକୁ ଚାହିଁବୁ କି ଏହି ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ମୃତ୍ୟୁ ଭୟ ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ୯ ମୁଖି ରୁଦ୍ରାକ୍ଷକୁ ଧାରଣ କଲେ ଆପଣଙ୍କର ସମସ୍ୟା କିପରି ସମାଧାନ ହେବ ।

ନବରାତ୍ରର ୯ ଦିନକୁ ମା’ ଦୁର୍ଗାଙ୍କ ଭିନ୍ନ ଭିନ୍ନ ରୂପକୁ ସମର୍ପଣ କରାଯାଇଛି । ଏହା ବର୍ଷକୁ ଦୁଇଥର ଆସେ ଯାହାକୁ ଆମେ ଚୈତ୍ର ନବରାତ୍ରୀ ଏବଂ ଶାରଦୀୟ ନବରାତ୍ରୀ ଭାବରେ ପାଳନ କରିଥାଉ । ମା ଦୁର୍ଗା ମାନସିକ, ଶାରୀରିକ ଏବଂ ଆଧ୍ୟାତ୍ମିକତା ଶକ୍ତିର ପ୍ରତୀକ । ନବରାତ୍ରୀ ସମୟରେ ମା’ ଦୁର୍ଗାଙ୍କୁ ପୂଜା କରାଯାଏ । ଏହା ଦ୍ୱାରା ଦେବୀ ପ୍ରସନ୍ନ ହୋଇ ତାଙ୍କ ଭକ୍ତମାନଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତି । ନବରାତ୍ରୀ ସମୟରେ ମା’ ଦୁର୍ଗାଙ୍କ ସହିତ ଜଡିତ ସମସ୍ତ ଜିନିଷ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଠିକ ସେହିପରି ନଅ ମୁଖୀ ରୁଦ୍ରାକ୍ଷର ଗୁରୁତ୍ୱ ମଧ୍ୟ ଭିନ୍ନ ରହିଛି । କାରଣ ରୁଦ୍ରାକ୍ଷର ନଅ ମୁଖ ରୂପ କୁ ଦେବୀ ଦୁର୍ଗାଙ୍କ ରୂପ ବୋଲି କୁହାଯାଏ । ଯଦି ଏହି ରୁଦ୍ରାକ୍ଷକୁ ଧାରଣ କରାଯାଏ ତେବେ ଏହାକୁ ପିନ୍ଧିଥିବା ବ୍ୟକ୍ତିଙ୍କର ମୃତ୍ୟୁ ଭୟ ରୁହେ ନାହିଁ । ଏହି ରୁଦ୍ରାକ୍ଷକୁ ପିନ୍ଧିଥିବା ବ୍ୟକ୍ତିଙ୍କଠାରୁ ଶତ୍ରୁମାନେ ମଧ୍ୟ ଦୂରେଇ ଯାଆନ୍ତି ଅର୍ଥାତ୍ ଶତ୍ରୁତା ଶେଷ ହୋଇଯାଏ ।

ଅନନ୍ୟ ଗୁଣରେ ଭରାଥିବା ନଅ ମୁଖୀ ରୁଦ୍ରାକ୍ଷର ଅନ୍ୟ ଏକ ଗୁଣ ହେଉଛି ଏହା ଗ୍ରହରୁ ସୃଷ୍ଟି ହେଉଥିବା ସମସ୍ତ ରୋଗରୁ ମୁକ୍ତି ପ୍ରଦାନ କରିଥାଏ । ରୋଗରେ ପିଡ଼ିତ ଲୋକଙ୍କ ପାଇଁ ଏହି ରୁଦ୍ରାକ୍ଷ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ବିଶ୍ୱାସ କରାଯାଏ ନଅ ମୁଖି ରୁଦ୍ରାକ୍ଷରେ ଅସମ୍ଭବ କାର୍ଯ୍ୟକୁ ମଧ୍ୟ ସମ୍ଭବ କରିବାର କ୍ଷମତା ଅଛି, ଅର୍ଥାତ୍ ରୁଦ୍ରାକ୍ଷ ପିନ୍ଧିଥିବା ବ୍ୟକ୍ତିଙ୍କ ପାଇଁ ସମସ୍ତ କାର୍ଯ୍ୟ ସମ୍ଭବ ହୋଇଥାଏ । ଏହାକୁ ପିନ୍ଧିବା ଦ୍ୱାରା ମନ ଶାନ୍ତ ଏବଂ ଏକାଗ୍ର ରହିଥାଏ । ଏହାକୁ ଧାରଣ କରିବା ଦ୍ୱାରା ଆତ୍ମବିଶ୍ୱାସ ମଧ୍ୟ ବଢ଼ିଥାଏ ।

ନଅ ମୁଖୀ ରୁଦ୍ରାକ୍ଷର ମହତ୍ତ୍ୱ ଏତେ ଅଧିକ ରହିଛି ଯେ ଏହାକୁ ପିନ୍ଧିବା ପରେ ଶକ୍ତି ଓ ନିର୍ଭିକତା ଭଳି ଗୁଣ ବ୍ୟକ୍ତିଙ୍କ ନିକଟରେ ଆପେ ଆପେ ବଢ଼ିବାରେ ଲାଗେ । ଏହି କାରଣରୁ ରୁଦ୍ରାକ୍ଷ ପିନ୍ଧିଥିବା ବ୍ୟକ୍ତି ସର୍ବଦା ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରନ୍ତି । ନଅ ମୁଖୀ ରୁଦ୍ରାକ୍ଷ ଲାଭ ପ୍ରଦାନ କରିବା ସହିତ ମୋକ୍ଷ ପ୍ରଦାନ କରିଥାଏ । ସୋମବାର ଦିନ ଏହାକୁ ରୂପା କିମ୍ବା ସୁନା ଲକେଟରେ ପିନ୍ଧିବା ଦ୍ୱାରା ଶୁଭ ଫଳ ମିଲିଥାଏ । ବିଶ୍ୱାସ କରାଯାଏ ଯେ ଏହାକୁ ପିନ୍ଧିଥିବା ବ୍ୟକ୍ତିଙ୍କ ଖ୍ୟାତି ବହୁ ଦୂର ପର୍ଯ୍ୟନ୍ତ ବ୍ୟାପିଥାଏ । ଏହାକୁ ଧାରଣ କଲେ ମୃତ୍ୟୁ ପାଖ ମାଡ଼େ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.