ସାମ୍ନାକୁ ଆସିଲା ‘ଫାଇଟର’ର ପ୍ରଥମ ଗୀତ, ଆମାଗୀ ବର୍ଷ ହେବ ଫିଲ୍ମ ରିଲିଜ

ଏହି କିଛି ଦିନ ପୂର୍ବରୁ ଏହି ଫିଲ୍ମର ଟିଜର ରିଲିଜ ହୋଇଥିଲା । ଯାହା ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି । ଏହା ସହ ଫିଲ୍ମ ‘ଫାଇଟର’କୁ ଫ୍ୟାନ୍ସ ବହୁତ ଭଲ ପାଇବା ମଧ୍ୟ ଦେଉଛନ୍ତି । ଏବେ ଟିଜର ରିଲିଜ ହେବା ପରେ ବର୍ତ୍ତମାନ ଫିଲ୍ମର ପ୍ରଥମ ଗୀତ ‘ଶେର୍ ଖୁଲ୍ ଗାଏ’ ମୁକ୍ତିଲାଭ କରିଛି ।

ଫ୍ୟାନ୍ସ ଉତ୍ସାହର ସହିତ ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅପ୍‌କମିଂ ଏରିଲ ଆକ୍ସନ ଫିଲ୍ମ ‘ଫାଇଟର୍’କୁ ଅପେକ୍ଷା କରିଛନ୍ତି । ତେବେ ଏହି କିଛି ଦିନ ପୂର୍ବରୁ ଏହି ଫିଲ୍ମର ଟିଜର ରିଲିଜ ହୋଇଥିଲା । ଯାହା ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି । ଏହା ସହ ଫିଲ୍ମ ‘ଫାଇଟର’କୁ ଫ୍ୟାନ୍ସ ବହୁତ ଭଲ ପାଇବା ମଧ୍ୟ ଦେଉଛନ୍ତି । ଏବେ ଟିଜର ରିଲିଜ ହେବା ପରେ ବର୍ତ୍ତମାନ ଫିଲ୍ମର ପ୍ରଥମ ଗୀତ ‘ଶେର୍ ଖୁଲ୍ ଗାଏ’ ମୁକ୍ତିଲାଭ କରିଛି । ଏହି ଗୀତରେ ଦୀପିକା ଏବଂ ହ୍ରିତିକଙ୍କ କେମେଷ୍ଟ୍ରି ଦେଖିବା ପାଇଁ ମିଳିଛି । ଏଥିରେ ଦୁଇ ଜଣଙ୍କର ବହୁତ ସୁନ୍ଦର ଡ୍ୟାନ୍ସ ଦେଖିବା ପାଇଁ ମିଳିଛି । ଏହି ଗୀତ ରିଲିଜ ହେବା ମାତ୍ରେ ବହୁତ ଭାଇରାଲ ହେବାରେ ଲାଗିଛି । ଏଭଳି ପରିସ୍ଥିତିରେ ହ୍ରିତିକ ରୋଶନ ପୁଣିଥରେ ତାଙ୍କ ଡ୍ୟାନ୍ସରେ ଦର୍ଶକଙ୍କୁ ବହୁତ ପ୍ରଭାବିତ କରିଛନ୍ତି । ଏହା ସହ ଏଥିରେ ଦୀପିକା ମଧ୍ୟ ଜବରଦସ୍ତ ଡ୍ୟାନ୍ସ କରିଛନ୍ତି । ଏହି ଗୀତ ବିଶାଲ-ଶେଖର, ବେନି ଦୟାଲ ଏବଂ ଶିଳ୍ପା ରାଓ ଗାଇଥିବାବେଳେ ବିଶାଲ-ଶେଖର ଏହାକୁ କମ୍ପଜୋ କରିଛନ୍ତି । ଏହି ଗୀତକୁ କୁମାର ଲେଖିଛନ୍ତି । ତେବେ ଆପଣ ଏହି ଗୀତ ଶୁଣିବା ପାରେ ଆପଣ ନିଜକୁ ଡ୍ୟାନ୍ସ କରିବାରୁ ଅଟକାଇ ପାରିବେ ନାହିଁ ।

ଟିଜର ବିଷୟରେ କହିବାକୁ ଗଲେ ‘ଫାଇଟର’ର ଟିଜର ପୂରା ଆକ୍ସନ୍ ପ୍ୟାକ୍ ହୋଇଛି । ୧ ମିନିଟ ୧୩ ସେକେଣ୍ଡ ଟିଜରରେ ହ୍ରିତିକ ରୋଶନ, ଦୀପିକା ପାଦୁକୋନ ଏବଂ ଅନିଲ କପୁରଙ୍କ ଦମ୍‌ଦାର ଲୁକ୍‌ ଦେଖିବା ପାଇଁ ମିଳିଛି । ଏହି ଟିଜରରେ ସେନା ୟୁନିଫର୍ମ ପିନ୍ଧିଥିବା ସମସ୍ତ ଷ୍ଟାର ନଜର ଆସିଛନ୍ତି । ଏହି ଫିଳ୍ମରେ ଏରିଲ୍‌ ଷ୍ଟଣ୍ଟ୍‌ ମଧ୍ୟ ଦେଖିବା ପାଇଁ ମିଳିଛି । ଏହି ଫିଲ୍ମରେ ଦୀପିକା ଏବଂ ହ୍ରିତିକ ଏକ ଯୁଦ୍ଧ ବିମାନରେ ଚଢୁଥିବା ସମୟରେ ଏରିଲ ଆକ୍ସନ କରୁଥିବା ନଜର ଆସିଛନ୍ତି । ତେବେ ଏହି ଫିଲ୍ମରେ ପ୍ରଥମ ଥର ହ୍ରିତିକ ଏବଂ ଦୀପିକା ଏକାଠି ନଜର ଆସିଛନ୍ତି ।

ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଏରିଲ୍ ଆକ୍ସନ୍ ଫିଲ୍ମରେ ଅନିଲ କପୁର ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ଏହା ସହ ହ୍ରିତିକଙ୍କ ସହିତ ଏହା ସିଦ୍ଧାର୍ଥଙ୍କର ତୃତୀୟ ଫିଲ୍ମ । ଏହାପୂର୍ବରୁ ଦୁହେଁ ଏକାଠି ‘ୱାର’, ‘ବାଙ୍ଗ ବାଙ୍ଗ’ରେ କାମ କରିଛନ୍ତି । ତାହେଲେ ଆସନ୍ତୁ ଆପଣଙ୍କୁ ଜଣାଇବୁ ଯେ ‘ଫାଇଟର୍’ ହେଉଛି ହ୍ରିତିକ୍ ରୋଶନଙ୍କ ପ୍ରଥମ 3D ଫିଲ୍ମ, ଯାହାକୁ ନେଇ ସେ ବହୁତ ଉତ୍ସାହିତ ଅଛନ୍ତି । ତେବେ ଏହି ଫିଲ୍ମ ଆସନ୍ତା ବର୍ଷ ଜାନୁଆରୀ ୨୫ ରେ ରିଲିଜ୍‌ ହେବାକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.