Below header

ସୋସିଆଲ ମିଡିଆ ପୋଷ୍ଟ ଦେଖି ଭାବପ୍ରବଣ ହେଲା ଚୋର, ଯେମିତି ନେଇଥିଲା ସେମିତି ଫେରାଇଦେଲା 

ସୋଶିଆଲ ମିଡିଆରେ ଅନେକ ସମୟରେ ବିଭିନ୍ନ ପୋଷ୍ଟ ଦେଖି ଆମେ କେତେବେଳେ ଭାବପ୍ରବଣ ହୋଇଯାଆନ୍ତି ତ କେତେବେଳେ ମଜା ନେଇଥାଆନ୍ତି । ଆଉ କେତେବେଳେ କିଛି ଶିକ୍ଷା ଶିକ୍ଷା ଗ୍ରହଣ କରିଥାଆନ୍ତି । ତେବେ ନିକଟରେ ଏଭଳି ଏକ ଘଟଣା ଘଟିଛି ଯାହା ଆପଣ ଜାଣିଲେ ଯେତିକି ଆଶ୍ଚର୍ଯ୍ୟ ହେବେ ସେତିକି ଅବିଶ୍ୱାସ ମଧ୍ୟ କରିବେ । କିନ୍ତୁ ଏହି ଘଟଣାଟି ସମ୍ପୂର୍ଣ୍ଣ ସତ । ଚୋର ମନ ବଦଳାଇଦେଲା ସୋଶିଆଲ୍‌ ମିଡିଆ ପୋଷ୍ଟ ।

ଦିନକୁ ଦିନ ବଢ଼ିଚାଲିଛି ଚୋରି ଲୁଟ୍‌ପାତ୍‌ । ସେ ସୁନା ଗହଣା ହେଉ ଅବା ଅନ୍ୟ ଜିନିଷ । ଚୋରି ହେବା ଟା ଥୟ । ଆପଣ ମଧ୍ୟ ଚୋରି ସମୟର ଅନେକ ଦୃଶ୍ୟ ଦେଖିଥିବା ବେଳେ ବିଭିନ୍ନ ସ୍ଥାନରେ ଚୋରି ଲୁଟ୍‌ପାତ୍‌ ହେଉଥିବା ଘଟଣା ମଧ୍ୟ ଜାଣିଥିବେ। କିନ୍ତୁ ଗୁଜୁରାଟର ସୁରଟରୁ ଚୋରିର ଏପରି ଘଟଣା ସାମ୍ନାକୁ ଆସିଛି, ଯାହା ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ସୋସିଆଲ ମିଡିଆରେ ଅନେକ ସମୟରେ ବିଭିନ୍ନ ପୋଷ୍ଟ ଦେଖି ଆମେ କେତେବେଳେ ଭାବପ୍ରବଣ ହୋଇଯାଆନ୍ତି ତ କେତେବେଳେ ମଜା ନେଇଥାଆନ୍ତି । ଆଉ କେତେବେଳେ କିଛି ଶିକ୍ଷା ଶିକ୍ଷା ଗ୍ରହଣ କରିଥାଆନ୍ତି । ତେବେ ନିକଟରେ ଏଭଳି ଏକ ଘଟଣା ଘଟିଛି ଯାହା ଆପଣ ଜାଣିଲେ ଯେତିକି ଆଶ୍ଚର୍ଯ୍ୟ ହେବେ ସେତିକି ଅବିଶ୍ୱାସ ମଧ୍ୟ କରିବେ । କିନ୍ତୁ ଏହି ଘଟଣାଟି ସମ୍ପୂର୍ଣ୍ଣ ସତ । ଚୋର ମନ ବଦଳାଇଦେଲା ସୋଶିଆଲ୍‌ ମିଡିଆ ପୋଷ୍ଟ ।ଜଣେ ବ୍ୟକ୍ତି ତାଙ୍କ ବାଇକ ଚୋରି ହେବା ପରେ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ଲେଖିଥିଲେ । ଚୋର ଯେତେବେଳେ ଏହି ପୋଷ୍ଟ ଦେଖି ପଢ଼ିଥିଲା ସେତେବେଳେ ସେହି ବ୍ୟକ୍ତିଙ୍କୁ ତାଙ୍କ ବାଇକ ଫେରାଇ ଦେଲା । ହଁ ଆଜ୍ଞା, ଏ କଥା ଆପଣଙ୍କର ବିଶ୍ୱାସ ନ ହେଉଥିଲେ ମଧ୍ୟ ସମ୍ପୂର୍ଣ୍ଣ କଥା ଶୁଣିଲେ ନିଶ୍ଚୟ ବିଶ୍ୱାସ କରିବେ ।

ବ୍ୟକ୍ତି ଜଣକ ତାଙ୍କ ପୋଷ୍ଟ୍‌ରେ ଲେଖିଥିଲେ, ‘ଶ୍ରୀ ଭଦ୍ରଲୋକ ଚୋର, ଆପଣ ମୋ ବାଇକ୍‌ ନେଇ ଚାଲିଗଲ । କିନ୍ତୁ ବିନା ଚାବି ଓ ଆର୍‌ସିବୁକ୍‌ରେ ଆପଣଙ୍କୁ ବାଇକ୍‌ ଚଳାଇବାକୁ ଅସୁବିଧା ହେବ। ସେଥପାଇଁ ପାର୍କିଂରେ ଜେନେରେଟର ଉପରେ ଥିବା ଏକ କୋଣରେ ଆର୍‌ସି ବୁକ୍‌ ଓ ଚାବି ଅଛି । ସେଇଠୁ ଆସି ଚାବି ନେଇଯାଅ। ମୋ ଚିନ୍ତା କରନି ମୁଁ ବିନା ବାଇକ୍‌ରେ ସାଇକେଲ୍‌ରେ ବି ମୋ କାମ ଚଳାଇ ନେବି।’ ତେବେ ବାଇକ୍‌ ମାଲିକଙ୍କର ସୋଶିଆଲ୍‌ ମିଡିଆରେ ଏହି ପୋଷ୍ଟ ପରେ ୨ ଦିନ ଭିତରେ ଏହି ପୋଷ୍ଟ ଚୋର ନିକଟରେ ପହଞ୍ଚିଥିଲା । ଆଉ ସେ ଏହି ପୋଷ୍ଟ ପଢ଼ି ଭାବପ୍ରବଣ ହୋଇଯାଇଥିଲା । ଆଉ ଯେଉଁଠୁ ବାଇକ୍‌ ନେଇଥିଲା ସେଇଠି ଆଣି ବାଇକ୍‌ ପାର୍କିଂ କରିଥିଲା । ଯାହାର ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଛି । ତେବେ ଏହି ଚୋର ଜଣକ ସଚ୍ଚୋଟ୍‌ ଚୋର ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍‌ ଧରିଛି ।

ତେବେ ସୁରତ ସହରର ପରେଶ ଭୋଇ ପଟେଲ ମୋଟା ଭାରାଚା ଅଞ୍ଚଳରେ ଅବସ୍ଥିତ ମିଡିଲ ପଏଣ୍ଟ ନାମକ ଏକ କୋଠାରେ ପେଣ୍ଟିଂ ସାମଗ୍ରୀ ବ୍ୟବସାୟ କରନ୍ତି । ପରେଶ ୯ ଡିସେମ୍ବରରେ ସକାଳେ ଅଫିସରେ ପହଞ୍ଚି ବାଇକକୁ ବିଲ୍ଡିଂର ପାର୍କିଂ ସ୍ଥାନରେ ରଖିଥିଲେ। ସନ୍ଧ୍ୟାରେ ସେ ଘରକୁ ଯିବାବେଳେ ଦେଖିଲେ ଯେ ତାଙ୍କ ବାଇକ୍ ପାର୍କିଂ ସ୍ଥାନରେ ନାହିଁ। ଏହା ପରେ ପରେଶ ପଟେଲ ପାର୍କିଂରେ ଥିବା ସିସିଟିଭି ଫୁଟେଜ ଚେକ୍‌ କରିଥିଲେ। ଫୁଟେଜରେ ଜଣେ ବ୍ୟକ୍ତି ତାଙ୍କ ବାଇକ୍ ଚୋରି କରୁଥିବା ଦେଖିବାକୁ ମିଳିଥିଲା। ଯାହାଫଳରେ ସେ ଉପାୟ ଶୂନ୍ୟ ହୋଇ ଏ ଭଳି ପୋଷ୍ଟ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.