ଗୁଗଲ ମ୍ୟାପ୍ସ ବଢ଼ାଇବ ଆପଣଙ୍କ କାରର ମାଇଲେଜ୍‌, ଏପରି କରନ୍ତୁ ସେଟିଙ୍ଗ୍‌

ଗୁଗଲ ମ୍ୟାପ୍ସ ଏବେ ଏତେ ଆଡଭାନ୍ସ ହୋଇଗଲାଣି ଯେ ଏବେ ଏହା ଟୋଲ ରାସ୍ତା ବିଷୟରେ ପୂର୍ବରୁ ସୂଚନା ଦେଉଛି । ଏବେ ଗୁଗଲ ମ୍ୟାପ୍ସ ଆପଣଙ୍କ ଗାଡିରେ ତେଲ ମଧ୍ୟ ବଞ୍ଚାଇବ ।

ଗୁଗଲ ମ୍ୟାପ୍ସର ବ୍ୟବହାର ଭାରତ ସମେତ ଦୁନିଆର ଅନେକ ଦେଶରେ କରାଯାଉଛି । ଗୁଗଲ ମ୍ୟାପ୍ସର ବ୍ୟବହାର ଏମିତି ଭାବରେ କରାଯାଉଛି ଯେ ଏବେ ଲୋକମାନେ ଜଣେ ଜଣଙ୍କୁ ଆଉ ଠିକଣା ପଚାରିବା ବନ୍ଦ କରିଦେଇଛନ୍ତି । ଏବେ ଗୁଗଲ ମ୍ୟାପ୍ସରେ ଯାତ୍ରାକୁ ଆହୁରି ସୁନ୍ଦର କରିଦେଇଛି । ଗୁଗଲ ମ୍ୟାପ୍ସରେ ଅନେକ ଏମିତି ଜିନିଷ ଅଛି ଯାହା ଏହାକୁ ଖାସ୍‌ ବନାଇଥାଏ । ଯେପରିକି ଯଦି ଆପଣଆପଣଙ୍କ ଗାଡିର ସ୍ପିଡ୍‌ ମିଟର ଖରାପ ହୋଇଯାଇଛି ତାହେଲେ ଆପଣଙ୍କୁ ଆଉ ଚିନ୍ତା କରିବା ଦରକାର ନାହିଁ । କାହିଁକିନା ଗୁଗଲ ମ୍ୟାପ୍ସରେ ଏବେ ସ୍ପିଡ ମଧ୍ୟ ନଜର ଆସିଥାଏ ।

ଗୁଗଲ ମ୍ୟାପ୍ସ ଏବେ ଏତେ ଆଡଭାନ୍ସ ହୋଇଗଲାଣି ଯେ ଏବେ ଏହା ଟୋଲ ରାସ୍ତା ବିଷୟରେ ପୂର୍ବରୁ ସୂଚନା ଦେଉଛି । ଏବେ ଗୁଗଲ ମ୍ୟାପ୍ସ ଆପଣଙ୍କ ଗାଡିରେ ତେଲ ମଧ୍ୟ ବଞ୍ଚାଇବ । ଏମିତି ତ ଗୁଗଲ ମ୍ୟାପ୍ସରେ ଗତବର୍ଷ ‘ଫୁଏଲ ସେଭିଙ୍ଗ’ଫିଚର ଦେଇଥିଲା କିନ୍ତୁ ଏବେ ଏହା କେବଳ ଆମେରିକା, କାନାଡା ଏବଂ ୟୁରୋପରେ ଲାଇଭ୍‌ ଥିଲା । ଏବେ ଏହି ଫିଚରକୁ ଭାରତୀୟ ୟୁଜର୍ସଙ୍କ ପାଇଁ ମଧ୍ୟ ଲାଇଭ କରିଦେଇଛି । ଏବେ ମ୍ୟାପ୍‌ ଆପଣଙ୍କୁ ସେହି ରାସ୍ତା ବତାଇବ ଯାହାଦ୍ୱାରା ଆପଣଙ୍କ ତେଲ ବଞ୍ଚିଯିବ ।

ଗୁଗଲ ମ୍ୟାପ୍ସରେ ଫୁଏଲ ଫିଚରକୁ କେମିତି କରିବେ ଏନାବଲ ଜାଣନ୍ତୁ :

  • ନିଜ ଗୁଗଲ ମ୍ୟାପ୍ସରେ ଆପକୁ ଓପନ କରନ୍ତୁ ।
  • ଏବେ ପ୍ରୋଫାଇଲ ଫଯୋ ଉପରେ କ୍ଲିକ କରନ୍ତୁ ।
  • ଏବେ ସେଟିଙ୍ଗକୁ ଯାଆନ୍ତୁ ।
  • ଏବେ Route options ଉପରେ କ୍ଲିକ କରନ୍ତୁ ।
  • ଏହାପରେPrefer fuel-efficient routesକୁ ବାଛନ୍ତୁ ।
  • ଏବେ ଇଞ୍ଜିନ ଟାଇପକୁ ସିଲେକ୍ଟ କରନ୍ତୁ ।
  • ଏବେ କୁଆଡେ ଯିବାର ଅଛି ତାକୁ ସର୍ଚ୍ଚ କରନ୍ତୁ ଏବଂ ଡାଇରେକସନ୍‌ ଉପରେ ଟ୍ୟାପ୍‌ କରନ୍ତୁ ।
  • ଏବେ ତଳେ ଦେଖାଯାଉଥିବା Change engine type ଉପରେ କ୍ଲିକ କରନ୍ତୁ ।
  • ଏବେ ନିଜ ଗାଡିର ଇଞ୍ଜିନ ଟାଇବ (ପେଟ୍ରୋଲ, ଡିଜେଲ, ସିଏନଜି)କୁ ସିଲେକ୍ଟ କରନ୍ତୁ ।

ନୋଟ୍‌ : ଏବେ ଗୁଗଲ ମ୍ୟାପ୍ସ ଆପଣଙ୍କ ଗାଡିର ଇଞ୍ଜିନ ହିସାବରେ ରାସ୍ତା ବତାଇବ । ଯାହାଦ୍ୱାରା ତେଲ ବଞ୍ଚିଯିବ । ଏହି ଫିଚରରେ ଇଞ୍ଜିନ ଟାଇପ ଡିଫଲ୍ଟ ରୂପରେ ପେଟ୍ରୋଲ ରହିଥାଏ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.