ବରଯାତ୍ରୀଙ୍କ ସହ ନାଚିବା ବରକୁ ପଡିଲା ଭାରି, କନ୍ୟା ସାଜିଲା ଆଉ ଜଣଙ୍କ ସ୍ତ୍ରୀ

ଏବେ ଯାଏଁ ଆପଣ କେବଳ ବରପକ୍ଷର ପରିବାର ଲୋକଙ୍କ ଦ୍ୱାରା ବରଯାତ୍ରୀଙ୍କୁ ଫେରାଇ ଦେବା ନେଇ ଖବର ଶୁଣିଥିବେ କିମ୍ବା ଜାଣିଥିବେ । କିନ୍ତୁ ଏବେ କନ୍ୟା ପକ୍ଷ ମଧ୍ୟ ବରଯାତ୍ରୀଙ୍କୁ ଫେରାଇ ନେଉଥିବା ନେଇ ଏକ ଅଜବ ଖବର ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶର ହମିରପୁର ଅଂଚଳରେ ଏମିତି ଏକ ଘଟଣା ଘଟିଥିବା ନେଇ ଜଣାଯାଇଛି । ମଦୁଆ ବର ଓ ନିଜ ସାଙ୍ଗମାନଙ୍କ ସହିତ ନାଚଗୀତରେ ବ୍ୟତିବ୍ୟସ୍ତ ହୋଇ ଝିଅ ଘର ଲୋକେ ବରଯାତ୍ରୀଙ୍କୁ ଫେରାଇ ଦେଇଥିଲେ । ଆଉ ଝିଅର ବିବାହ ଅନ୍ୟ ଏକ ବର ସହିତ କରିଦେଇଥିଲେ । ଏଇ କିଛି ଦିନ ତଳେ ରାଜସ୍ଥାନରେ ବି ଏମିତି ଏକ ସମାନ ଘଟଣା ଘଟିଥିବା ନେଇ ଖବର ସାମ୍ନାକୁ ଆସିଛି ।

ଏହି କାହାଣୀ ଗୁଡିକ କୌଣସି ଏକ ଫିଲ୍ମର ଲାଗୁଥିଲେ ମଧ୍ୟ ସମ୍ପୂର୍ଣ୍ଣ ରୂପେ ସତ୍ୟ । ରାଜସ୍ଥାନର ଚୁରୁ ଜିଲ୍ଲାରେ ଏମିତି ହିଁ ଏକ ନାଟକୀୟ ଘଟଣା ଘଟିଥିବା ଜଣାଯାଇଛି । ଏହି ଅଂଚଳରେ ଜଣେ ବରକୁ ନିଜର ହିଁ ବିବାହରେ ମାତ୍ରାଧିକ ନାଚଗୀତ କରିବା ଯେମିତି ଭାରି ପଡିଛି । ବରଯାତ୍ରୀରେ ଆସିଥିବା ଲୋକଙ୍କ ସହିତ ଭାବି ବରର ନାଚକୁ ଦେଖି ଯେମିତି କନ୍ୟା ଜଣଙ୍କର କ୍ରୋଧ ନାକ ଅଗରେ ପହଂଚି ଯାଇଥିଲା । ରାଗରେ ଏମିତି ଜଳିଯାଇଥିଲେଯେ ପୁରା ବରଯାତ୍ରୀଙ୍କୁ ଫେରେଇ ଦେଇଥିଲେ । ଅର୍ଥାତ ବାହାହେବାକୁ ସଫା ସଫା ମନା କରିଦେଇଥିଲେ | ଆଉ ସବୁଠୁ ବଡ କଥା ହେଉଛିକି କନ୍ୟା ଜଣଙ୍କର ଏହି ନିଷ୍ପତ୍ତିକୁ ତାଙ୍କ ଘର ଲୋକେ ମଧ୍ୟ ଫୁଲ ସମର୍ଥନ କରିଛନ୍ତି । କନ୍ୟା ପକ୍ଷ ପୋଲିସ ନିକଟରେ ଏକ ଏଫଆଇଆର ବି ଦରଜ କରିଛନ୍ତି । ଘଟଣାଟି ପ୍ରକୃତରେ ରାଜସ୍ଥାନ ଚୁରୁ ଜିଲ୍ଲା ଅନ୍ତର୍ଗତ ରାଜାଗଡ଼ ତହସିଲର ଛେଲନାର ନିକଟବର୍ତ୍ତୀ ଅଂଚଳରେ ଘଟିଛି ।

ହରିୟାଣାର ଭିବାଣୀ ଜିଲ୍ଲାର ଶିବାନୀ ଠାରେ ୱାର୍ଡ ନମ୍ବର ୧୦ରେ ବସବାସ କରୁଥିବା ଅନିଲ ପୁତ୍ର ମହାବୀର ଜାଟ ବରଯାତ୍ରୀକୁ ନେଇ ଛୁରୀ ସ୍ଥିତ ରାଜାଗଡ଼କୁ ଯାଇଥିଲେ । ସୂଚନା ମୁତାବକ ଘରୁ ପ୍ରାୟ ୯ଟା ସମୟରେ ବରଯାତ୍ରୀ ବାହାରିଥିବା ବେଳେ କନ୍ୟା ଘରେ ପହଁଚିଲା ବେଳକୁ ପାଖାପାଖି ୨ଟା ବାଜିଯାଇଥିଲା । ନିଜର ଏହି ହରକତକୁ ନେଇ ଏବେ ବର ତଥା ତାଙ୍କ ଘର ଲୋକଙ୍କୁ ଲୋକହସାର ସାମ୍ନା ହେବାକୁ ପଡୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.