ଅକ୍ଷରଧାମ ମନ୍ଦିରରେ ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକ, ପତ୍ନୀଙ୍କ ସହ ଭଗବାନ ସ୍ୱାମୀ ନାରାୟଣଙ୍କର କଲେ ଦର୍ଶନ

ଅକ୍ଷରଧାମ ମନ୍ଦିରରେ ପହଞ୍ଚିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ । ସ୍ତ୍ରୀ ଅକ୍ଷତା ମୂର୍ତ୍ତିଙ୍କ ସହ ଅକ୍ଷରଧାମ ମନ୍ଦିରରେ ରିଷି ସୁନକ ପହଞ୍ଚିଛନ୍ତି । ସେଠାରେ ମନ୍ଦିରରେ ପୂଜା ଓ ଆଳତି କରିଥିଲେ ଦୁହେଁ । ମନ୍ଦିରରେ ବିତାଇଥିବା ପ୍ରତି ମୂହୁର୍ତ୍ତକୁ ସେ ଉପଭୋଗ କରିଥିଲେ ।

ନୂଆଦିଲ୍ଲୀ : ଜି-୨୦ ବୈଠକରୁ ଅବସର ନେଇ ଅକ୍ଷରଧାମ ମନ୍ଦିରରେ ପହଞ୍ଚିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ । ସ୍ତ୍ରୀ ଅକ୍ଷତା ମୂର୍ତ୍ତିଙ୍କ ସହ ଅକ୍ଷରଧାମ ମନ୍ଦିରରେ ରିଷି ସୁନକ ପହଞ୍ଚିଛନ୍ତି । ସେଠାରେ ମନ୍ଦିରରେ ପୂଜା ଓ ଆଳତି କରିଥିଲେ ଦୁହେଁ । ମନ୍ଦିରରେ ବିତାଇଥିବା ପ୍ରତି ମୂହୁର୍ତ୍ତକୁ ସେ ଉପଭୋଗ କରିଥିଲେ । ସୁନକଙ୍କ ପତ୍ନୀ ଅକ୍ଷତା ମଧ୍ୟ ଅକ୍ଷରଧାମ ଦର୍ଶନ କରିବା ପରେ ବେଶ ଖୁସି ଥିଲେ ।

ଇଂଲଣ୍ଡରେ ଆୟୋଜିତ ମୋରାରୀ ବାପୁଙ୍କ କହିବା ଅନୁଯାୟୀ, ପ୍ରଧାନମନ୍ତ୍ରୀ ରୁଷି ସୁନକ ଏଠାରେ ଯୋଗ ଦେଇଥିଲେ । ଏଠାରେ ସେମାନେ ରାମାୟଣର ଆରତୀ କରିଛନ୍ତି । ତେବେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଜୟ ଶ୍ରୀ ରାମର ଜୟକାର ସହିତ ସମ୍ବୋଧନ କରିଥିଲେ । ଏହାରି ମଧ୍ୟରେ ସେ କହିଥିଲେ ଯେ, ହିନ୍ଦୁ ଧର୍ମ ତାଙ୍କ ଜୀବନର ପ୍ରତ୍ୟେକ ଦିଗରେ ମାର୍ଗଦର୍ଶନ କରିଛି ଏବଂ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବରେ ଯଥାସମ୍ଭବ କାର୍ଯ୍ୟ କରିବାକୁ ତାଙ୍କୁ ସାହସ ଦେଇଥାଏ । ସମ୍ବୋଧନ କରିବା ବେଳେ ସେ କହିଥିଲେ ଯେ, ମୁଁ ଏଠାରେ ଏକ ହିନ୍ଦୁ ଭାବେ ଆସିଛି । ମୋ ପାଇଁ ଧର୍ମ ବ୍ୟକ୍ତି ଗତ ମାମଲା ଅଟେ । ପ୍ରଧାନମନ୍ତ୍ରୀ ହେବା ଏକ ବଡ଼ ସମ୍ମାନ । ହେଲେ ଏହା ଏକ ସହଜ କଥା ନୁହେଁ, ଏଥିପାଇଁ କଠିନ ପରିଶ୍ରମ କରିବାକୁ ପଡେ । ମୋ ଧର୍ମ ମୋତେ ନିଜ ଦେଶ ପାଇଁ ସର୍ବଶ୍ରେଷ୍ଠ କାମ କରିବାର ସାହସ ଏବଂ ଶକ୍ତି ଦେଇଥାଏ । ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୁନକ ଓ ଅକ୍ଷତାଙ୍କୁ ଏକ ମନ୍ଦିର ପ୍ରତିକୃତି ଉପହାର ସୂରୁପ ଦିଆଯାଇଛି ।

ମନ୍ଦିର ପ୍ରଶାସନ ପକ୍ଷରୁ ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସୁରକ୍ଷା ସମେତ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିଲା । ମନ୍ଦିରର ମୁଖ୍ୟ ଦ୍ବାରା ‘ମୟୂର ଦ୍ବାର’ରେ ତାଙ୍କୁ ସ୍ବାଗତ କରାଯାଇ ପାଛୋଟି ନିଆଯାଇଥିଲା । ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.