Below header

ବିହାର ବିଧାନସଭା ନିର୍ବାଚନ ସହ ହେବ ୬୫ଟି ପଦର ଉପନିର୍ବାଚନ

ବିହାର ନିର୍ବାଚନ ସହ ଦେଶର ଅନ୍ୟ ଉପନିର୍ବାଚନ ଗୁଡିକର ନିର୍ବାଚନ ପ୍ରକ୍ରିୟା ଏକାଠି କରାଯିବା ନେଇ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ନିର୍ବାଚନ କମିଶନ । ସୂତ୍ରରୁ ଜଣାଯାଇଛିଯେ, ବିଭିନ୍ନ ରାଜ୍ୟ ମାନଙ୍କରେ ଖାଲିପଡିଥିବା ୬୪ ବିଧାନସଭା ସଭ୍ୟ ପଦ ଓ ଗୋଟେ ସଂସଦ ପାଦ ପାଇଁ ଆସନ୍ତା ନଭେମ୍ବର ୨୯ ତାରିଖ ପୂର୍ବରୁ ଉପନିର୍ବାଚନ ଅନୁଷ୍ଠିତ ହେବା ନେଇ ନିଷ୍ପତ୍ତି ନିଆଯାଇଛି । ମଧ୍ୟପ୍ରଦେଶର ୨୭ ଟି ବିଧାନସଭା ପାଦ ଖାଲି ପଡିଥିବା ବେଳେ ଓଡ଼ିଶାର ଦୁଇଟି ବିଧାନସଭା ସଭ୍ୟ ପଦ ଖାଲି ପଡିଛି । ରାଜ୍ୟର ଦୁଇ ପଦ ମଧ୍ୟରେ ରହିଛି ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନ ପଦବୀ ।

ସୂଚନା ଦେବା ଯୋଗ୍ୟକି, ବାଲେଶ୍ଵର ସଦର ବିଜେପି ଏମଏଲଏ ମଦନ ମୋହନ ଦତ୍ତା ଗତ ଜୁନ ୧୭ ତାରିଖରେ ପ୍ରାଣ ହରାଇଥିବା ବେଳେ ତିର୍ତ୍ତୋଲ ଏମଏଲଏ ବିଷ୍ଣୁ ଚରଣ ଦାସଙ୍କ ମୃତ୍ୟୁ ଜୁଲାଇ ୬ ତାରିଖରେ ହୋଇଥିଲା । ଦେଶର ୬୫ ପଦବୀର ଉପନିର୍ବାଚନ ଓ ଚଳିତ ବର୍ଷ ପୁରଣ ହେବାକୁ ଥିବା ବିହାର ନିର୍ବାଚନ ଏକା ସମୟରେ କରାଯିବା ନେଇ ସ୍ଥିର କରିଛନ୍ତି କେନ୍ଦ୍ର ନିର୍ବାଚନ କମିଶନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.