କଇଁଚି ରହିଗଲା ମହିଳାଙ୍କ ପେଟ ଭିତରେ, କେମିତି ?

ହାଇଦ୍ରାବାଦ : ଅପରେସନ୍‌ ବେଳେ ମହିଳାଙ୍କ ପେଟରେ ରହିଗଲା ଡାକ୍ତରଙ୍କ କଇଁଚି । ନିଜାମ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନସେସ୍‌ ‘ନିମ୍ସ’ରେ ଏଭଳି ଅବହେଳା ଘଟିଛି । ମହେଶ୍ୱରୀ ଚୌଧୁରୀ ନାମକ ମହିଳାଙ୍କର ହାର୍ଣ୍ଣିଆ ଅପରେସନ୍‌ ବେଳେ ଏଭଳି ଘଟିଛି ।
ଗତ ନଭେମ୍ବର ୧୨ ତାରିଖରେ ଅପରେସନ୍‌ ହୋଇଥିଲା । ଏହା ପରେ ତାଙ୍କ ପେଟରେ ଲଗାତର ଯନ୍ତ୍ରଣା ହେଲା । ଆଜି ସେ ଡାକ୍ତରଙ୍କୁ ଦେଖାଇ ଏକ୍ସରେ କରିବା ପରେ ପେଟ ଭିତରେ ଡାକ୍ତର କଇଁଚି ଛାଡ଼ି ଦେଇଥିବା ଜଣାପଡ଼ିଲା । ଏକଥା ଜଣାପଡ଼ିବା ପରେ ମହେଶ୍ୱରୀଙ୍କ ପରିବାର ଲୋକେ ପୁଞ୍ଜାଗୁଟ୍ଟା ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ନିମ୍ସ ଡାକ୍ତର ମହିଳାଙ୍କୁ ଯାଞ୍ଚ କରି ତାଙ୍କର ଅପରେସନ୍‌ କରିବା ଲାଗି ପ୍ରସ୍ତୁତ ହେଉଛନ୍ତି । କଇଁଚି ପେଟ ଭିତରେ ରହିଯାଇଥିବାରୁ ଏହା କିଛି କ୍ଷତି ଘଟାଇଛି କି ନାହିଁ ତାର ଯାଞ୍ଚ କରିବା ଲାଗି ନିମ୍ସ ପକ୍ଷରୁ ଏକ ଡାକ୍ତରୀ ଟିମ୍‌ ଗଠନ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.