ପ୍ରତିଦିନ ଗୋଟିଏ ହିଁ ଡିସ୍‌ ଅର୍ଡର କରୁଥିଲେ ବୃଦ୍ଧ ବ୍ୟକ୍ତି, କାଫେର ସରପ୍ରାଇଜ୍‌ ଦେଖି ହୋଇପଡ଼ିଲେ ଭାବୁକ!

ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଏକ କାଫେର ଡିସ୍‌ ଏତେ ପସନ୍ଦ ଆସିଥିଲା ଯେ ସେ ବର୍ଷ ବର୍ଷ ଧରି ସମାନ ଖାଦ୍ୟକୁ ହିଁ ଅର୍ଡର କରି ଆସୁଥିଲେ।

ଯେକୌଣସି ରେଷ୍ଟୁରାଣ୍ଟକୁ ଯିବା ପରେ ଯଦି ଲୋକଙ୍କୁ ସେଠାକାର ଖାଦ୍ୟ ପସନ୍ଦ ଆସିଯାଏ, ତା’ ହେଲେ ସେମାନେ ପ୍ରାୟ ସମୟରେ ସେହି ଖାଦ୍ୟ ଖାଇବାକୁ ହିଁ ପସନ୍ଦ କରନ୍ତି। କିନ୍ତୁ ଏଠି ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଏକ କାଫେର ଡିସ୍‌ ଏତେ ପସନ୍ଦ ଆସିଥିଲା ଯେ ସେ ବର୍ଷ ବର୍ଷ ଧରି ସେହି ଖାଦ୍ୟକୁ ହିଁ ଅର୍ଡର କରି ଆସୁଥିଲେ।

ଆଉ ଏ ଭିତରେ କାଫେ ନିଜର ଏହି ଖାସ୍‌ ଗ୍ରାହକଙ୍କୁ ଏପରି ଉପହାର ଦେଇଥିଲା, ଯାହା ତାଙ୍କ ମୁହଁରେ କେବଳ ହସ ଆଣି ନ ଥିଲା, ବରଂ ଏହା ଦେଖି ବୃଦ୍ଧ ଭାବପ୍ରବଣ ମଧ୍ୟ ହୋଇଯାଇଥିଲେ। ଏହି ସୁନ୍ଦର ମୁହୂର୍ତ୍ତର ଭିଡିଓ ଏବେ ସାମ୍ନାକୁ ଆସିଛି।

ଆୟର୍ଲାଣ୍ଡର ଜନ୍‌ଙ୍କୁ ‘ଗ୍ରାଞ୍ଜେକନ୍ କିଚେନ୍’ ନାମକ କାଫେର ଏକ ଖାଦ୍ୟ ବହୁତ ପସନ୍ଦ ଆସିଥିଲା, ଯାହାଫଳରେ ସେ ପ୍ରତିଦିନ ଜଳଖିଆ ପାଇଁ ସେହି ଖାଦ୍ୟ ଅର୍ଡର କରିବାକୁ ଲାଗିଥିଲେ। ବର୍ତ୍ତମାନ ନିଜର ଏହି ବିଶ୍ୱସ୍ତ ଗ୍ରାହକଙ୍କ ପାଇଁ କାଫେ ଯାହା କରିଛି, ତାହା ବହୁତ ପ୍ରଶଂସନୀୟ। ପ୍ରକୃତରେ, ଜନ୍‌ ପ୍ରତିଦିନ ଯେଉଁ ଖାଦ୍ୟ ଅର୍ଡର କରୁଥିଲେ, କାଫେ ଏହାର ମେନୁରେ ସେହି ଖାଦ୍ୟର ନାମ ବଦଳାଇ ଏବେ ‘ଜନ୍ ବ୍ରେକ୍‌ଫାଷ୍ଟ’ କରିଦେଇଛି।

ସେପଟେ କାଫେ ଏକ ଭିଡିଓ ସେୟାର କରି ପୂରା ଘଟଣା ବିଷୟରେ ବର୍ଣ୍ଣନା କରିଛି। କିପରି ଜନ୍‌ ପ୍ରତିଦିନ ଏଠାକୁ ସକାଳ ଜଳଖିଆ କରିବାକୁ ଆସୁଥିଲେ ଏବଂ ପ୍ରତିଦିନ ସମାନ ହିଁ ଡିସ୍‌ ଅର୍ଡର କରୁଥିଲେ। କହି ରଖୁଛୁ, ଏପ୍ରିଲ୍ ୨୭ରେ @grangecon_kitchen ନାମକ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ସେୟାର ହୋଇଥିବା ଏହି ଭିଡିଓକୁ ଏ ପର୍ଯ୍ୟନ୍ତ ପ୍ରାୟ ୩୭ ହଜାର ଲାଇକ୍ ମିଳିଛି।

 

View this post on Instagram

 

A post shared by GrangeconKitchen (@grangecon_kitchen)

You might also like