ଏମସରେ ଆଇସିୟୁ ଖାଲି ନଥିବାରୁ ମନା କରିଦେଲା, ପାଣ୍ଡିଆନଙ୍କ କାନକୁ କଥା ଯିବା କ୍ଷଣି ଦେବଦୂତ ଭଳି ଗୁରୁତର ରୋଗୀକୁ ସାହାଯ୍ୟ କଲେ

ଟ୍ରେନରୁ ଓଲ୍ଲାଇବା ବେଳେ ପଡିଗଲେ ଟ୍ରେନରେ ହାତ କଟିଗଲା। ସଙ୍ଗେ ରକ୍ତ ଜୁଡୁବୁଡୁ ଅବସ୍ଥା ରେ ସ୍ଥାନୀୟ ଲୋକ ତାକୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ  ଆଇସିୟୁ ବେଡ଼ର ଅଭାବ ଥିଲା ଏବଂ ପାଖରେ ଅର୍ଥର ଅଭାବ ଥିଲା। ଘଟଣା ଜାଣିବା ପରେ ସାହାଯ୍ୟ କରିଥିଲେ ପାଣ୍ଡିଆନ୍

କେନ୍ୟୁଜ୍(ବ୍ୟୁରୋ): ଗଞ୍ଜାମ ଜିଲ୍ଲା ଖୋଲିକୋଟ ବ୍ଲକର ସାମଲନାସି ଅଞ୍ଚଳର ରତ୍ନାକର ଜାଲି ନାମକ ଜଣେ ବ୍ୟକ୍ତି ଖୋର୍ଦ୍ଧାରୁ ଭୁବନେଶ୍ୱର ଷ୍ଟେସନକୁ ଟ୍ରେନ ଯୋଗେ ଯାଉଥିଲେ। ସେ ଓଲ୍ଲାଇବା ବେଳେ ପଡିଗଲେ ଟ୍ରେନରେ ହାତ କଟିଗଲା। ସଙ୍ଗେ ରକ୍ତ ଜୁଡୁବୁଡୁ ଅବସ୍ଥା ରେ ସ୍ଥାନୀୟ ଲୋକ ତାକୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ  ଆଇସିୟୁ ବେଡ଼ର ଅଭାବ ଥିଲା ଏବଂ ପାଖରେ ଅର୍ଥର ଅଭାବ ଥିଲା।  ଏ ସମୟରେ  ଏମସ୍ ହସ୍ପିଟାଲ ଡାକ୍ତର କହିଲେ ଯେ ତାଙ୍କୁ ତୁରନ୍ତ ଅନ୍ୟ ହସ୍ପିଟାଲକୁ ନେଇଯାଅ । ତୁରନ୍ତ ଆଇସିୟୁ ଯଦି ନହେବ ତାହାଲେ ସେ ବଞ୍ଚିବା ଅସମ୍ଭବ ହେଇଯିବ। ଏ ବିଷୟରେ ଶୁଣିବା ପରେ ତାଙ୍କ ପରିବାର ଉପରେ ଦୁଃଖର ବଜ୍ର ପ୍ରହାର ପରିଲା ଭଳି ଲାଗିଲା।

ଏ ସମୟରେ ବ୍ରହ୍ମପୁରର ସମାଜ ସେବୀ ପ୍ରବୀର ପଣ୍ଡା ନାମକ ଏକ ଯୁବକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ phone କରି ଏ ବିଷୟରେ ଜଣାଇଲେ। ଖବର ପହଁଚିଲା 5t ସଚିବ  ଭିକେ ପାଣ୍ଡିଆନଙ୍କ ପାଖରେ।  ପାଣ୍ଡିଆନ  ଖବରକୁ ଗୁରୁତର ଭାବେ ନେଇ ତୁରନ୍ତ ଉକ୍ତ ବ୍ୟକ୍ତିକୁ bskyରେ ମାଗଣା ଚିକିତ୍ସା ସେବା ସମ୍ ହସ୍ପିଟାଲରେ ବ୍ୟବସ୍ଥା କରିବାକୁ ନିର୍ଦେଶ ଦେବା ସହ ତୁରନ୍ତ ଉକ୍ତ ବ୍ୟକ୍ତି କିପରି ହସ୍ପିଟାଲକୁ ଆସି ପାରିବ, ତାହାର ତଦାରଖ କରିବା ପାଇ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନିର୍ଦେଶ ଦେଲେ।

ଏହାର ୧୦ ମିନଟରେ ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱବଧାନରେ ତାଙ୍କୁ ହସ୍ପିଟାଲରେ ଆଡମିଟ କରାଗଲା ଓ  ମାଗଣାରେ ଅପରେସନ କରାଗଲା ଏବେ ସେ ବ୍ୟକ୍ତି ସୁସ୍ଥ ଅଛନ୍ତି।  ୫ଟି ସଚିବଙ୍କ ଏଭଳି ତ୍ୱରିତ ପଦକ୍ଷେପ ପାଇ ଏକ ଅସହାୟର ଜୀବନ ରକ୍ଷା ହେଇପାରିଲା।  ତେଣୁ ବିଭିନ୍ନ ମହଲରୁ ୫ଟି ସଚିବଙ୍କୁ ପ୍ରଶଂସାର ସୁଅ ଛୁଟୁଛି।  ପରିବାର ଲୋକ ବି ୫ଟି ସଚିବଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।