ସିବିଆଇ ବନାମ ସିବିଆଇ ମାମଲାରେ ଟ୍ଵିଷ୍ଟ, ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ କେସ୍‌ ଡାଏରୀ ଯାଞ୍ଚ କରିବେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା

ଦିଲ୍ଲୀ(କେନ୍ୟୁଜ୍) : ସିବିଆଇ ବନାମ ସିବିଆଇ ମାମଲାରେ ଟ୍ଵିଷ୍ଟ । ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ କେସ୍‌ ଡାଏରୀକୁ ଯାଞ୍ଚ କରିବେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା । ଆଜି ସେଣ୍ଟ୍ରାଲ୍‌ ଭିଜିଲାନ୍ସ କମିଶନ କାର‌୍ୟ୍ୟାଳୟଙ୍କୁ ଯିବେ ଆଲୋକ ବର୍ମା । ଏଥିପାଇଁ ଗତକାଲି ତାଙ୍କୁ ଅନୁମତି ଦେଇଥିଲେ ଦିଲ୍ଲୀ ହାଇକୋର୍ଟ । ରାକେଶ ଅସ୍ଥାନାଙ୍କ ବିରୋଧରେ ଯେଉଁ ସବୁ ଅଭିଯୋଗ ହୋଇଛି, ସେସବୁର କେସ୍‌ ଡାଏରୀକୁ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ଯୁଗ୍ମ ନିର୍ଦ୍ଦେଶକ ଏ.କେ. ଶର୍ମା ସିଭିସି କାର‌୍ୟ୍ୟାଳୟରେ ଯାଞ୍ଚ କରିବେ । ରାକେଶ ଅସ୍ଥାନାଙ୍କ ବିରୋଧରେ ଆସିଥିବା ଅଭିଯୋଗର ସମସ୍ତ ଦସ୍ତାବିଜ୍‌ ଏବେ ସିଭିସିଙ୍କ ତତ୍ତ୍ୱାବଧାନରେ ରହିଛି । ଯାଞ୍ଚ ବେଳେ ଆଲୋକ ବର୍ମା ଓ ଏ.କେ. ଶର୍ମାଙ୍କ ନିକଟରେ ଉପସ୍ଥିତ ରହିବେ ସିବିଆଇ ଏସ୍‌ପି ସତୀଶ ଡଗର । ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାର ନିର୍ଦ୍ଦେଶକ ଓ ସ୍ୱତନ୍ତ୍ର ନିର୍ଦ୍ଦେଶକଙ୍କ ମଧ୍ୟରେ ବିବାଦ ଯୋଗୁଁ ଅଡୁଆ ପରିସ୍ଥିତି ସୃ୍‌ଷ୍ଟି ହୋଇଛି । ରାତି ଅଧିଆ ଛୁଟିରେ ପଠାଇବା ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା । ଏହାର ତଦନ୍ତ କରିବା ପାଇଁ ସିଭିସିକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ସେହିପରି ସୁପ୍ରିମକୋର୍ଟରେ ଆଲୋକ ବର୍ମା ମଧ୍ୟ ଜବାବ ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.