୨୬ଏପ୍ରିଲରୁ ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା

କେନ୍ଦ୍ରିୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସଇର ଦଶମ ଓ ଦ୍ୱାଦଶ ଶ୍ରେଣୀର ଦ୍ୱିତୀୟ ପର୍ଯାୟ ପରୀକ୍ଷା ୨୬ଏପ୍ରିଲରୁ ଆରମ୍ଭ ହେବ । ଯଦିଓ ତାରିଖର ଲିଷ୍ଟ ପରେ ଆସିବ । କିନ୍ତୁ ବଡକଥା ପରୀକ୍ଷା ଅଫଲାଇନରେ ହେବ । ପୂର୍ବରୁ କରୋନା କାଳରେ ଦଶମ ଓ ଦ୍ୱାଦଶର ପରୀକ୍ଷା ଦୁଇଟି ପର୍ଯାୟରେ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ସିବିଏସଇ ଦଶମ ବୋର୍ଡର ମାଇନର ସବଜେକ୍ଟର ପରୀକ୍ଷା ୧୭ନଭେମ୍ବରରେ ହୋଇଥିବା ବେଳେ ମେଜର ସବଜେକ୍ଟ ୩୦ନଭେମ୍ବର ପର୍ଯ୍ୟନ୍ତ ଚାଲିଥିଲା । ସେହିଭଳି ଦ୍ୱାଦଶ ଶ୍ରେଣୀର ମାଇନର ସବଜେକ୍ଟ ୧୬ନଭେମ୍ବରରେ ହୋଇଥିବା ବେଳେ ମେଜର ସବଜେକ୍ଟ ପରୀକ୍ଷା ୧ରୁ ୨୨ଡିସେମ୍ବର ଯାଏଁ ଚାଲିଥିଲା ।

ବୋର୍ଡ ଏପର୍ଯ୍ୟନ୍ତ ଫଳାଫଳ ତାରିଖ ଘୋଷଣା କରିନାହିଁ । ମିଡିଆ ରିପୋର୍ଟ ହିସାବରେ ଫଳାଫଳ ଜାନୁଆରୀ ଭିତରେ ପ୍ରକାଶ ହେବାର ଥିଲା । ଫଳରେ ଯାହା ଅନୁମାନ, ଏହି କିଛି ଦିନ ମଧ୍ୟରେ ପରୀକ୍ଷାର ଫଳାଫଳ ଆସିଯାଇପାରେ । ତେଣୁ ଛାତ୍ରଛାତ୍ରୀଙ୍କୁ ୱେବସାଇଟ ଉପରେ ନଜର ରଖିବାକୁ ହେବ । ଅଫିସିଆଲ ୱେବସାଇଟ ଛଡା ଫଳାଫଳ ଉମଙ୍ଗ ଆପ, ଆଇବିଆରଏସ, ଏସଏମଏସ, digilocker.gov.inରେ ଉପଲବ୍ଧ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.