ମେ ୪ରୁ ସିବିଏସଇ ପରୀକ୍ଷା, ଘୋଷଣା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ : ୧୦ମ ଓ ୧୨ଶ ଶ୍ରେଣୀ ବୋର୍ଡ ପରୀକ୍ଷାର ତାରିଖ ସୂଚୀ ଘୋଷଣା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଆଜି ସିବିଏସଇ  ୧୦ମ ଓ ୧୨ଶ ଶ୍ରେଣୀ ବୋର୍ଡ ପରୀକ୍ଷାର ବିଭିନ୍ନ ବିଷୟ ପାଇଁ ତାରିଖ ସୂଚୀ ଘୋଷଣା କରିଛନ୍ତି ।

ଏହି ବୋର୍ଡ ପରୀକ୍ଷା ମେ ୪ରୁ ଆରମ୍ଭ ହୋଇ ଜୁନ ୧୦ ପର୍ଯ୍ୟନ୍ତ ଚାଲିବ । ସେହିପରି ମାର୍ଚ୍ଚ ୧ରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ । ଶିକ୍ଷାମନ୍ତ୍ରୀ ନିଜ ଟ୍ବିଟ ହାଣ୍ଡଲରେ ଏହି ପରୀକ୍ଷା ବିଷୟ ସୂଚୀ ଘୋଷଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.