ସିବିଏସସି ବୋର୍ଡ ପରୀକ୍ଷାକୁ ନେଇ ଜାରି ହେଲା ନୂଆ ଗାଇଡ଼ ଲାଇନ, ଦେଖନ୍ତୁ କଣ ସବୁ ରହିଛି ନିୟମ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ବା ସିବିଏସ୍ସିର ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଆସନ୍ତା ଏପ୍ରିଲ ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ପରୀକ୍ଷାକୁ ନେଇ ସିବିଏସସି ତରଫରୁ ଗାଇଡ଼ଲାଇନ ଜାରି କରାଯାଇଛି । ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ପରୀକ୍ଷା ହଲରେ ମାତ୍ର ୧୮ ଜଣ ପିଲା ବଶି ପରୀକ୍ଷା ଦେଇପାରିବେ । ଏଥିପାଇଁ ଶହରର ସମସ୍ତ ପରୀକ୍ଷା କେନ୍ଦ୍ର ଗୁଡିକରେ ପ୍ରସ୍ତୁତି ଆରମ୍ଭ କରାଯିବ । ସିବିଏସ୍ସି ବୋର୍ଡ ପିଲାଙ୍କ ରୋଲ ନମ୍ବର ସ୍ଲିପ ଜାରି କରିବା ସହିତ ବିଭିନ୍ନ ଦିଶା ନିର୍ଦ୍ଦେଶ ମଧ୍ୟ ଜାରି କରିଛନ୍ତି । ଏଗୁଡ଼ିକୁ ସମସ୍ତ କେନ୍ଦ୍ର ପାଳନ କରିବା ଅନିରବାର୍ଜ୍ୟ ରଖାଯାଇଛି । ଚଣ୍ଡୀଗଡ଼ ଠାରେ ପରୀକ୍ଷା ପାଇଁ ୮୦ ଟି ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ଆଉ ଏହି ଠାରେ ୩୬ ହଜାର ପିଲା ପରୀକ୍ଷା ଦେବେ । ଏହି ପିଲାମାନେ ଏବେ ସହରର ସରକାରୀ ଓ ବେସରକାରୀ ବିଦ୍ୟାଳୟ ମାନଙ୍କରେ ପଢୁଛନ୍ତି ।

କରୋନା ମହାମାରୀ ଦେଶରେ ପାଦ ଦେବା ପରେ ପରୀକ୍ଷା ପ୍ରଣାଳୀରେ କିଛିଟା ପରିବର୍ତ୍ତନ ଅଣାଯାଇଛି । ଏହି ମହାମାରୀ ଜାରି ହେବା ପରେ ପ୍ରଥମ ଥର ପାଇଁ ପରୀକ୍ଷା ଦୁଇ ଟର୍ମରେ ଆୟୋଜିତ କରାଯାଇଛି । ଫାଷ୍ଟ ଟର୍ମ ପରୀକ୍ଷା ୨୦୧୧ ନଭେମ୍ବର- ଡିସେମ୍ବରରେ ଅବଜେକ୍ଟିଭ ଆୟୋଜିତ ହୋଇସାରିଛି । କିନ୍ତୁ ଦ୍ଵିତୀୟ ଟର୍ମର ପରୀକ୍ଷା ସବଜେକ୍ଟିଭ ଭାବରେ ହେବ । କରୋନା ସଂକ୍ରମଣ ମହାମାରୀ କାରଣରୁ ପିଲାଙ୍କ ବସିବା ଶୈଳୀରେ କିଛିଟା ପରିବର୍ତ୍ତନ ଅଣାଯାଇଛି । ପୂର୍ବରୁ ଗୋଟିଏ ହଲରେ ୨୪ ଜଣ ପିଲା ବସି ପରୀକ୍ଷା ଦେଉଥିବା ବେଳେ ଏବେ ୧୮
ଜଣ ପିଲାଙ୍କୁ ନେଇ ଆୟୋଜନ କରାଯିବ । ଗୋଟିଏ କେନ୍ଦ୍ରରେ ପାଞ୍ଚରୁ ସାତଟି ରୁମ ରହିବ । ପୂର୍ବରୁ ପରୀକ୍ଷା କରିବା ପାଇଁ ବଡ ବଡ ହଲ ପ୍ରସ୍ତୁତ କରାଯାଉଥିବା ବେଳେ ସେଥିରେ ୭୨
ରୁ ୧୦୦ ଜଣ ପିଲା ବସି ପରୀକ୍ଷା ଦେଉଥିଲେ । କିନ୍ତୁ ଏଥର କ୍ଲାସ ରୁମରେ ହିଁ ସେଣ୍ଟର ପ୍ରସ୍ତୁତ କରାଯାଇ ପରୀକ୍ଷା ଆୟୋଜନ କରାଯିବ । ଆଉ ଏହା ସହ କଡାକଡ଼ି ଭାବେ କରୋନା ନିୟମ ମାନ ପାଳନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.