ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ ଯାତ୍ରା’ ପାଇଁ ସେଲିବ୍ରିଟିଙ୍କୁ ଦିଆଯାଇଛି ଟଙ୍କା! ବିଜେପି ନେତାଙ୍କ ଟ୍ଵିଟ୍ ବାଣ ପରେ ଉଚିତ୍ ଜବାବ ଦେଲେ ପୂଜା ଭଟ୍ଟ

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ ଯାତ୍ରା’ ଚର୍ଚ୍ଚାର ବିଷୟ ହୋଇଛି। ରାହୁଲଙ୍କ ଏହି ପଦଯାତ୍ରାରେ ବଲିଉଡ ଇଣ୍ଡଷ୍ଟ୍ରୀର ଅନେକ ନାମୀ କଳାକାର ମଧ୍ୟ ଅଂଶଗ୍ରହଣ କରି ସାରିଛନ୍ତି। କିଛି ଦିନ ତଳେ ହିନ୍ଦୀ ସିନେମାର ଭେଟେରାନ ଅଭିନେତ୍ରୀ ପୂଜା ଭଟ୍ଟ ବି ରାହୁଲ ଗାନ୍ଧୀଙ୍କ ଏହି ‘ଭାରତ ଯୋଡ଼ୋ ଯାତ୍ରା’ରେ ଭାଗ ନେଇଥିଲେ, ଯାହାକୁ ନେଇ ବିଜେପି ନେତା ନୀତେଶ ରାଣେ ପଇସା ଦେଇ ଯାତ୍ରାରେ ସାମିଲ କରାଇବା କଥା କହିଥିଲେ। ଏବେ ପୂଜା ଭଟ୍ଟ ଏହାର ପ୍ରତିଉତ୍ତର ଦେଇଛନ୍ତି।
ମହାରାଷ୍ଟ୍ରର ବିଜେପି ନେତା ନୀତେଶ ରାଣେ ନିଜ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ଟ୍ଵିଟ୍ କରି କହିଛନ୍ତି କି, ଚଳଚ୍ଚିତ୍ର ତାରକାମାନେ ଯେଉଁଭଳି ଭାବେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରାର ଅଂଶ ହେଉଛନ୍ତି, ସେହି ହିସାବରେ ଲାଗୁଛି, ଯେପରି ସେମାନଙ୍କୁ ଏହି କାମ ପାଇଁ ପଇସା ଦିଆଯାଉଛି। ବିଜେପି ନେତାଙ୍କ ଏହି ବୟାନ ପରେ ଅଭିନେତ୍ରୀ ପୂଜା ଭଟ୍ଟ ଉପଯୁକ୍ତ ଜବାବ ଦେଇ ନିଜର ପ୍ରତିକ୍ରିୟା ରଖିଛନ୍ତି।
ପୂଜା ଭଟ୍ଟ ପ୍ରସିଦ୍ଧ ଲେଖିକା ହାର୍ପର ଲିଙ୍କ ଏକ ଉଦ୍ଧୃତିକୁ ନିଜ ଟ୍ଵିଟ୍ରେ ଉଲ୍ଲେଖ କରି ଲେଖିଛନ୍ତି ଯେ ‘ସେ ନିଶ୍ଚିତ ଭାବରେ ଏମିତି ଭାବିବାର ଅଧିକାର ପାଇଛନ୍ତି ଏବଂ ନିଜର ମତ ପାଇଁ ପୂରା ସମ୍ମାନର ସହିତ ଅଧିକାର ରଖିଛନ୍ତି। କିନ୍ତୁ ଏହା ପୂର୍ବରୁ ମୁଁ ଅନ୍ୟ ଲୋକଙ୍କ ସହିତ ରହିପାରିବି, ତ ମୋତେ ନିଜ ସହିତ ରହିବାକୁ ହେବ। ଏକ ଜିନିଷ, ଯାହା ବହୁମତ ଶାସନର ପାଳନ କରେ ନାହିଁ, ତାହା ହେଉଛି ଜଣେ ବ୍ୟକ୍ତିର ବିବେକ’। ଏହିପରି ଭାବେ ପୂଜା ଭଟ୍ଟ ଇସାରା ଇସାରାରେ ବିଜେପି ନେତା ନୀତେଶ ରାଣାଙ୍କୁ ମୁହଁତୋଡ୍ ଜବାବ ଦେଇଛନ୍ତି।
କେବଳ ପୂଜା ଭଟ୍ଟ ନୁହନ୍ତି, ବରଂ ଅନେକ ଚଳଚ୍ଚିତ୍ର ତାରକା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହୋଇ ସାରିଛନ୍ତି। ଏଥିରେ ଅଭିନେତା ଅମୋଲ ପାଲେକର, ଅଭିନେତ୍ରୀ ରିୟା ସେନ୍, ରଶ୍ମି ଦେଶାଇ, ଆକାଂକ୍ଷା ପୁରୀଙ୍କ ପରି କେତେକ ସେଲିବ୍ରିଟିଙ୍କ ନାମ ସାମିଲ ରହିଛି। କହି ରଖୁଛୁ, ଫିଲ୍ମ ସେଲିବ୍ରିଟିମାନଙ୍କ ଉପସ୍ଥିତି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରାକୁ ଆହୁରି ବି ହାଇଲାଇଟ୍ କରି ଦେଇଛି।
“They’re certainly entitled to think that, and they’re entitled to full respect for their opinions… but before I can live with other folks I’ve got to live with myself. The one thing that doesn’t abide by majority rule is a person’s conscience.”
Harper Lee pic.twitter.com/F1hbBfGf87— Pooja Bhatt (@PoojaB1972) November 22, 2022