ମିଥ୍ୟା ଖବର ପ୍ରଚାର ପ୍ରସାର କରୁଥିବା ୭୪୭ ୱେବସାଇଟ୍ ଓ ୯୪ ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କରିଛନ୍ତି କେନ୍ଦ୍ର ସରକାର

କେନ୍ୟୁଜ୍(ବ୍ୟୁରୋ):  କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଆଜି କହିଛନ୍ତି ଯେ ୨୦୨୧-୨୨ ମସିହାରେ ଦେଶର ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଥିବା ୟୁଟ୍ୟୁବ ଚ୍ୟାନେଲଗୁଡିକ ବିରୋଧରେ ମନ୍ତ୍ରଣାଳୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଠାକୁର କହିଛନ୍ତି ଯେ ମନ୍ତ୍ରଣାଳୟ ୯୪ ୟୁଟ୍ୟୁବ ଚ୍ୟାନେଲ, ୧୯ ଟି ସୋସିଆଲ ମିଡିଆ ଆକାଉଣ୍ଟ ଏବଂ ୭୪୭ ଟି ୟୁଆରଏଲ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ ସେଗୁଡିକୁ ବନ୍ଦ କରାଯାଇଛି ।

ଏହି କାର୍ଯ୍ୟାନୁଷ୍ଠାନ ସୂଚନା ପ୍ରଯୁକ୍ତି ଅଧିନିୟମ ୨୦୦୦ ର ଧାରା ୬୯ଏ ଅନୁଯାୟୀ ନିଆଯାଇଛି । ମନ୍ତ୍ରୀ କହିଛନ୍ତି ଯେ ମିଥ୍ୟା ଖବର ପ୍ରଚାର ପ୍ରସାର କରି ଦେଶର ସାର୍ଵଭୌମତ୍ୱ ବିରୋଧରେ କାର୍ଯ୍ୟ କରୁଥିବା ଏଜେନ୍ସିଗୁଡିକ ବିରୋଧରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.