ଧୋତୀ ପିନ୍ଧି ବିଦେଶୀ ଫିଲ୍ମ ପ୍ରିମିୟରରେ ପହଞ୍ଚିଲେ ଧନୁଷ, ଦର୍ଶକ ଦେଲେ ଏମିତି ପ୍ରତିକ୍ରିୟା

ସାଉଥ ଓ ବଲିଉଡ ଷ୍ଟାର୍ ଧନୁଷ ନିଜର ହଲିଉଡ୍ ଡେବ୍ୟୁକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଧନୁଷ ନେଟଫ୍ଲିକ୍ସ ଫିଲ୍ମ ‘ଦି ଗ୍ରେ ମ୍ୟାନ’ ରେ ହଲିଉଡରେ ପାଦ ରଖିଛନ୍ତି । ନିଜର ଡେବ୍ୟୁରେ ସେ ଏମିତି କରି ଦେଖାଇଛନ୍ତି ଯାହା କେହି ବି କରିନାହାଁନ୍ତି । ସେ ଅବଜର୍ସର ପ୍ରସିଦ୍ଧ ନିର୍ଦ୍ଦେଶକ ଯୋଡି ରୁସୋ ବ୍ରଦର୍ସ ଅର୍ଥାତ ଏନ୍ଥୋନୀ ରୁସୋ ଓ ଜୋ ରୁସୋଙ୍କୁ ଭାରତ ନେଇ ଆସିଛନ୍ତି ।
ମୁମ୍ବାଇରେ ହେଲା ଧନୁଷ ଫିଲ୍ମର ପ୍ରିମିୟର
ମୁମ୍ବାଇରେ ଫିଲ୍ମ ‘ଦି ଗ୍ରେ ମ୍ୟାନ୍’ ର ସ୍ପେଶାଲ ପ୍ରିମିୟର ଗୁରୁବାର ସଂଧ୍ୟାରେ ରଖାଯାଇଥିଲା । ଏଥିରେ ବଲିଉଡର ଅଭନେତା ବିକ୍କି କୌଶଲ, ରଣଦୀପ ହଡ୍ଡାଙ୍କ ସହ ଅନ୍ୟ କଳାକାରମାନେ ଯୋଗ ଦେଇଥିଲେ । ଏହି ପ୍ରମିୟରରେ ରୁସୋ ବ୍ରଦର୍ସ ଓ ଶୋ’ ର ଷ୍ଟାର ଧନୁଷ ମଧ୍ୟ ଯୋଗ ଦେଇଥିଲେ । ଧନୁଷଙ୍କ ଶାନ୍ତ ସ୍ୱଭାବକୁ ତ ପ୍ରଶସଂକ ବେଶ ପସନ୍ଦ କରିଛନ୍ତି । ବେଶୀ ପସନ୍ଦ କରିଛନ୍ତି ଧନୁଷଙ୍କ ଦେଶୀ ଲୁକ୍କୁ ।
ଧନୁଷ ନିଜ ବିଦେଶୀ ଫିଲ୍ମର ପ୍ରିମିୟରରେ ଦକ୍ଷିଣ ଭାରତୀୟ ପୋଷାକ ଟ୍ରାଡିସନାଲ ଧଳା ସାର୍ଟ ଓ ଧଳା ଧୋତି ପିନ୍ଧି ପହଞ୍ଚିଥିବାର ଦେଖାଯାଇଥିଲା । ପାଦରେ କଳା ରଂଗର ଚପଲ ମଧ୍ୟ ପିନ୍ଧିଥିଲେ । ଦକ୍ଷିଣ ଭାରତୀୟ ଭାଷାରେ ଓ୍ଵଣକମ୍ ବା ନମସ୍ତେ ବୋଲି କହିଥିଲେ । ଧନୁଷଙ୍କର ଏହି ଲୁକ୍ ସମସ୍ତଙ୍କୁ ବେଶ ପ୍ରଭାବିତ କରିଥିଲା ।
NOW SCREAMING AT #THEGRAYMAN PREMIERE 🎉@dhanushkraja pic.twitter.com/fx9cj3DpiM
— Netflix India (@NetflixIndia) July 20, 2022
ପ୍ରଶଂସକ ଧନୁଷଙ୍କୁ ଏଥିପାଇଁ ବେଶ ପ୍ରଶଂସା କରିଥିଲେ । ଧନୁଷଙ୍କ ଏହି ଲୁକ୍ରେ ୟୁଜର୍ସ ବିଭିନ୍ନ ମତ ଦେଇଛନ୍ତି । ଜଣେ ୟୁଜର ଲେଖିଥିଲେ ‘ବନ୍ଦେ କା ଷ୍ଟାଇଲ ଅଲଗ୍ ହେ’ । ଆଉ ଜଣେ ଲେଖିଥିଲେ ‘ ମୋତେ ପସନ୍ଦ ଯେ ସାଉଥ ଲୋକ ନିଜ ସଂସ୍କୃତି ସର୍ବଦା ନିଜ ସହ ନେଇ କରି ଚାଲନ୍ତି ’ ।