Below header

କୁମାର ବିଶ୍ୱାସଙ୍କୁ ମିଳିଲା Y ସିକ୍ୟୁରିଟି, ଏବେ ସବୁବେଳେ ସାଙ୍ଗରେ ରହିବେ ୧୧ ଯବାନ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କୁ ନେଇ ବୟାନ ଦେବା ପରେ ଚର୍ଚ୍ଚାକୁ ଆସିଥିବା ଲୋକପ୍ରିୟ କବି କୁମାର ବିଶ୍ୱାସଙ୍କୁ ଓ୍ଵାଇ କାଟାଗୋରୀ ସିକ୍ୟୁରିଟି ଦିଆଯାଇଛି। ଏବେ ତାଙ୍କ ସୁରକ୍ଷା ପାଇଁ ୧୧ ସୁରକ୍ଷାକର୍ମୀ ସବୁବେଳେ ନିୟୋଜିତ ରହିବେ। କୁମାର ବିଶ୍ୱାସଙ୍କୁ ସିକ୍ୟୁରିଟି ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ ଯେ କୁମାର ବିଶ୍ୱାସ ଅରବିନ୍ଦ କେଜରିଓ୍ଵାଲଙ୍କ ନାଁକୁ ଖଲିସ୍ତାନ ସହ ଯୋଡ଼ିଥିଲେ। ତା’ ପରଠାରୁ ସେ ଲଗାତାର ଚର୍ଚ୍ଚାରେ ରହିଥିଲେ। ଗଣମାଧ୍ୟମ ସହ କଥା ହେବା ଅବସରରେ ସେ କେଜରିଓ୍ଵାଲଙ୍କ ବିରୋଧରେ କେତେକ ମତ ଦେଇଥିଲେ। ସେ କହିଥିଲେ କେଜରିଓ୍ଵାଲ ଏତିକି କୁହନ୍ତୁ ଯେ ‘ମୁଁ ଖଲିସ୍ତାନର ବିରୋଧୀ’।

ସୂଚନାଯୋଗ୍ୟ ଯେ ଓ୍ଵାଇ ସିକ୍ୟୁରିଟି ଭିଆଇପି ଲୋକଙ୍କୁ ଦିଆଯାଏ। ତାଙ୍କ ସୁରକ୍ଷା ପାଇଁ ୧୧ ଜଣ ସୁରକ୍ଷାକର୍ମୀ ନିୟୋଜିତ ହୋଇଥାନ୍ତି। ସେମାନଙ୍କ ମଧ୍ୟରେ ଜଣେ କିମ୍ବା ୨ ଜଣ କମାଣ୍ଡୋ ଓ ୨ ପର୍ସନାଲ ସିକ୍ୟୁରିଟି ଅଫିସର ବି ରହିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.