ରାଜୀବ କପୁରଙ୍କ ଶେଷ ଫିଲ୍ମ ‘ତୁଲସୀଦାସ୍‌ ଜୁନିୟର’ର ଟ୍ରେଲର ରିଲିଜ୍‌; ଏହି ଦିନ ପରଦାକୁ ଆସିବ ଫିଲ୍ମ

ରାଜ କପୁରଙ୍କ ସାନପୁଅ ରାଜୀବ କପୁର ଗତ ବର୍ଷ ଫେବୃଆରୀ ୯ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଏବେ ତାଙ୍କର ଶେଷ ଫିଲ୍ମ ‘ତୁଲସୀଦାସ୍‌ ଜୁନିୟର’ର ଟ୍ରେଲର ଲଞ୍ଚ ହୋଇଛି। ଦିବଂଗତ ରାଜୀବ କପୁର, ଅଭିନେତା ସଞ୍ଜୟ ଦତ୍ତ ଏବଂ ଶିଶୁ କଳାକାର ବରୁଣ ବୁଦ୍ଧଦେବଙ୍କ ଅଭିନୀତ ଏହି ଫିଲ୍ମ ଆସନ୍ତା ମାର୍ଚ୍ଚ ୪ରେ ରିଲିଜ୍ ହେବା ପାଇଁ ପୂରାପୂରି ପ୍ରସ୍ତୁତ ହୋଇଛି। ଏହି ବହୁ ପ୍ରତୀକ୍ଷିତ ଫିଲ୍ମକୁ ନେଇ ଫ୍ୟାନ୍‌ମାନଙ୍କ ମଧ୍ୟରେ ବି ଜବରଦସ୍ତ କ୍ରେଜ୍‌ ଦେଖିବାକୁ ମିଳିଛି। ଏହି ଫିଲ୍ମର ନିର୍ମାତା ହେଉଛନ୍ତି ଭୂଷଣ କୁମାର ଓ ଆଶୁତୋଷ ଗୋୱାରିକର। ସେହିପରି ଏହି ଫିଲ୍ମକୁ ମୃଦୁଲ ଲେଖିବା ସହିତ ଏହାର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଏଥିରେ ସଞ୍ଜୟ ଦତ୍ତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ, ଯାହାକି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିବ ବୋଲି ନିର୍ମାତା ଆଶା ରଖିଛନ୍ତି।

ଫିଲ୍ମଟି ୧୩ ବର୍ଷର ଜଣେ ବାଳକର ଜୀବନ ଉପରେ ପର୍ଯ୍ୟବସିତ ରହିଛି, ଯିଏକି ସ୍ନୁକର ଖେଳରେ ନିଜ ବାପାଙ୍କ ପରାଜୟର ପ୍ରତିଶୋଧ ନେଉଛି। ବରିଷ୍ଠ ଅଭିନେତାମାନଙ୍କ ସହଯୋଗରେ ଏହି ସ୍ପୋର୍ଟସ୍‌ ଡ୍ରାମା ଫିଲ୍ମକୁ ଭୂଷଣ କୁମାର ଓ ଆଶୁତୋଷ ଗୋୱାରିକରଙ୍କ ଭଳି ପ୍ରଯୋଜକ ନିର୍ମାଣ କରିଛନ୍ତି। ଏହି ଫିଲ୍ମ ନିଶ୍ଚିତ ଭାବରେ ୨୦୨୨ର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଗୋଟିଏ ହେବ ବୋଲି ଆଶା କରାଯାଉଛି।

ରାଜୀବ କପୁରଙ୍କ ନିଧନ ପରଠାରୁ ତାଙ୍କ ପ୍ରଶଂସକମାନେ ଅତ୍ୟନ୍ତ ଦୁଃଖିତ ଥିଲେ। ବର୍ତ୍ତମାନ ଏହି ଫିଲ୍ମ ମାଧ୍ୟମରେ ପ୍ରଶଂସକମାନେ ଶେଷ ଥର ଲାଗି ତାଙ୍କ ପସନ୍ଦର ଅଭିନେତାଙ୍କୁ ପରଦାରେ ଦେଖିବା ପାଇଁ ବେଶ୍‌ ଉତ୍ସାହିତ ଅଛନ୍ତି। ସୂଚନାଥାଉ କି, ଗୁଲଶନ କୁମାର ଏବଂ ଟି-ସିରିଜ୍ ଆଶୁତୋଷ ଗୋୱାରିକର ପ୍ରଡକ୍ସନ୍ସର ଫିଲ୍ମ ‘ତୁଲସୀଦାସ୍‌ ଜୁନିୟର’କୁ ପ୍ରସ୍ତୁତ କରିଛନ୍ତି। ଭୂଷଣ କୁମାର, କୃଷ୍ଣ କୁମାର, ଆଶୁତୋଷ ଗୋୱାରିକର ଓ ସୁନୀତା ଗୋୱାରିକରଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମ ଦର୍ଶକଙ୍କ ଦ୍ୱାରା ବେଶ୍‌ ଆଦୃତ ହେବ ବୋଲି ପୂରା ଟିମ୍‌ ଆଶା ବ୍ୟକ୍ତ କରିଛି।

 

View this post on Instagram

 

A post shared by T-Series (@tseries.official)

Leave A Reply

Your email address will not be published.