ନିର୍ବାଚନ ପୂର୍ବରୁ ଶ୍ରମିକଙ୍କୁ ଉପହାର ଦେଲେ କେନ୍ଦ୍ର ସରକାର, ମନରେଗା ଶ୍ରମିକଙ୍କ ମଜୁରୀ ବୃଦ୍ଧି

ଦେଶରେ ମହାତ୍ମା ଗାନ୍ଧି ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନା (ମନରେଗା) ପାରିଶ୍ରମିକ ବୃଦ୍ଧି କଲେ କେନ୍ଦ୍ର ସରକାର । କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ଏହି ବିଜ୍ଞପ୍ତି ଜାରି ହୋଇଛି । ମନରେଗା ପାରିଶ୍ରମିକରେ ୩ରୁ ୧୦ ପ୍ରତିଶତ ବୃଦ୍ଧି ହୋଇଛି ।

ନିର୍ବାଚନ ପୂର୍ବରୁ ଶ୍ରମିକଙ୍କୁ ବଡ ଉପହାର ଦେଲେ କେନ୍ଦ୍ର ସରକାର । ଦେଶରେ ମହାତ୍ମା ଗାନ୍ଧି ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନା (ମନରେଗା) ପାରିଶ୍ରମିକ ବୃଦ୍ଧି କଲେ କେନ୍ଦ୍ର ସରକାର । କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ଏହି ବିଜ୍ଞପ୍ତି ଜାରି ହୋଇଛି । ମନରେଗା ପାରିଶ୍ରମିକରେ ୩ରୁ ୧୦ ପ୍ରତିଶତ ବୃଦ୍ଧି ହୋଇଛି । ସମଗ୍ର ଭାରତରେ ମନରେଗା ଶ୍ରମିକ ପାଉଥିବା ଟଙ୍କାରେ ଆଉ ୨୮ ଟଙ୍କା ଅଧିକ ପାଇବେ । ଆସନ୍ତା ଏପ୍ରିଲ ୧ରୁ ଲାଗୁ ହେବ ବର୍ଦ୍ଧିତ ମଜୁରୀ ।

ବିଜ୍ଞପ୍ତି ଅନୁଯାୟୀ, ୨୦୨୪-୨୫ ତୁଳନାରେ ବେତନ ହାର ଉତ୍ତରପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ସର୍ବନିମ୍ନ ୩ ପ୍ରତିଶତ ବୃଦ୍ଧି ପାଇଛି । ଏଥି ସହିତ ଗୋଆରେ ବେତନ ସର୍ବାଧିକ ବୃଦ୍ଧି କରାଯାଇଛି । ଏଠାରେ MNREGA ର ମଜୁରୀ ହାର ୧୦.୬ ପ୍ରତିଶତ ବୃଦ୍ଧି ପାଇଛି । ଏଥିରେ ଓଡ଼ିଶାର ଶ୍ରମିକ ପାଇବେ ୨୫୪ ଟଙ୍କା । ମନରେଗା ଦୈନିକ ମଜୁରୀ ହରିୟାଣାରେ ସର୍ବାଧିକ ୩୭୪ ଟଙ୍କା ରହିଛି । ସେହିପରି ଅରୁଣାଚଳ ପ୍ରଦେଶ ଏବଂ ନାଗାଲାଣ୍ଡରେ ସର୍ବନିମ୍ନ ୨୩୪ ଟଙ୍କା ଧାର୍ଯ୍ୟ କରାଯାଇଛି ।

ମଜୁରୀ ହାରରେ ସର୍ବାଧିକ ବୃଦ୍ଧି ହୋଇଥିବା ଗୋଆରେ ଏହା ୩୫୬ ଟଙ୍କା ରହିଛି । ଏବେ ଏଠାରେ ଦୈନିକ ମନରେଗା ମଜୁରୀ ୩୨୨ ଟଙ୍କା ରହିଛି । କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ମଜୁରୀ ହାରରେ ୧୦ ପ୍ରତିଶତରୁ ଅଧିକ ବୃଦ୍ଧି କରାଯାଇଛି ।
ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ମାଧ୍ୟମରେ ୨୦୦୫ ରେ MNREGA କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହା ବିଶ୍ୱର ସବୁଠୁ ବଡ ନିଯୁକ୍ତି ଗ୍ୟାରେଣ୍ଟି ସ୍କିମ୍ । ଏହି ଯୋଜନା ଅଧୀନରେ ସରକାର ସର୍ବନିମ୍ନ ମଜୁରୀ ସ୍ଥିର କରିଛନ୍ତି ଯେଉଁଥିରେ ଗ୍ରାମାଞ୍ଚଳର ଲୋକଙ୍କୁ ନିଯୁକ୍ତି ଦିଆଯାଉଛି । ଗୋଟିଏ ବର୍ଷରେ ୧୦୦ ଦିନ ରୋଜଗାରର ଏକ ଆଇନଗତ ଗ୍ୟାରେଣ୍ଟି ରହିଛି ।

ସୂଚନାଯୋଗ୍ୟ, ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଶ୍ରମ ହାର ବିଷୟରେ ସୂଚନା ଦେବା ପୂର୍ବରୁ ନିର୍ବାଚନ ଆୟୋଗଙ୍କଠାରୁ ଅନୁମତି ମାଗିଥିଲା । ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ ମଡେଲ ଆଚରଣ ବିଧି ଲାଗୁ ହୋଇଛି । ଆୟୋଗଙ୍କଠାରୁ ସବୁଜ ସଙ୍କେତ ପାଇବା ପରେ ମନ୍ତ୍ରଣାଳୟ ତୁରନ୍ତ ବେତନ ବୃଦ୍ଧି ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି । କେନ୍ଦ୍ରୀୟ ବଜେଟ ୨୦୨୪-୨୫ରେ ମନରେଗା ପାଇଁ ୮୬,୦୦୦ କୋଟି ଟଙ୍କା ମଞ୍ଜୁର କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.