ସାମ୍ନାକୁ ଆସିଲା ଫିଲ୍ମ ‘ଭୁଲ ଭୁଲେୟା ୩’ରୁ କାର୍ତ୍ତିକ ଆର୍ଯ୍ୟନଙ୍କ ଫାଷ୍ଟ ଲୁକ୍‌, ଭାଇରାଲ ହେଉଛି ଫଟୋ

ଫିଲ୍ମ ‘ଭୁଲ ଭୁଲେୟା ୩’ର ସୁଟିଂ ଆରମ୍ଭ ହୋଇଛି । ତେବେ ଏହି ଅଭିନେତା ଫିଲ୍ମର ଫାଷ୍ଟ ଲୁକ୍‌ ସେୟାର କରିଛନ୍ତି । କାର୍ତ୍ତିକ ଆର୍ଯ୍ୟନ ନିଜେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି ।

ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ‘ଭୁଲ ଭୁଲେୟା ୩’ର ସୁଟିଂ ଆରମ୍ଭ ହୋଇଛି । ତେବେ ଏହି ଅଭିନେତା ଫିଲ୍ମର ଫାଷ୍ଟ ଲୁକ୍‌ ସେୟାର କରିଛନ୍ତି । କାର୍ତ୍ତିକ ଆର୍ଯ୍ୟନ ନିଜେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି । ଏହି ଫଟୋରେ କାର୍ତ୍ତିକଙ୍କ ସହ ଫିଲ୍ମ ‘ଆନିମଲ’ର ଅଭିନେତ୍ରୀ ଟ୍ରୁପ୍ଟି ଡିମ୍ରି ମଧ୍ୟ ନଜର ଆସିଛନ୍ତି । ଏହି ଫଟୋରେ ଟ୍ରୁପ୍ଟି ଡିମ୍ରିଙ୍କ ଲୁକ୍ ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଛି ।

ତେବେ କାର୍ତ୍ତିକ ଆର୍ଯ୍ୟନ ସେୟାର କରିଥିବା ଫଟୋରେ ଅଭିନେତା ଏବଂ ଟ୍ରୁପ୍ଟି ଫିଲ୍ମ କ୍ଲାପ୍ ବୋର୍ଡରୁ ଦେଖୁଥିବାର ନଜର ଆସିଛନ୍ତି । ଏହି ସମୟରେ କାର୍ତ୍ତିକଙ୍କୁ ରୁହ ବାବା ଗେଟଅପ୍ ରେ ଦେଖିବାକୁ ମିଳିଥିବା ବେଳେ ଟ୍ରୁପ୍ଟି ମଥାରେ ବିନ୍ଦି ଏବଂ ଆଖିରେ କାଜଲ ସହିତ ଖୋଲା କେଶରେ ବହୁତ ସୁନ୍ଦର ଦେଖାଯାଉଛି । ଫିଲ୍ମ ‘ଆନିମଲ’ରେ ଲୋକଙ୍କ ମନ ଜିତିଥିବା ଟ୍ରୁପ୍ଟି,ଏହି ଲୁକରେ ମଧ୍ୟ ପ୍ରଶଂସକଙ୍କୁ ଖୁବ୍‌ ପସନ୍ଦ ଆସୁଛନ୍ତି । ଏହି ଫଟୋ ସାମ୍ନାକୁ ଆସିବା ପରେ ଦର୍ଶକମାନେ ଟ୍ରୁପ୍ଟିଙ୍କ ଲୁକକୁ ବହୁତ ପ୍ରଶଂସା କରୁଛନ୍ତି ।

ଏହି ଫଟୋ ସେୟାର କରିବାବେଳେ କାର୍ତ୍ତିକ କ୍ୟାପସନରେ ଲେଖିଛନ୍ତି, ‘ଟିଙ୍ଗ୍ ଟିଙ୍ଗ୍ ଟିଙ୍ଗ୍, ଏବଂ ହାମନେ, ‘ଭୁଲ ଭୁଲେୟା ୩’ର ପ୍ରଥମ କାମ ଶେଷ ହୋଇଛି । ଏପରି ମଧ୍ୟ ଲେଖିଛନ୍ତି, ଯେ ଏଥର ରୁହ ବାବାଙ୍କ କ୍ୟାପରେ ଏକ ଭିନ୍ନ ଯାଦୁ ଅଛି । ମୋ ଭିତରେ କିଛି ଅଲଗା ଯାଦୁ ଅଛି । ତେବେ ଏହି ଫଟୋ ସୋସିଆଲ ମିଡିଆରେ ଜୋରସୋର ଭାଇରାଲ ହେବାରେ ଲାଗିଛି । ଏହା ସହ ଫ୍ୟାନ୍ସ ମଧ୍ୟ ଭିନ୍ନ ଭିନ୍ନ ମତ ଦେବାରେ ଲାଗିଛନ୍ତି ।

ତେବେ ୨୦୦୭ ରେ ଅକ୍ଷୟ କୁମାର ଏବଂ ବିଦ୍ୟା ବାଲନଙ୍କ ଅଭିନୀତ ଫିଲ୍ମ ‘ଭୁଲ ଭୁଲେୟା’ ମୁକ୍ତିଲାଭ କରିଥିଲା । ତେବେ ଏହି ଫିଲ୍ମର ଷ୍ଟୋରିଠାରୁ ଆରମ୍ଭ କରି ଫିଲ୍ମର ସମସ୍ତ ଷ୍ଟାର କାଷ୍ଟର ଅଭିନୟ ପର୍ଯ୍ୟନ୍ତ ଲୋକମାନେ ଏହାକୁ ବହୁତ ପସନ୍ଦ କରିଥିଲେ । ଏହି ଫିଲ୍ମର ସଫଳତା ଦେଖି ୨୦୨୨ ମସିହାରେ ଫିଲ୍ମର ଏକ ସିକ୍ୱେଲ ତିଆରି କରାଯାଇଥିଲା ଯେଉଁଥିରେ କାର୍ତ୍ତିକ ଆର୍ଯ୍ୟନ, କିଆରା ଆଡଭାନୀ ଏବଂ ତବୁଙ୍କୁ ଦେଖିବାକୁ ମିଳିଥିଲା । ଏଥିରେ କାର୍ତ୍ତିକ ଫିଲ୍ମରେ ରୁହ ବାବାଙ୍କ ଭୂମିକାରେ ଅଭିନୟ କରିଥିବାବେଳେ ତବୁ ଏଥିରେ ଡବଲ ରୋଲ କରୁଥିବାର ନଜର ଆସିଥିଲେ । ଏହି ଫିଲ୍ମଟି ପ୍ରଶଂସକଙ୍କ ଠାରୁ ବହୁତ ଭଲ ପାଇବା ମଧ୍ୟ ପାଇଥିଲା । ଏବେ ଫ୍ୟାନ୍ସ ଉତ୍ସାହର ସହିତ ଫିଲ୍ମର ତୃତୀୟ ଭାଗ ରିଲିଜକୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମ ‘ଭୁଲ ଭୁଲେୟା ୩’ ଭୂଷଣ କୁମାରଙ୍କ ଦ୍ୱାରା ନିର୍ମାତ ହେଉଥିବା ବେଳେ ଆନିସ୍ ବାଜମି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ।

 

View this post on Instagram

 

A post shared by KARTIK AARYAN (@kartikaaryan)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.