ଆତ୍ମସମର୍ପଣ କଲେ ଯାଜପୁରର ଚର୍ଚ୍ଚିତ ୟୁଟ୍ୟୁବର ଦମ୍ପତି , ଚଢ଼ାଉ ପରେ ହୋଇଯାଇଥିଲେ ଫେରାର

ଆତ୍ମସମର୍ପଣ କଲେ ଯାଜପୁରର ଚର୍ଚ୍ଚିତ ୟୁଟ୍ୟୁବର ମୋନାଲିସା ଭଦ୍ର । ଯାଜପୁର ରୋଡ ବନ ବିଭାଗ କାର୍ଯ୍ୟାଳୟକୁ ଆସି ଉଭୟ ମୋନାଲିସା ଓ ତାଙ୍କ ସ୍ବାମୀ ଆତ୍ମସମର୍ପଣ କରିଛନ୍ତି । ମୋନାଲିସା ବେଆଇନ୍ ଭାବେ ବନ୍ୟଜନ୍ତୁଙ୍କୁ ରଖି ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ଅଭିଯୋଗ ହୋଇଥିଲା ।

ଯାଜପୁର (କେନ୍ୟୁଜ): ଆତ୍ମସମର୍ପଣ କଲେ ଯାଜପୁରର ଚର୍ଚ୍ଚିତ ୟୁଟ୍ୟୁବର ମୋନାଲିସା ଭଦ୍ର । ଯାଜପୁର ରୋଡ ବନ ବିଭାଗ କାର୍ଯ୍ୟାଳୟକୁ ଆସି ଉଭୟ ମୋନାଲିସା ଓ ତାଙ୍କ ସ୍ବାମୀ ଆତ୍ମସମର୍ପଣ କରିଛନ୍ତି । ମୋନାଲିସା ବେଆଇନ୍ ଭାବେ ବନ୍ୟଜନ୍ତୁଙ୍କୁ ରଖି ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ଅଭିଯୋଗ ହୋଇଥିଲା । ସେ ନିଜ ଘରେ ମାଙ୍କଡ ରଖିବା ସହ ସାମାଜିକ ଗଣମାଧ୍ୟମରେ ବନ୍ୟଜନ୍ତୁଙ୍କ ଭିଡିଓ ଓ ଫଟୋ ପୋଷ୍ଟ କରିଥିଲେ ।

ଏନେଇ ବନ ବିଭାଗ ପୂର୍ବରୁ ଗତ ୨୪ ତାରିଖରେ ମୋନାଲିସାଙ୍କ ଘରେ ଚଢଉ କରିଥିଲା ବନ ବିଭାଗ । ଚଢଉ ଖବର ପାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଉୟଭ ସ୍ବାମୀ ସ୍ତ୍ରୀ । ଚଢଉ ସମୟରେ ଏକ ମାଙ୍କଡକୁ ଉଦ୍ଧାର କରିଥିଲା ବନ ବିଭାଗ । ମୋନାଲିସା ଓ ତାଙ୍କ ସ୍ୱାମୀଙ୍କୁ ଧରିବା ପାଇଁ ବନ ବିଭାଗ ଦିନ ତମାନ ଚେଷ୍ଟା କରିଥିଲା। ହେଲେ ଦମ୍ପତିଙ୍କ ପତ୍ତା ପାଇନଥିଲା ବନ ବିଭାଗ। ଖାଲି ହାତରେ ଫେରିଥିଲା। ପରେ ସେମାନଙ୍କ ବିରୋଧରେ ବନ ବିଭାଗ ପକ୍ଷରୁ ନମ୍ବର 275/24ରେ ଏକ ମାମଲା ରୁଜୁ କରିଥିଲା। ଏତେ ସବୁ ଘଟଣା ପରେ ଆଜି ସକାଳେ ମୋନାଲିସା ଓ ତାଙ୍କ ସ୍ୱାମୀ ଆତ୍ମସମର୍ପଣ କରିଥିବା ବେଳେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯାଜପୁର ରୋଡ୍ ବନାଞ୍ଚଳ ଅଧିକାରୀ ଜ୍ୟୋତି ରଞ୍ଜନ ମହାପାତ୍ର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.