Below header

ଚଣ୍ଡିଗଡ଼ : ନିଜ ଗାଡ଼ିରେ ବିଧାୟକ, ପ୍ରେସ୍‌, ଆର୍ମି, ପୋଲିସ୍‌ ଆଦି ଲେଖିଲେ କଟିବ ଚାଲାଣ

ଚଣ୍ଡିଗଡ଼ : ଗାଡ଼ିରେ ନିଜ ପଦବି କଥା ଲେଖିଲେ କଟିବ ଚାଲାଣ । ଏଭଳି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ପଞ୍ଜାବ ଓ ହରିଆଣା ହାଇକୋର୍ଟ । ବିଧାୟକ, ମେୟର, ଡାକ୍ତର, ପ୍ରେସ୍‌, ପୋଲିସ୍‌, ଆର୍ମି ଆଦି ଲେଖା ରହିଲେ ଜରିମାନା ଆଦୟ କରାଯିବ ।
ନୂଆ ମୋଟର ଯାନ ଆଇନ୍‌ ଆଣିବା ସହ ଦେଶରେ ଟ୍ରାଫିକ୍‌ ବ୍ୟବସ୍ଥାକୁ ସୁଧାରିବା ପାଇଁ କେନ୍ଦ୍ର ସରକାର ପୂରା ଦମ୍‌ରେ ଲାଗିଛନ୍ତି । ଏହି ସମୟରେ ପଞ୍ଜାବ ଓ ହରିଆଣା ହାଇକୋର୍ଟଙ୍କ ଏଭଳି ନଷ୍ପତ୍ତି ଅନେକ ଲୋକଙ୍କୁ ଅଡୁଆରେ ପକାଇ ଦେଇଛି ।

PUNJAB HC

କୋର୍ଟ ଏସବୁ ଷ୍ଟିକର ବାହାର କରିବା ପାଇଁ ୭୨ ଘଣ୍ଟା ସମୟ ଦେଇଛନ୍ତି । ଜଷ୍ଟିସ୍‌ ରାଜୀବ ଶର୍ମା ଏବଂ ଜଷ୍ଟିସ୍‌ ଅମୋଲ ରତନ ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି କୌଣସି ବି ଯାନ ବାହନରେ ଏଭଳି ଲେଖା ସବୁ ନରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ସାବଧାନ ହୋଇଯାନ୍ତୁ । ହୁଏତ ଏହି ନିୟମ କେବଳ ଚଣ୍ଡିଗଡ଼ରେ ଲାଗୁ ହୋଇଛି । ଆଗକୁ ଓଡ଼ିଶାରେ ମଧ୍ୟ ଜାରି ହୋଇ ପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.