Below header

ଚନ୍ଦ୍ରାବାବୁ ନାଇଡୁଙ୍କ ଜେଡ୍‌ ପ୍ଲସ୍‌ ସୁରକ୍ଷା ବ୍ୟବସ୍ଥା ହଟିଲା, ବିମାନବନ୍ଦରରେ ହେଲା ଯାଞ୍ଚ୍‌

ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ସୁରକ୍ଷା ବ୍ୟବସ୍ଥାକୁ ହଟାଇ ଦିଆଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଗନ୍ନବରମ୍‌ ବିମାନବନ୍ଦରରେ ଚନ୍ଦ୍ରାବାବୁଙ୍କୁ ସୁରକ୍ଷା ଯାଞ୍ଚ୍‌ କରାଯାଇଛି। ବିମାନ ପର୍ଯ୍ୟନ୍ତ ଯିବା ପାଇଁ ତାଙ୍କୁ ଭିଆପି ସୁବିଧାରୁ ମଧ୍ୟ ବଞ୍ଚିତ କରାଯାଇଥିବା ଜଣାପଡିଛି। ଚନ୍ଦ୍ରାବାବୁଙ୍କ ସୁରକ୍ଷା ହଟାଯିବା ଘଟଣାରେ ଟିଡିପି ଭାଜପା ଏବଂ ଓ୍ବାଇଏସ୍‌ଆର୍‌ କଂଗ୍ରେସକୁ ଦାୟୀ କରି ଏହାର ନିନ୍ଦା କରିଛି।

ତେବେ ପୂର୍ବରୁ ତାଙ୍କ ପାଖରେ ଥିବା ଜେଡ୍‌ ପ୍ଲସ୍‌ ସୁରକ୍ଷାରେ ୨୪ ଘଣ୍ଟା ୨୩ ଜଣ ସୁରକ୍ଷାକର୍ମୀ ତାଙ୍କ ପାଖରେ ରହୁଥିଲେ। ୨୦୦୩ରେ ତିରୁପତି ଅଲିପିରୀଠାରେ ମାଓବାଦୀଙ୍କ ଆକ୍ରମଣ ପରଠାରୁ ଏହି ସୁରକ୍ଷା ତାଙ୍କୁ ଯୋଗାଇ ଦିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.