ଇତିହାସ ଅପେକ୍ଷାରେ ଇସ୍ରୋ: ଚାନ୍ଦ ଛୁଇଁବାକୁ ପ୍ରସ୍ତୁତ ଚନ୍ଦ୍ରଯାନ-୨, ଚନ୍ଦ୍ରର ନିକଟତର କକ୍ଷରୁ ଆସିଲା ଲ୍ୟାଣ୍ଡର ବିକ୍ରମ

ପାଖୋଉଛି ଐତିହାସିକ ମୁହୂର୍ତ୍ତ। ଆହୁରୀ ଚନ୍ଦ୍ରପୃଷ୍ଠର ନିକଟତର ହେଉଛି ଲ୍ୟାଣ୍ଡର ବିକ୍ରମ । ଆଜି ଭୋରରୁ ପୁଣି ଥରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ନିକଟତର କକ୍ଷକୁ ଅଣାଯାଇଛି । ଭୋର ୩ଟା ୩୨ ମିନିଟରେ ଲ୍ୟାଣ୍ଡରକୁ ଚନ୍ଦ୍ରର ନିକଟତର କକ୍ଷକୁ ଅଣାଯାଇଛି । ଏହି ସ୍ଥାନାନ୍ତରଣ ପାଇଁ ମାତ୍ର ୯ ସେକେଣ୍ଡ ସମୟ ଲାଗିଥିଲା । ଲ୍ୟାଣ୍ଡର ବିକ୍ରମ ଏବେ ଚନ୍ଦ୍ର ନିକଟବର୍ତ୍ତୀ ୩୫ କିଲୋମିଟର ଓ ଦୂରତା ୧୦୧ କିମି କକ୍ଷପଥରେ ପରିଭ୍ରମଣ କରୁଛି । ଗତକାଲି ସକାଳ ଠିକ୍‌ ୮ଟା ୫୦ ମିନିଟ୍‌ରେ ଅରବିଟରରୁ ଅଲଗା ହୋଇଥିବା ଲ୍ୟାଣ୍ଡର ଚନ୍ଦ୍ରର ନୂଆ କକ୍ଷ ପଥରେ ପ୍ରବେଶ କରିଥିଲା । କକ୍ଷପଥ ପରିବର୍ତ୍ତନ ପାଇଁ ୪ ସେକେଣ୍ଡ ସମୟ ଲାଗିଥିଲା। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଚନ୍ଦ୍ରର କକ୍ଷପଥରେ ଏଭଳି ଘୂରି ବୁଲିବ ଲ୍ୟାଣ୍ଡର। ୭ ତାରିଖ ୧ଟା ୫୫ ମିନଟରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ। ସବୁ ଠିକ୍‌ ଠାକ୍‌ ରହିଲେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ଭାରତ ହେବ ବିଶ୍ୱର ପ୍ରଥମ ରାଷ୍ଟ୍ର।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.