କୁଡୁମି ସଂପ୍ରଦାୟର ‘କରମ ପର୍ବ’, ଜାଣନ୍ତୁ ଉତ୍ତର ଓଡିଶା ଓ ପଡୋଶୀ ଝାଡଖଣ୍ଡ ରାଜ୍ୟରେ ପାଳନ ହେଉଥିବା ଏହି ପର୍ବର ଐତିହ୍ୟ ସମ୍ପର୍କରେ

ଘଟଗାଁ: ସମ୍ଭାବନା ଓ ଅଙ୍କୁରୋଦମର ପ୍ରତୀକ ଭାବେ ପରିଚିତ କରମ ପର୍ବ । ବିଭିନ୍ନ ସମୟରେ ସୃଷ୍ଟିର ବାସ୍ତବ ତତ୍ବକୁ ପ୍ରତିକାତ୍ମକ ଭାବେ ଉପସ୍ଥାପନ କରୁଥିବା ଏହି ପର୍ବକୁ କୁଡୁମି ସଂପ୍ରଦାୟର ଲୋକ ମାନେ ଐତିହାସିକ କାଳରୁ ପାଳି ଆସୁଛନ୍ତି । ଭାଦ୍ରବ ମସ ଶୁକ୍ଳ ପକ୍ଷରେ ଉତ୍ତର ଓଡିଶା ଓ ପଡୋଶୀ ଝାଡଖଣ୍ଡର ରାଜ୍ୟର ଲୋକ ମାନେ 7ଦିନ ଧରି ପାଳନ କରୁଥିବା ଏହି ପର୍ବର ପ୍ରଥମ ଦିବସରେ କେନ୍ଦୁଝର ଜିଲ୍ଲା ପାଟଣା ନିକଟସ୍ଥ ବୈତରଣୀ ନଦୀରୁ ବାଲି ଉତୋଳନ କରିଛନ୍ତି । ଜାଓ୍ବା ଭାବେ ପରିଚିତ ପ୍ରଥମ ଦିନର ଏହି କାର୍ଯ୍ୟକ୍ରମରେ କୁମାରି କନ୍ୟା ମାନେ ବାଲି ଉଠାଇ ସୁସଜ୍ଜିତ ରଥରେ ନାଚଗୀତ ଓ ଶୋଭାଯାତ୍ରାରେ ଚଳିତ ବର୍ଷ ପାଳିତ ହେବାକୁ ଥିବା ମୟୁରଭଞ୍ଜ ଜିଲ୍ଲା ଯଷିପୁରକୁ ନେଇଛନ୍ତି ।

karama festଉତ୍ତର ଓଡିଶା ଓ ଝାରଖଣ୍ଡ ରାଜ୍ୟର କୁଡୁମୀ ସଂପ୍ରଦାୟର ଆଦିବାସୀ ମାନେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ପାଳନ କରିବା ପାଇଁ ଯାଉଥିବା କରମ ପର୍ବର ପ୍ରଥମ କାର୍ଯ୍ୟକ୍ରମ କେନ୍ଦୁଝର ଜିଲ୍ଲା ପାଟଣା ବୈତରଣୀ ନଦୀରୁ ବାଲି ଉତ୍ତୋଳନ ସହ ଆରମ୍ଭ କରିଛନ୍ତି । କରମ ପର୍ବର ବିଶେଷତ ହେଉଛି ଜାୱା ଡାଲାରେ ରୋପଣ କରା ଯାଇଥିବା ଶସ୍ୟରୁ ହୋଇଥିବା ଗଛର ସୃଷ୍ଟି , ଯାହାକି ସମ୍ଭାବନା ଓ ଅଙ୍କୁରୋଦମର ପ୍ରତୀକ । ତେବେ ଏହି ପର୍ବକୁ କୁମାରୀ କନ୍ୟା ଓ ସନ୍ତାନ ହୋଇନଥିବା ନବ ବଧୁ ନାମେ ପାଳନ କରିଥାନ୍ତି । ଶିଶୁ ଜନ୍ମ ପରେ ଏନ୍ତୁଡିଶାଳରୁ ନାରୀ ଦେଉଥିବା ତ୍ୟାଗ ସଂମ୍ପର୍କରେ ଶିକ୍ଷା ପାଇବା ଉଦେଶ୍ୟରେ ଏହି ପର୍ବକୁ ନିଷ୍ଠାର ସହ ପାଳନ କରିଥାନ୍ତି ।

karama pujaଏହି କରମ ପୂଜା ଜାୱା ଡାଲାରେ ରୋପିତ ଶସ୍ୟ 7 ଦିନ ମଧ୍ୟରେ ଗଛରେ ପରିଣତ ହୋଇଥାଏ । ଯାହାକି ସୃଷ୍ଟିର ପ୍ରକୃତ ତଥ୍ୟ ଉପସ୍ଥାପନ କରିଥାଏ । ତେବେ ସୃଷ୍ଟିର ପ୍ରକୃଚ ସତ୍ୟକୁ ବୁଝିବା ଓ ବୁଝାଇବା ପାଇଁ ଏହି ପୂଜା ବ୍ୟବସ୍ଥା ପ୍ରଚଳିତ ହୋଇ ଆସିଛ | ତେବେ ମହା ଆଡମ୍ବରରେ ପାଳିତ ହେଇ ଆସୁଥିବା ଏହି ପର୍ବ ଏବେ ଏକ ଗଣପର୍ବରେ ପରିଣତ ହେବାକୁ ଯାଉଥିବା ବେଳେ ଉିତ୍ତର ଭାରତରେ କେବଳ କୁଡୁମୀ ସଂପ୍ରଦାୟରେ ଏହା ସିମିତ ନାହିଁ । ସମାୟନୁକ୍ରମେ ଏହି ପର୍ବ ଏବେ ଭିନ୍ନ ଭିନ୍ନ ସଂପ୍ରଦାୟର ଆଦିବାସୀ ମାନେ ଆପଣେଇ ନେଇଥିବା ଦେଖିବାକୁ ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.