କିପରି ସଲମାନ ଖାନ୍‌ ଏବଂ ଶିଳ୍ପା ସେଟ୍ଟୀ କରୁଛନ୍ତି ଗଣେଶ ବିସର୍ଜନ, ଦେଖନ୍ତୁ ଏହି ସାନଦାର ଭିଡିଓ

ବଲିଉଡରେ ଗଣପତି ଉତ୍ସବ ଖୁବ୍‌ ଧୂମଧାମରେ ପାଳନ କରାଯାଇଥାଏ। ଖୁବ୍‌ ଆନନ୍ଦ ଉଲ୍ଲାସର ସହ ଗଣପତି ବାପାଙ୍କୁ ସ୍ୱାଗତ କରିବା ପରେ ଢୋଲ ବଜାଇ ଡ୍ୟାନ୍ସ କରି ଗଜାନନଙ୍କୁ ବିଦାୟ ଦେଇଥାନ୍ତି। ଚଳିତ ବର୍ଷ ସୁପରଷ୍ଟାର ସଲମାନ ଖାନ୍‌ ଙ୍କ ଭଉଣୀ ଅର୍ପିତା ଖାନ୍‌ ଙ୍କ ଘରେ ମଧ୍ୟ ଖୁବ୍‌ ଜେରସୋର୍‌ ରେ ଗଣପତି ବାପାଙ୍କୁ ସ୍ୱାଗତ କରାଯାଇଥିଲା। ଗତ ମଙ୍ଗଳବାର ଦିନ ଅର୍ପିତା ଗଜାନନଙ୍କୁ ବିଦାୟ ଦେଇଛନ୍ତି। ଏହି ଅବସରରେ ଭାଇଜାନ ସଲମାନ ଖାନ୍‌ ଦେଶୀ ଷ୍ଟାଇଲରେ ଡ୍ୟାନ୍ସ କରିବାର ନଜର ମଧ୍ୟ ଆସିଛନ୍ତି।

salmanରିପୋର୍ଟ ଅନୁଯାୟୀ ଅର୍ପିତା ଖାନ୍‌ ଗଣେଶ ବିସର୍ଜନ କରିବାର ଅନେକ ଭିଡିଓ ଭାଇରାଲ ହେବା ପରେ ଗୋଟିଏ ଭିଡିଓରେ ସଲମାନ ନିଜର ଭଣଜା ଆହିଲଙ୍କୁ ଧରି ଗଣପତିଙ୍କ ପୂଜା କରୁଥିବାର ନଜର ଆସିଛନ୍ତି। ଏହି ଭିଡିଓରେ ଖାନ୍‌ ପରିବାର ଅନ୍ୟ ସଦସ୍ୟମାନେ ନଜର ଆସିବା ସହ ବଲିଉଡର ଅନେକ କଳାକାରମାନେ ମଧ୍ୟ ନଜର ଆସିଛନ୍ତି।

ଦେଖନ୍ତୁ ଏହି ଭିଡିଓ :

 

View this post on Instagram

 

#salmankhan with little #ahil today #ganpatiarti at #arpitakhansharma home #viralbayani @viralbhayani

A post shared by Viral Bhayani (@viralbhayani) on

ଏହାସହ ପଢନ୍ତୁ: ୧୮ ଦିନରେ ୯ ଶହ କିଲୋମିଟର! ଜାଣନ୍ତୁ ବଲିଉଡ୍‌ ଖିଲାଡ଼ି ଅକ୍ଷୟ କୁମାରଙ୍କ ପାଇଁ ଏମିତି କ’ଣ କଲେ ତାଙ୍କର ଏହି…

ସେହିପରି ବଲିଉଡର ସୁପରଷ୍ଟାର ଶିଳ୍ପା ସେଟ୍ଟୀ ମଧ୍ୟ ଚଳିତ ବର୍ଷ ଗଣେଶ ଚତୁର୍ଥୀ ଦିନ ଖୁବ୍‌ ଧୂମଧାମରେ ଗଣପତି ବାପାଙ୍କୁ ନିଜ ଘରକୁ ସ୍ୱାଗତ କରିବା ସହ ଗତ ମଙ୍ଗଳବାର ଦିନ ଗଜାନନଙ୍କୁ ବିସର୍ଜନ କରିଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ଶିଳ୍ପା ନିଜ ପରିବାର ସଦସ୍ୟଙ୍କ ସହ ଗଣେଶ ବିସର୍ଜନ କରିବାର ଅନେକ ଫଟୋ ଭାଇରାଲ ହୋଇଛି। ଏହି ଅବସରରେ ଶିଳ୍ପା ଟ୍ରାଡିସନାଲ ଲୁକ୍‌ ରେ ନଜର ଆସିଛନ୍ତି। ରିପୋର୍ଟ ଅନୁଯାୟୀ ଶିଳ୍ପା ସେଟ୍ଟୀ ଚଳିତ ବର୍ଷ ଖୁବ୍‌ ଧୂମଧାମରେ ଗଣପତିଙ୍କ ସ୍ୱାଗତ କରିବା ସହ ପୁରା ବିଧି-ବିଧାନର ସହ ଭଗବାନଙ୍କ ପୂଜା ଅର୍ଚ୍ଚନା କରି ବିସର୍ଜନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.