Below header

ଚନ୍ଦ୍ରଯାନ-3ର ସଫଳତା ପରେ ସବୁଠି ଚାଲିଛି ସେଲିବ୍ରେସନ୍, ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଉଛି ସାରା ଦେଶ

ମୁନ ମିଶନର ସ୍ବର୍ଣ୍ଣିମ ସଫଳତା ପରେ ଝୁମି ଉଠିଥିଲା ସାରା ଦେଶ । ସବୁଠି ଚାଲିଥିଲା ସେଲିବ୍ରେସନ୍ ।ଇସ୍ରୋ ମୁଖ୍ୟାଳୟରେ ବି ‘ବନ୍ଦେ ମାତରମ’ ଏବଂ ‘ଭାରତ ମାତା କୀ ଜୟ’ ସ୍ଲୋଗାନରେ କମ୍ପି ଉଠିଛି। ମୁଖ୍ୟାଳୟ ବାହାରେ ବେଙ୍ଗାଲୁରୁ ବାସିନ୍ଦା ବାଣ ଫୁଟାଇ ଉତ୍ସବ ମନାଇଛନ୍ତି। କେଉଁଠି ନାଚ ଗୀତ ତ ଆଉ କେଉଁଠି କେକ୍ କାଟି ଲୋକ ଉତ୍ସବ ମନାଇଛନ୍ତି । ଆଉ କେଉଁଠି ବାଣ ଫୁଟାଇ ସେଲିବ୍ରେଟ କରିଛନ୍ତି ।

ନୂଆଦିଲ୍ଲୀ : ମୁନ ମିଶନର ସ୍ବର୍ଣ୍ଣିମ ସଫଳତା ପରେ ଝୁମି ଉଠିଥିଲା ସାରା ଦେଶ । ସବୁଠି ଚାଲିଥିଲା ସେଲିବ୍ରେସନ୍ ।ଇସ୍ରୋ ମୁଖ୍ୟାଳୟରେ ବି ‘ବନ୍ଦେ ମାତରମ’ ଏବଂ ‘ଭାରତ ମାତା କୀ ଜୟ’ ସ୍ଲୋଗାନରେ କମ୍ପି ଉଠିଛି। ମୁଖ୍ୟାଳୟ ବାହାରେ ବେଙ୍ଗାଲୁରୁ ବାସିନ୍ଦା ବାଣ ଫୁଟାଇ ଉତ୍ସବ ମନାଇଛନ୍ତି। କେଉଁଠି ନାଚ ଗୀତ ତ ଆଉ କେଉଁଠି କେକ୍ କାଟି ଲୋକ ଉତ୍ସବ ମନାଇଛନ୍ତି । ଆଉ କେଉଁଠି ବାଣ ଫୁଟାଇ ସେଲିବ୍ରେଟ କରିଛନ୍ତି । ଦେଶରେ ଯେମିତି ପାଳନ ହୋଇଥିଲା ଅଦିନିଆ ଦୀପାବଳି। ବିଶେଷ ମୁହୂର୍ତ୍ତକୁ ଲାଇଭରେ ଦେଖିଥିଲେ ୧୪୦ କୋଟି ଭାରତୀୟ । ସାଧାରଣ ଲୋକଙ୍କ ସହ ବହୁ ନେତା, ମନ୍ତ୍ରୀ ବି ଚନ୍ଦ୍ରଯାନର ଅବତରଣରେ ନିଜକୁ ସାମିଲ କରିଥିଲେ । ସଫଳ ଲ୍ୟାଣ୍ଡିଂ ପରେ ଝୁମି ଉଠିଥିଲା ପୂରା ଦେଶ। ଭାରତ ପ୍ରଥମ ରାଷ୍ଟ୍ରଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ସଫଳ ହୋଇଛି। ଇସ୍ରୋ ବୈଜ୍ଞାନିକ ବି ସେଲିବ୍ରେଟ କରିଥିଲେ। ସଫଳତା ପରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା କରାଯାଇଛି। ସ୍କୁଲ୍‌ ପିଲାମାନେ ଆନନ୍ଦରେ ନାଚିଛନ୍ତି।

ସେହିପରି ବିଭିନ୍ନ ଦଳର ରାଜନେତାମାନେ ବି ଚନ୍ଦ୍ରଯାନ-୩ ସଫଳତା ପାଇଁ ଉତ୍ସବ ମନାଇଛନ୍ତି। କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ ଏବଂ ବିଜେପି ସାଂସଦ ମନୋଜ ତିୱାରୀ କେକ୍‌ କାଟି ଉତ୍ସବ ମନାଇଛନ୍ତି। ଭାରତୀୟ ମହାକାଶ ଗବେଷଣା ପ୍ରତି‌ଷ୍ଠାନ (ଇସ୍ରୋ)କୁ ଶୁଭେଚ୍ଛା ଜଣାଇବାରେ ଦେଶବିଦେଶର ବହୁ ପ୍ରତି‌ଷ୍ଠିତ ଶିଳ୍ପପତି ଆଗରେ ରହିଛନ୍ତି। ବିଶ୍ବର ଏକ ନମ୍ବର ଧନୀ ଏଲନ୍ ମସ୍କ, ଆମାଜନ୍‌ର ମୁଖ୍ୟ ଜେଫ୍ ବେଜୋସ୍, ମହିନ୍ଦ୍ରା ଗ୍ରୁପ୍‌ର ମୁଖ୍ୟ ଆନନ୍ଦ ମହିନ୍ଦ୍ରା, ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନି, ସିଏଟ୍‌ର ମୁଖ୍ୟ ହର୍ଷ ଗୋଏଙ୍କା, ଏଲ୍‌ଆଣ୍ଡ୍‌ଟି ସିଇଓ ଏସ୍‌ଏନ୍ ସୁବ୍ରମଣ୍ୟମ, ଗୋଦରେଜ୍ ଗ୍ରୁପ୍‌ର ସିଏମ୍‌ଡି ଜାମ୍‌ସିଦ୍‌ ଗୋଦ୍‌ରେଜ୍, ଟାଟା ସନ୍ସ ମୁଖ୍ୟ ଏନ୍ ଚନ୍ଦ୍ରଶେଖରନ, ବେଦାନ୍ତ ମୁଖ୍ୟ ଅନିଲ ଅଗ୍ରୱାଲ୍‌ ପ୍ରମୁଖ ଶୁଭେଚ୍ଛା ବାର୍ତା ଜଣାଇଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.