ଗୋବର କିଣିବେ ରାଜ୍ୟ ସରକାର, କିଲୋ ପ୍ରତି ଦାମ୍‌ ରହିଛି ଦେଢ଼ ଟଙ୍କା

ଏଣିକି ରାଜ୍ୟ ସରକାର କିଣିବେ ଗୋବର। ଶୁଣିବାକୁ ଅଖାଡ଼ୁଆ ଲାଗୁଥିଲେ ମଧ୍ୟ କଥାଟି ସତ। ଛତିଶଗଡ଼ ରାଜ୍ୟ ସରକାର ଏବେ ଲୋକଙ୍କ ଠାରୁ ଗୋବର କିଣିବାକୁ ଘୋଷଣା କରିଛନ୍ତି। କିଲୋପ୍ରତି ଦେଢ଼ ଟଙ୍କାରେ ସରକାର ଏହି ଗୋବର କିଣିବେ ବୋଲି ଜଣାଯାଇଛି। ନିକଟରେ ଗୋବର କିଣିବା ପାଇଁ ରାଜ୍ୟ ସରକାର ଏକ ମନ୍ତ୍ରିମଣ୍ଡଳୀୟ ଉପସମିତି ମଧ୍ୟ ଗଠନ କରିଛନ୍ତି। ଏହି ସମିତି ଗୋବର ଦାମ୍‌ ଉପରେ ମୋହର ମାରିଛି। ଏନେଇ ଛତିଶଗଡ଼ର କୃଷି ମନ୍ତ୍ରୀ ଓ ସମିତି ଅଧ୍ୟକ୍ଷ ରବୀନ୍ଦ୍ର ଚୌବେ ଘୋଷଣା କରିଛନ୍ତି।

Cow dung patties selling like hot cakes online in India - World ...

ଶ୍ରୀ ଚୌବେ କହିଛନ୍ତି ଯେ ଆମେ କିଲୋ ପ୍ରତି ଦେଢ଼ ଟଙ୍କା ଦାମ୍‌ରେ ଚାଷୀଙ୍କ ଠାରୁ ଗୋବର କିଣିବାକୁ ନିଷ୍ପତ୍ତି ନେଇଛୁ। ଜୁଲାଇ ୨୧ ହରେଲି ପର୍ବ ଠାରୁ ଗୋବର କିଣା ଆରମ୍ଭ ହେବ। ଗୋଦାନ ନ୍ୟାୟ ଯୋଜନା ନାମକ ଏକ ଯୋଜନା ଅନ୍ତର୍ଗତ ଏହି ଗୋବର କିଣାଯିବ। ଏନେଇ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ କହିଛନ୍ତି ଯେ ପଶୁପାଳନକୁ ରୋଜଗାର କରିଥିବା ଲୋକଙ୍କୁ ଏହି ଯୋଜନା ଦ୍ୱାରା ଲାଭ ମିଳିବ। ଏଥିସହ ଗୋବର ଯୋଗୁ ରାସ୍ତାଘାଟ ଆଉ ଅପରିଷ୍କାର ହେବ ନାହିଁ। ଏଣୁ ପରିବେଶକୁ ପରିଷ୍କାର ରଖିବାକୁ ସରକାରଙ୍କ ତରଫରୁ ଏଭଳି ଅଭିନବ ଯୋଜନା ହାତକୁ ନିଆଯାଇଛି।

रविंद्र चौबे

କୃଷି ମନ୍ତ୍ରୀଙ୍କ କହିବାନୁସାରେ ଗାଁରେ ଗଠନ କରାଯାଇଥିବା ସମିତି କିମ୍ବା ମହିଳା ସ୍ୱୟଂ ସହାୟକ ସଂସ୍ଥା ଘରକୁ ଘର ବୁଲି ଗୋବର ସଂଗ୍ରହ କରିବେ। ଏଥିପାଇଁ ଏକ ସ୍ୱତନ୍ତ୍ର କାର୍ଡ ତିଆରି କରାଯିବ। କାର୍ଡରେ ପ୍ରତିଦିନ କିଏ କେତେ ଗୋବର ଦେଲା ତାହାର ହିସାବ ରହିବ। ୧୫ ଦିନ ପରେ ଗୋବର ପାଇଁ ଟଙ୍କା ପୈଠ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏହି ଗୋବରରୁ ଘଷି ଓ ଗୋବର ଗ୍ୟାସ୍‌ ଉତ୍ପାଦନ କରାଯିବ ବୋଲି ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.