ଛତିଶଗଡ : ସ୍ତ୍ରୀକୁ ପରକୀୟା ପ୍ରୀତି ସନ୍ଦେହରେ ୫ଖଣ୍ଡ କରି ହତ୍ୟା, ଯୁବକ ଗିରଫ
ସ୍ତ୍ରୀକୁ ବୀଭତ୍ସ ହତ୍ୟା । ପରକୀୟା ପ୍ରୀତି ଥିବା ସନ୍ଦେହ କରି ପତ୍ନୀଙ୍କୁ ୫ ଖଣ୍ଡ କରି ହତ୍ୟା କରିବା ପରେ ପାଣି ଟାଙ୍କିରେ ପକାଇଲା ଯୁବକ । ଛତିଶଗଡର ବିଳାଶପୁରରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା ।

ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ୫ ଖଣ୍ଡ କରି ହତ୍ୟା କଲା ସ୍ୱାମୀ । ଏଭଳି ଘଟଣା ଛତିଶଗଡର ବିଳାସପୁରେ ଘଟିଛି । ସ୍ତ୍ରୀକୁ ୫ ଖଣ୍ଡ କରି କାଟିବା ପରେ ପାଣିଟାଙ୍କିରେ ପକାଇଥିଲା ଅଭିଯୁକ୍ତ ସ୍ୱାମୀ । ପବନ ଠାକୁର ନାମକ ଯୁବକ ପତ୍ନୀକୁ ହତ୍ୟା କରିବା ପରେ ଛାତରେ ଥିବା ପାଣି ଟାଙ୍କିରେ ପକାଇଥିବା ପୋଲିସ ଜାଣିବାକୁ ପାଇଛି । ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।
ପୋଲିସ ମୃତଦେହକୁ ପାଣିଟାଙ୍କିରୁ ଉଦ୍ଧାର କରିଛି । ଆଉ ମୃତଦେହଟି ଆନୁମାନିକ ୧ ମାସ ପୂର୍ବରୁ ପାଣି ଟାଙ୍କିରେ ପଡିଥିବା ପୋଲିସ ସନ୍ଦେହ କରୁଛି । ଯୁବକ ଜଣକ ତଖତପୁରର ମୂଳନିବାସୀ ।
ସେ ସୀତା ସାହୁ ନାମକ ଅନ୍ୟ ଜାତିର ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ । ଏହାପରେ ସୀତା ଉଲାସପୁରରେ ଭଡା ଘର ନେଇ ରହୁଥିଲେ । ତେବେ ପତ୍ନୀ ଅନ୍ୟ କାହା ସହିତ ସଂପର୍କ ରଖିବା ସନ୍ଦେହରେ ଝଗଡା କରିବା ପରେ ହତ୍ୟା କରିଥିଲା ପବନ ।
ପବନ ଯେଉଁ ଘରେ ରହୁଥିଲା, ସେଠିକାର ଲୋକେ ତାର ଗତିବିଧିକୁ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ । ଯାହାପରେ ସବୁ ସତ ସାମ୍ନାକୁ ଆସିଥିଲା ।
Chhattisgarh | A man, Pavan Thakur detained for allegedly killing his wife Sati Sahu, chopping her off into pieces & dumping them in a water tank in his house in Uslapur, Bilaspur on suspicions of infidelity. Body recovered, Police say it may have been dumped 1-2 months ago. pic.twitter.com/Phb7cERD8Z
— ANI MP/CG/Rajasthan (@ANI_MP_CG_RJ) March 6, 2023
ସୂଚନାଯୋଗ୍ୟ, ଦିଲ୍ଲୀ ଶ୍ରଦ୍ଧା ମର୍ଡର କେସ ପରେ ମୁମ୍ବାଇରେ ମଧ୍ୟ ନିକ୍କି ଯାଦବ ହତ୍ୟାକାଣ୍ଡ ହୋଇଥିଲା। ଦୁହିଁଙ୍କୁ ପ୍ରେମିକ ହତ୍ୟା କରିବା ପରେ ଶରୀରକୁ ଖଣ୍ଡ ଖଣ୍ଡ କରି କାଟିଦେଇଥିବା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।
ଶ୍ରଦ୍ଧାର ପ୍ରେମିକ ଆଫତାବ ଏବଂ ନିକ୍କିର ପ୍ରେମିକ ସାହିଲଙ୍କୁ ପୋଲିସ ଗିରଫ କରି ହାଜତରେ ରଖିଛି ।