ଆହତ ପରେ ଏମିତି ଅଛନ୍ତି ବିଗ୍-ବି, ବ୍ଲଗ୍ କରି ସେୟାର କଲେ ନିଜ ଯନ୍ତ୍ରଣା
ହାଇଦ୍ରାବାଦରେ ସୁଟିଂ ବେଳେ ବିଗ୍-ବି ଆହତ ହୋଇଛନ୍ତି । ଆହତ ପରେ ଏବେ ବ୍ଲଗ୍ କରି ସେ ସେୟାର କରିଛନ୍ତି ନିଜ ଯନ୍ତ୍ରଣା।

ମୁମ୍ବାଇ: ସୁଟିଂ ବେଳେ ଅମିତାଭ ବଚ୍ଚନ ଆହତ । ହାଇଦ୍ରାବାଦରେ ସୁଟିଂ ବେଳେ ବିଗ୍-ବି ଆହତ ହୋଇଥିବା ସୂଚନା ମିଳିଛି । ‘ପ୍ରୋଜେକ୍ଟ-କେ’ର ସୁଟିଂ ବେଳେ ତାଙ୍କ ପିଞ୍ଜରାରେ ଆଘାତ ଲାଗିଛି । ଯାହାଫଳରେ ସୁଟିଂ ବନ୍ଦ କରିଦିଆଯାଇଥିବା ସୂଚନା ମିଳିଛି।
ଏହି ଘଟଣାପରେ ହାଇଦ୍ରାବାଦରୁ ବିଗ୍-ବି ମୁମ୍ବାଇ ଫେରି ଆସିଥିବା ଖବରରୁ ଜଣାପଡିଛି । ଏପଟେ ଆହତ ହୋଇଥିବା ନେଇ ନିଜ ବ୍ଲଗରେ ଅମିତାଭ ବଚ୍ଚନ ସୂଚନା ଦେଇଛନ୍ତି । ଅମିତାଭ ବଚ୍ଚନ ତାଙ୍କ ଆଘାତ ବିଷୟରେ ଏକ ଅପଡେଟ୍ ସେୟାର କରି ଲେଖିଛନ୍ତି, “ହାଇଦ୍ରାବାଦରେ ପ୍ରୋଜେକ୍ଟ କେ ପାଇଁ ସୁଟିଂ ଚାଲିଥିବା ସମୟରେ ଏକ ଆକ୍ସନ୍ ସଟ୍ ସମୟରେ ସେ ଆହତ ହୋଇଥିଲେ।
ଖବର ମୁତାବକ, ତାଙ୍କ ତାଙ୍କ ଡାହାଣ ପଟ ପିଞ୍ଜରାର ମାଂସପେଶୀରେ ଆଘାତ ଲାଗିଛି। ଯାହାଫଳରେ ସୁଟିଂ ବାତିଲ୍ ହୋଇଥିଲା। ସୁଟିଂ ବନ୍ଦ କରି ଘରକୁ ଫେରିଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଚିକିତ୍ସା ପରେ ଏବେ ସେ ‘ଜଲ୍ସା’ରେ ବିଶ୍ରାମ ନେଉଛନ୍ତି। ଏହା ଖୁବ୍ ଯନ୍ତ୍ରଣାଦାୟକ। ଭଲ ହେବାକୁ କିଛି ସପ୍ତାହ ଲାଗିବ। ତେଣୁ ସେ ଯନ୍ତ୍ରଣାରୁ ଉପଶମ ପାଇଁ ଔଷଧ ସେବନ କରୁଛନ୍ତି। ତାଙ୍କୁ ନିଃଶ୍ବାସ ପ୍ରଶ୍ବାସ ନେବା ବେଳେ ଓ ହଲ୍ଚଲ୍ ହେଲେ କଷ୍ଟ ଅନୁଭବ ହେଉଥିବା କହିଛନ୍ତି।
ସେ ବର୍ତ୍ତମାନ ବେଡ୍ ରେଷ୍ଟ ନେଲେ ବି ମୋବାଇଲ୍ ଫୋନ୍ରେ ତାଙ୍କ ସହିତ ଯୋଗାଯୋଗ କରି ହେବ ବୋଲି ସେ ପ୍ରକାଶ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ‘ଜଲ୍ସା’ ବାହାରକୁ ଯାଇ ପ୍ରଶଂସକମାନଙ୍କୁ ଦେଖାଦେବା ମଧ୍ଯ ତାଙ୍କ ପାଇଁ ଖୁବ୍ କଷ୍ଟକର। ତେଣୁ, ତାଙ୍କୁ ଆଜି କୌଣସି ବି ଲୋକ ଦେଖା କରିବାକୁ ନ ଆସନ୍ତୁ।
“In Hyderabad at shoot for Project K, during an action shot, got injured, rib cartilage popped broke & muscle tear to the right rib cage. Cancelled shoot, did doctor consult & scan by CT at AIG Hospital in Hyderabad & flown back home,” posts Amitabh Bachchan.
(pic 2: file pic) pic.twitter.com/BqHu6yKirL
— ANI (@ANI) March 6, 2023
ଏହି ଖବର ମିଳିବା ପରେ ବିଗ୍-ବିଙ୍କ ଫ୍ଯାନ୍ସମାନେ ତାଙ୍କ ଆଶୁ ଆରୋଗ୍ଯ କାମନା କରିଛନ୍ତି।ଏପଟେ ଅମିତାଭ ବଚ୍ଚନ, ପ୍ରଭାସ ଏବଂ ଦୀପିକା ପାଦୁକୋନ୍ କାଳ୍ପନିକ ବିଜ୍ଞାନ କାହାଣୀକୁ ଆଧାର କରି ନିର୍ମାଣ କରାଯାଉଥିବା ଚଳଚ୍ଚିତ୍ର ‘ପ୍ରୋଜେକ୍ଟ୍ କେ’ରେ ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି। ଯେଉଁ ଫିଲ୍ମକୁ ନେଇ ଅମିତାଭ ଖୁବ୍ ଆଶାବାଦୀ ଅଛନ୍ତି। ଏପଟେ ଦର୍ଶକେ ମଧ୍ଯ ଫିଲ୍ମର ରିଲିଜ୍ ଡେଟ୍ କୁ ଉତ୍ସୁକତା ସହ ଅପେକ୍ଷା କରିଛନ୍ତି।
ତେବେ ବିଗ୍ ବି ଅମିତାଭ ସବୁବେଳେ ନିଜର ନିରାଡ଼ମ୍ବର ଜୀବନ ପାଇଁ ବେଶ ଜଣାସୁଣା । ମେଗାଷ୍ଟାର ଅମିତାଭ ବଚ୍ଚନ ନିଜର ନିଆରା ଅନ୍ଦାଜ ପାଇଁ ସବୁବେଳେ ପ୍ରଶଂସକଙ୍କ ହୃଦୟକୁ କିଣି ନିଅନ୍ତି । ସେ ତାଙ୍କର ସାଧାରଣ ଜୀବନ ଶୈଳୀ ପାଇଁ ଦର୍ଶକଙ୍କ ପାଖରୁ ସବୁବେଳେ ଭଲପାଇବା ପାଇଥାନ୍ତି ।